ପଦୋନ୍ନତିରେ ଉଚ୍ଛେଦ ହେଲା କୋଟା ବ୍ୟବସ୍ଥା

ଡେରାଡୁନ: ସଂରକ୍ଷଣ ବ୍ୟବସ୍ଥାରେ ଉତ୍ତରାଖଣ୍ଡ ସରକାର ଏକ ବଡ଼ ଧରଣର ନିଷ୍ପତ୍ତି ନେଇଛନ୍ତି । ଚାକିରିରେ ପଦୋନ୍ନତି ପାଇଁ ଥିବା କୋଟା ବା ସଂରକ୍ଷଣକୁ ଉଚ୍ଛେଦ କରିଛନ୍ତି ଉତ୍ତରାଖଣ୍ଡ ସରକାର। ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ରାଓତ ଏ ନେଇ ଘୋଷଣା କରି କହିଛନ୍ତି ପଦନ୍ନୋତି ଓ ଚାକିରି କ୍ଷେତ୍ରରେ ସଂରକ୍ଷଣ ରହିବା ଠିକ୍ ନୁହେଁ। ହେଲେ କୌଣସି ସରକାର ଚାହିଁଲେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିପାରିବେ ବୋଲି ନିକଟରେ ସୁପ୍ରିମକୋର୍ଟ କହିଥିଲେ।

ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ କୋଟା ବ୍ୟବସ୍ଥା ଉଚ୍ଛେଦ କରିବା ଦାବିରେ ଜେନେରାଲ ଓ ଓବିସି ଶ୍ରେଣୀର ସରକାରୀ ଚାକିରିଆମାନେ ହରତାଳ କରିଥିଲେ। ମଙ୍ଗଳବାର ରାଜ୍ୟ ମୁଖ୍ୟ ଶାସନ ସଚିବ ଧାରଣାରତ କର୍ମଚାରୀଙ୍କ ସହ ଆଲୋଚନା କରି ଦାବି ପୂରଣ ନେଇ  ପ୍ରତିଶ୍ରୁତି ଦେଇଥିଲେ।

ଆଜି ସରକାର ଏ ନେଇ କହିଛନ୍ତି, ପିଛିଲା ଭାବରେ ସେପ୍ଟେମ୍ୱର ୧୧, ୨୦୧୯ରେ ଏହି କୋଟା ବ୍ୟବସ୍ଥା ଉଚ୍ଛେଦ କରାଯାଇଛି। ସୂଚନାଥାଉ କି, ତ୍ରିଭେନ୍ଦ୍ର ରାଉତ ସରକାର ୩ ବର୍ଷ କାର୍ଯ୍ୟକାଳ ପୂରଣ କରିଛନ୍ତି। ତିନିବର୍ଷ କାର୍ଯ୍ୟକାଳ ଭିତରେ ଯେଉଁ ସବୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ସେଗୁଡ଼ିକ ମଧ୍ୟରେ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ କରିବା ଅନ୍ୟତମ।

You might also like