ଉତ୍ତରାଖଣ୍ଡ ହିମସ୍ଖଳନ ଘଟଣାରେ ଆଉ ୫ ମୃତଦେହ ଉଦ୍ଧାର

ଡେରାଡୁନ:  ଉତ୍ତରାଖଣ୍ଡ ଚମୋଲି ହିମସ୍ଖଳନ ଘଟଣାରେ ଆଉ ୫ ମୃତଦେହ ଉଦ୍ଧାର ହୋଇଛି। ଚମୋଲି ତପୋବନ ଟନେଲରୁ ଆବର୍ଜନା ଭିତରୁ ଆଉ ୫ ମୃତଦେହ ଉଦ୍ଧାର କରାଯାଇଥିବା ନେଇ ସୂଚନା ମିଳିଛି। ଏଥିସହ ମୃତ୍ୟୁ ସଂଖ୍ୟା ୬୭କୁ ବୃଦ୍ଧି ପାଇଛି। ତେବେ ମୃତକଙ୍କ ସମ୍ପର୍କରେ ଉତ୍ତରାଖଣ୍ଡ ଡିଜିପି ସୂଚନା ଦେଇଛନ୍ତି।

ସେପଟେ ହିମସ୍ଖଳନ ଯୋଗୁଁ ପୋତି ହୋଇଥିବା ସୁଡ଼ଙ୍ଗକୁ ସଫା କରାଯାଉଛି। ଏହାସହ ଧଉଳିଗଙ୍ଗା ନଦୀରେ କ୍ଷତିଗ୍ରସ୍ତ ହୋଇଥିବା ଗଜ୍ ଖୁଣ୍ଟ ପୋତାଯାଇଛି। NDRF ଯବାନ ନଦୀ ଗର୍ଭକୁ ଖସି ଗଜ୍ ଖୁଣ୍ଟ ପୋତିଛନ୍ତି। ନଦୀରେ ଜଳ ପତ୍ତନ ବୃଦ୍ଧି ପାଇବା ସମ୍ଭାବନା ଥିବାରୁ ଗଜ ଖୁଣ୍ଟ ପୋତାଯାଇଥିବା NDRF ପକ୍ଷରୁ କୁହାଯାଇଛି। ଗତ ୭ ତାରିଖରେ ଉତ୍ତରାଖଣ୍ଡର ଚମୋଲିରେ ଭୟଙ୍କର ହିମସ୍ଖଳନ ଘଟି ସ୍ଥାନୀୟ ଅଳକାନନ୍ଦ ଏବଂ ଧଉଳି ଗଙ୍ଗା ନଦୀରେ ବନ୍ୟା ସ୍ଥିତିି ଦେଖାଦେଇଥିଲା। ଏଥିରେ ଅନେକ ଘର ଧୋଇଯାଇଥିବା ବେଳେ ଋଷିଗଙ୍ଗା ପାଓ୍ୱାର ପ୍ରୋଜେକ୍ଟ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା।

ଶତାଧିକ ଲୋକେ ମଧ୍ୟ ନିଖୋଜ ଥିଲେ, ଆଉ ଏବେ ଗୋଟିଏ ପରେ ଗୋଟିଏ ମୃତ ଦେହ ମିଳିବାରେ ଲାଗିଛି। କିନ୍ତୁ ଆଗକୁ ଆଉ କେତେ ମୃତ ଦେହ ମିଳିବ ସେନେଇ କାହା ପାଖରେ କୌଣସି ଉତ୍ତର ନାହିଁ, ଆଉ ଯବାନମାନେ ଏବେ ବି ଉଦ୍ଧାର କାର୍ଯ୍ୟରେ ଲାଗିଥିବା ଜଣାଯାଇଛି।

You might also like