କରୋନାରେ ଆଖି ବୁଜିଲେ ବିଜେପି ଯୁବ ବିଧାୟକ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ବିଜେପି ବିଧାୟକ ସୁରେନ୍ଦ୍ର ସିଂହ ଜୀନାଙ୍କର ପରଲୋକ ହୋଇଯାଇଛି। କରୋନା ଭାଇରସ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ଗଙ୍ଗାରାମ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା ସୁରେନ୍ଦ୍ର ସିଂ  ଅଲ୍‌ମୋଡା ଜିଲ୍ଲାର ସଲ୍‌ଟ ସିଟ୍‌ର ବିଧାୟକ ଥିଲେ। କିଛି ଦିନ ପୂର୍ବରୁ ତାଙ୍କର ପତ୍ନୀଙ୍କ ହୃଦଘାତରେ ମୃତ୍ୟୁ ଘଟିଥିଲା।

ସୁରେନ୍ଦ୍ର କରୋନା ଆକ୍ରାନ୍ତ ହେବା ପରେ  ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା। ସୁରେନ୍ଦ୍ର ସିଂହଙ୍କ ନିଧନ ଖବର ପ୍ରଚାର ହେବା ପରେ ଉତ୍ତରାଖଣ୍ଡରେ ଶୋକର ଛାୟା ଖେଳି ଯାଇଛି।

ସୁରେନ୍ଦ୍ର ସିଂହଙ୍କୁ ଉତ୍ତରାଖଣ୍ଡର ଜଣେ ଦକ୍ଷ ଯୁବନେତା ଥିଲେ। ଥରେ ନୁହେଁ, ତିନି ତିନି ଥର ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। କରୋନା ଆକ୍ରାନ୍ତ ହେବା ପରେ ତାଙ୍କୁ ଗଙ୍ଗାରାମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସଠାରେ ଦୁଇ ସପ୍ତାହ ଚିକିତ୍ସା ଚାଲିବା ପରେ ତାଙ୍କର ମୃତ୍ୟୁ ଘଟିଥିଲା।

 

 

You might also like