କରୋନା ଟିକାକୁ ନେଇ ଖୁସି ଖବର ଦେଲେ ମୋଦି, କହିଲେ-୨ୟ ଡୋଜ୍‌ ନେବା ପରେ…

ନୂଆଦିଲ୍ଲୀ: ସାରା ଦେଶରେ ଆରମ୍ଭ ଆଜି ଆରମ୍ଭ ହୋଇଛି ଟିକାକରଣ। ମହାମାରୀ କରୋନା ବିରୋଧରେ ଆରମ୍ଭ ହୋଇଛି ମହାଭିଯାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଜି ଦୁନିଆର ସବୁଠାରୁ ବଡ଼ ଟିକାକରଣ ଅଭିଯାନର ଉଦ୍‌ଘାଟନ କରିଛନ୍ତି।

ଟିକାକରଣର ଆଜି ପ୍ରଥମ ଦିନରେ ଦେଶରେ ୩ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟ କର୍ମୀଙ୍କୁ କୋଭିଡ-୧୯ ଟିକା ପ୍ରଦାନ କରାଯାଇଛି। ସାରା ଦେଶରେ ୩୦୦୬ ଟିକାକରଣ କେନ୍ଦ୍ରରେ ଏହି ଟିକା ଦିଆଯାଉଛି। ପ୍ରତ୍ୟେକ କେନ୍ଦ୍ରରେ ୧୦୦ ଜଣଙ୍କୁ  ଟିକା ପ୍ରଦାନ କରାଯିବ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ସମ୍ବୋଧନ କରି ଲୋକଙ୍କୁ ସଚେତନ କରିଛନ୍ତି। ମୋଦି କହିଛନ୍ତି, କରୋନା ଟିକା ନେବାରେ ଏପରି ଭୁଲ ବିଲ୍‌କୁଲ ବି କରିବା ଉଚିତ୍‌ ନୁହେଁ। ପ୍ରଥମ ଡୋଜ ନେଇଥିଲେ ଦ୍ୱିତୀୟ ଡୋଜ ନେବାକୁ ବିଲ୍‌କୁଲ ଭୁଲନ୍ତୁ ନାହଁ। ଦ୍ୱିତୀୟ ଡୋଜର ଆବଶ୍ୟକତା ନିହାତି ଜରୁରୀ।

ଟିକାର ପ୍ରଭାବ ପ୍ରଥମ ଡୋଜ ପରେ ହିଁ ଅନୁଭବ କରିହେବ। ପ୍ରଥମ ଡୋଜ ନେବାର ଏକ ମାସ ବ୍ୟବଧାନରେ ୨ୟ ଡୋଜ ନେବାକୁ ପଡିବ। ୨ୟ ଡୋଜ ନେବାର ମାତ୍ର ୨ ସପ୍ତାହ ପରେ ଶରୀରରେ ଇମ୍ୟୁନିଟି ବୃଦ୍ଧି ହେବ। ଆଉ ତାପରେ କରୋନାଠାରୁ ଆମେ ମୁକ୍ତ ହୋଇ ପାରିବା।

୨ୟ ଡୋଜ ନେବାର ୮ ଦିନ ପରେ ନା ଆଉ ମାସ୍କ ପିନ୍ଧିବାକୁ ପଡ଼ିବ ନା ସାମାଜିକ ଦୂରତା ରଖିବାକୁ ପଡ଼ିବ । ଏହା ପରଠାରୁ ଜୀବନଯାତ୍ରା ସ୍ୱାଭାବିକ ହୋଇ ପାରିବ ବୋଲି ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି।

ଇତିହାସରେ ଏତେ ବଡ ଟିକାକାରଣ ଅଭିଯାନ ପୂର୍ବରୁ କେବେ ବି ହୋଇ ନାହିଁ। ବିଶ୍ୱରେ ୧୦୦ରୁ ଅଧିକ ଦେଶ ଏମିତି ଅଛନ୍ତି ଯାହାର ଲୋକସଂଖ୍ୟା ୩ କୋଟିରୁ କମ୍‌। ହେଲେ ଭାରତ ପ୍ରଥମ ଚରଣରେ ହିଁ ୩ କୋଟି ଲୋକଙ୍କୁ ଟିକା କରଣ କରୁଛି। ସେତିକି ନୁହେଁ,  ପର୍ଯ୍ୟାୟରେ ଆମେ ୩୦ କୋଟି ଲୋକଙ୍କୁ ଟିକା ପ୍ରଦାନ କରିବୁ। ବୟସ୍କ, ଗୁରୁତର ଲୋକଙ୍କୁ ୨ୟ ପର୍ଯ୍ୟାୟରେ ଟିକା ପ୍ରଦାନ କରାଯିବ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତର ବୈଜ୍ଞାନିକମାନଙ୍କୁ ପ୍ରଶଂସା କରି କହିଛନ୍ତି, ଆମର ମେଡିକାଲ ସିଷ୍ଟମ୍, ଭାରତର ପ୍ରକ୍ରିୟା ପୂରା ବିଶ୍ୱବାସୀଙ୍କ ବିଶ୍ୱାସ ଜିତିପାରିଛି।  କରୋନା ବିରୋଧରେ ଆମର ଯୁଦ୍ଧ ଆତ୍ମବିଶ୍ୱାସ ଏବଂ ଆତ୍ମନିର୍ଭରଶୀଳତାକୁ ପ୍ରମାଣିତ କରୁଛି। ସଙ୍କଟ ସମୟରେ ସେମାନେ ଆଶାର ଆଲୋକ ବାଣ୍ଟୁଥିଲେ, ନିଜ ଜୀବନକୁ ସଙ୍କଟକୁ ଠେଲି ଆମକୁ ବଞ୍ଚାଇବା ପାଇଁ  କାମ କରୁଥିଲେ। ସେମାନେ ହେଉଛନ୍ତି ଆମର ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫ, ଆମ୍ବୁଲାନ୍ସ ଡ୍ରାଇଭର, ଆଶାକର୍ମୀ, ସଫେଇ କର୍ମଚାରୀ, ପୁଲିସ..। ସେମାନଙ୍କୁ ପ୍ରଧାନମନ୍ତ୍ରୀ ହାର୍ଦ୍ଦିକ ଧନ୍ୟବାଦ ଦେଇଥିଲେ।

 

 

You might also like