ଉତ୍ତରାଖଣ୍ଡର ଏହି ବରଫ ପାହାଡ଼ରେ ମିଳେ ହିମାଲୟାନ୍‌ ଭାଏଗ୍ରା

ନୂଆଦିଲ୍ଲୀ:ଉତ୍ତରାଖଣ୍ଡ ଚମୋଲି ଜିଲ୍ଲାରେ ହିମସ୍ଖଳନ ଏଠାରେ ଭୟଙ୍କର ବିତ୍ପତ୍ତି ସୃଷ୍ଟି କରିଛି। ଏହି ଦୁର୍ଘଟଣାରେ ୧୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ଏହି ଦୁର୍ଘଟଣା ପ୍ରାକୃତିକ ବିପର୍ଯ୍ୟୟ ନା ମନୁଷ୍ୟକୃତ ତାହା ଜଣା ପଡ଼ିନାହିଁ। ତେବେ ଏଠି ଆମେ କହିରଖିବୁ, ଯେଉଁ ଇଲାକାରେ ଏହି ଦୁର୍ଘଟଣା ଘଟିଛି ସେଠାରେ ପୃଥିବୀର ସବୁଠାରୁ ମୂଲ୍ୟାବନ ଜଡିବୁଟି ମିଳିଥାଏ। ବିଶେଷଜ୍ଞଙ୍କ କହବା ଅନୁଯାୟୀ, ଏଠାରେ ଏକ ଜଡିବୁଟି କୀଟ (Worm Herb) ମିଳିଥାଏ ଯାହାକୁ ପାଇବା ପାଇଁ ଲୋକେ ଗ୍ଲାସିୟର ପର୍ଯ୍ୟନ୍ତ ପହଞ୍ଚି ଯାଇଥାନ୍ତି ଏବଂ ବରଫ ଖୋଳି ଏହି କୀଟ ସଂଗ୍ରହ କରିଥାନ୍ତି। ତେଣୁ ପ୍ରକୃତି ସହିତ ମଣିଷର ଏପରି ଖେଳ ଯେ ପ୍ରାକୃତିକ ବିପର୍ଯ୍ୟୟର ରୂପ ନେଇପାରେ, ଏହାକୁ ଅସ୍ୱୀକାର କରି ହେବନି।

ତେବେ କ’ଣ ଏହି ଜଡିବୁଟି କୀଟ ? କାହିଁକି ଏହା ଏତେ ମୂଲ୍ୟବାନ ? ଆସନ୍ତୁ ଜାଣିବା।  ଏହି ମୂଲ୍ୟବାନ କୀଟ ହିମାଳୟର ଦୁର୍ଗମ ଇଲାକାରେ ମିଳିଥାଏ। ଏହାକୁ ହିମାଲୟାନ୍‌ ଭାଏଗ୍ରା ବା ୟାର୍ସାଗୁମ୍ବା କୁହଯାଏ। ଏହା ଏକ ଫଙ୍ଗସ୍‌ ଯାହା ପାହାଡ଼ର ୩୫୦୦ ମିଟର ଉଚ୍ଚରେ ମିଳିଥାଏ। ଏକ ନିର୍ଦ୍ଦିଷ୍ଟ ସୀମାରେ ଯେଉଁଠି ବୃକ୍ଷ ରେଖା ଶେଷ ହୋଇଯାଏ ଅର୍ଥାତ୍‌ ସେଠାରେ ବୃକ୍ଷ ବଢିବାର ସମ୍ଭାବନା ନ ଥାଏ । ସେଠାରେ ଉକ୍ତ ଜଡ଼ିବୁଟି କୀଟ ଏହି ପ୍ରକ୍ରିୟା ଆରମ୍ଭ କରିଥାଏ।

ଏହି ଔଷଧୀୟ କୀଟ ଦେଖିବାକୁ ସବାଁଳୁଆ ପରି। ଏହାର ପ୍ୟୁପା ୫ ବର୍ଷ ଯାଏ ହିମାଳୟ ଏବଂ ତିବ୍ବତ ହିମପଠା ତଳେ ଚାପି ହୋଇ ରହିଥାଏ। ଏହାର ଶୁଣ୍ଢ ବାହାରିବା ପରେ ଏଥିରେ ଏକ ପ୍ରକାର ଫଙ୍ଗସ୍‌ ଲାଗିଯାଏ । ଏହା ଧୀରେ ଧୀରେ ଏହାର ଶରୀରରେ ପ୍ରବେଶ କରିଥାଏ। ପରେ ଏହି କୀଟ ଶୁଣ୍ଢ ଦ୍ୱାରା ଶକ୍ତି ସଂଗ୍ରହ କରେ। କିଛିଦିନ ପରେ କୀଟର ମୁଣ୍ଡ ବାହାରକୁ ବାହାରିଥାଏ। ଏହା ଦେଖିବାକୁ ଠିକ ଏକ ପୋକ ପରି। ତେଣୁ ଏହାକୁ ଜଡିବୁଟି କୀଡ ବା Worm Herb କୁହାଯାଏ। ତେବେ ଏହାର ଗଠନ ପ୍ରଣାଳୀ ଖୁବ ଜଟିଳ ଏବଂ ସମୟସାପେକ୍ଷ । ଏହି କାରଣରୁ ଉକ୍ତ ପୋକ ସବୁ ଜାଗାରେ ମିଳି ନ ଥାନ୍ତି ।

