ପତଞ୍ଜଳିକୁ ଉତ୍ତରାଖଣ୍ଡ ଆୟୁର୍ବେଦିକ ବିଭାଗର ନୋଟିସ୍

ନୂଆଦିଲ୍ଲୀ: ପତଞ୍ଜଳି ସଂସ୍ଥା ପକ୍ଷରୁ କରୋନାର ଚିକିତ୍ସା ପାଇଁ ଓଷଧ ବାହାର କରାଯାଇଥିବା ଦାବି ପରେ ନୋଟିସ ଜାରି କରିଛି ଉତ୍ତରାଖଣ୍ଡ ଆୟୁର୍ବେଦିକ ବିଭାଗ। ଇମ୍ୟୁନିଟି ବୁଷ୍ଟର, କାଶ ଓ ଜ୍ୱର ପାଇଁ ମେଡିସିନ୍ ପ୍ରସ୍ତୁତ ଲାଗି ପତଞ୍ଜଳିକୁ ଅନୁମତି ଦିଆଯାଇଥିଲା। କିନ୍ତୁ ସେମାନେ କରୋନା କିଟ୍ କେମିତି ପ୍ରସ୍ତୁତ କଲେ ବୋଲି ପ୍ରଶ୍ନ କରିଛନ୍ତି ଲାଇସେନ୍ସ ଅଧିକାରୀ।

ପତଞ୍ଜଳି ପକ୍ଷରୁ ଦେଶ ପାଇଁ ନୂଆ ମେଡିସିନ୍ ପ୍ରସ୍ତୁତ କରାଯାଇଛି। ତେବେ ଏହା ପ୍ରଥମେ ଆୟୂଷ ମନ୍ତ୍ରାଳୟକୁ ପଠାଇବାର ଥିଲା ବୋଲି ଆଜି କେନ୍ଦ୍ର ଆୟୁଷ ମନ୍ତ୍ରୀ କହିଛନ୍ତି। ଏନେଇ ପତଞ୍ଜଳି ସଂସ୍ଥାଠାରୁ ରିପୋର୍ଟ ମଗାଯାଇଛି। ରିପୋର୍ଟ ଦେଖିବା ପରେ ଅନୁମତି ନେଇ ବିଚାର କରାଯିବ ବୋଲି କହିଛନ୍ତି ଆୟୁଷ ମନ୍ତ୍ରୀ ଶ୍ରୀପଦ ନାଇକ।

ଗତକାଲି କରୋନା ଭାଇରସ ପାଇଁ ଦୁଇଟି ଔଷଧ ଲଞ୍ଚ୍‌ କରିଥିଲା ଦେଶର ଆୟୁର୍ବେଦିକ କମ୍ପାନୀ ପତଞ୍ଜଳି। ଏହି ଔଷଧର ନାଁ କୋରୋନିଲ ଓ ଶ୍ୱାସରି ରଖାଯାଇଛି। ଔଷଧର ସଫଳ ପରୀକ୍ଷଣ ହୋଇଥିବା କମ୍ପାନୀ କହିବା ସହିତ ୭ ଦିନ ଭିତରେ କରୋନା ରୋଗ ଭଲ ହେବ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି।

ଲଞ୍ଚ୍‌ର ପରେ ପରେ ଔଷଧର ଗବେଷଣା ତଥ୍ୟ ଯାଞ୍ଚ ନହେଲା ପର୍ଯ୍ୟନ୍ତ ପତଞ୍ଜଳି ଆବିଷ୍କାର କରିଥିବା ଔଷଧର ପ୍ରସାର ପ୍ରଚାର କରିବା ଉପରେ ରୋକ ଲଗାଇଥିଲେ କେନ୍ଦ୍ର ସରକାର। ଏନେଇ

ଆୟୁଷ ମନ୍ତ୍ରାଳୟ ଏକ ଅଧିସୂଚନା ଜାରି କରି କମ୍ପାନୀକୁ ଗବେଷଣାର ସମସ୍ତ ତଥ୍ୟ ମଗାଯାଇଥିଲା। ଔଷଧର କମ୍ପୋଜିସନ୍‌, ଆନୁଷ୍ଠାନିକ ଏଥିକ କମିଟି କ୍ଲିୟରାନ୍ସ, ସିଟିଆର୍‌ଆଇ ପଞ୍ଜିକରଣ, ପରୀକ୍ଷଣ କରାଯାଇଥିବା ଡାକ୍ତରଖାନା ବିଷୟରେ ତଥ୍ୟ ଓ ପରୀକ୍ଷଣର ସମ୍ପୂର୍ଣ୍ଣ ତଥ୍ୟ ମାଗିଥିଲା ଆୟୁଷ ମନ୍ତ୍ରାଳୟ।

 

ଆହୁରି ପଢ଼ନ୍ତୁ

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦିନକରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

୨୪ ଘଣ୍ଟାରେ ୪,୨୦୮ ପଜିଟିଭ୍‌ ଚିହ୍ନଟ, ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଆଜିଠୁ ଏହି ଜିଲ୍ଲାରେ ୧୫ଦିନ ଯାଏ ରାସ୍ତାକଡ଼ ଫାଷ୍ଟଫୁଡ୍‌ ଦୋକାନ ବନ୍ଦ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୦୫୨ କରୋନା ଆକ୍ରାନ୍ତ

ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୩୦୧ କରୋନା ଆକ୍ରାନ୍ତ

You might also like