ଉତ୍ତରାଖଣ୍ଡର ଇକୋ ଟାସ୍କ ଫୋର୍ସର ପୂର୍ବତନ କମାଣ୍ଡାଣ୍ଟ ଅଫିସର କର୍ଣ୍ଣଲ ହରିରାଜ ସିଂହ ରାଣା କହିଛନ୍ତି, ଏହି କୀଟକୁ ଔଷଧ ଭାବେ ବ୍ୟବହାର କରାଯାଇଥାଏ। ଏଥିରେ ପ୍ରୋଟିନ, ପେପ୍‌ଟାଇଡ୍‌ସ, ଏମିନୋ ଏସିଡ, ଭିଟାମିନ୍ ବି-୧, ବି-୨ ଏବଂ ବି-୧୨ ପରି ପୋଷକ ତତ୍ତ୍ୱ  ରହିଛି ଯାହା ଶରୀରକୁ ଶକ୍ତି ଯୋଗାଇଥାଏ। ଅନ୍ତରାଷ୍ଟ୍ରୀୟ ସ୍ତରରେ ଏହା ଖେଳଳିମାନଙ୍କ ପାଇଁ ବ୍ୟବହାର କରାଯାଇଥାଏ। ସବୁଠାରୁ ବଡ କଥା ହେଲା, ଡୋପିଂ ଟେଷ୍ଟ ବେଳେ ଏହା ଧରାପଡ଼ି ନ ଥାଏ।

 

worm herb
ବରଫ ପାହାଡରେ ଥିବା ମୂଲ୍ୟବାନ ଔଷଧୀୟ କୀଟ

ଏହା କୀଡ୍‌ନି, ଫୁସ୍‌ଫୁସ୍‌ର ଶକ୍ତି ବଢାଇଥାଏ। ଶୁକ୍ରାଣୁ ଉତ୍ପାଦନ ବୃଦ୍ଧି କରିଥାଏ। ଏପରିକି ରକ୍ତ ଉତ୍ପାଦନ ବୃଦ୍ଧି କରାଇଥାଏ। ଶରୀରରେ ଶକ୍ତି ଏବଂ ଜୀବନ ଶକ୍ତି ବୃଦ୍ଧି କରାଇଥାଏ। ରକ୍ତଚାପ ନିୟନ୍ତ୍ରଣ କରିବାରେ ଏହା ଅମୋଘ ଔଷଧ ଭାବେ ବ୍ୟବହାର କରାଯାଇଥାଏ।

ଏହାର ଦାମ୍‌ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ରାଣାଙ୍କ କହିବା ଅନୁଯାୟୀ, ଆନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ବହୁତ ଅଧିକ। ଆଜିକାଲି ଏହାର କିଲୋ ପ୍ରତି ମୂଲ୍ୟ ୫୦ ଲକ୍ଷ ଟଙ୍କା ରହିଛି। ସେଥିପାଇଁ ଲୋକେ ଏହାକୁ ପାଇବା ପାଇଁ ବରଫ ପାହାଡ ଖୋଳିବାକୁ ବି ପଛାଇ ନ ଥାନ୍ତି।

ତେବେ ଏହାଦ୍ୱାରା ପ୍ରାକୃତିକ ପରିବେଶର କ୍ଷତି ହୋଇଥାଏ। ବରଫ ଭିତରେ ୮/୮ ଇଞ୍ଚର ଛିଦ୍ର ହେବା ଦ୍ୱାରା ବରଫ ଖୁବ୍‌ ଶୀଘ୍ର ତରଳି ଯାଉଛି ଯାହା ପରବର୍ତ୍ତୀ ସମୟରେ ଭୟଙ୍କର ବିପତ୍ତି ରୂପ ନେଇ ଆସୁଛି।

 

 

You might also like