ଅନ୍ୟର ଜୀବନ ବଞ୍ଚାଇବାକୁ ଯାଇ ନଦୀକୁ ଡେଇଁ ପଡ଼ିଲେ ୧୨ ବର୍ଷର ବାଳକ, ଆଉ ତା’ପରେ…  

ଡେରାଡୁନ୍‌: ଉତ୍ତରାଖଣ୍ଡର ରାମନଗରରେ ରହୁଥିବା ୧୨ ବର୍ଷର ସନ୍ନି ଏବେ ଲୋକମାନଙ୍କ ପାଇଁ ଉଦାହରଣ ପାଲଟିଛି। ବାହାଦୂର ସନ୍ନି ପାଣିରେ ଭାସିଯାଉଥିବା ଜଣେ ଯୁବକଙ୍କ ଜୀବନ ରକ୍ଷା କରି ଚର୍ଚ୍ଚାରେ ଆସିଛନ୍ତି।

ଖବର ଅନୁଯାୟୀ, ଘଟଣାଟି ଗତ ରବିବାର ଦିନ ଘଟିଥିଲା। ଯୁବକ ଜଣଙ୍କ ବେକାରୀ ଥିବାରୁ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିଲେ। ଫଳରେ ତାଙ୍କର ମାନସିକ ସ୍ଥିତି ଭଲ ନଥିଲା। ଏନେଇ ସେ ରାମନଗରର କୋସି ବାଇପାସ୍‌ ବ୍ରିଜ୍‌ ଉପରେ ଚଢ଼ି ନଦୀକୁ ଡେଇଁ ପଡିଥିଲେ। ଏପରି ପରିସ୍ଥିତିରେ ସନ୍ନି ସେଠାରେ ଉପସ୍ଥିତିରେ ଥିଲେ। ସଙ୍ଗେ ସଙ୍ଗେ ଦେବଦୂତ ସାଜି ସନ୍ନି ନଦୀକୁ ଡେଇଁ ପଡ଼ି ଯୁବକଙ୍କୁ ରକ୍ଷା କରିଥିଲେ।  ଏଥି ସହ ସନ୍ନି ନିଜ ସାହସିକତାକୁ ପ୍ରମାଣ କରି ଦେଖାଇଛନ୍ତି ଯେ ଟିକିଏ ପରିଶ୍ରମ ଦ୍ୱାରା କାହାର ଜୀବନ ରକ୍ଷା ହୋଇପାରୁଛି।

ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଜୋରରେ ଭାଇରାଲ ହେବାରେ ଲାଗିଛି। ନଦୀର ଦ୍ରୁତ ସ୍ରୋତରେ ସନ୍ନି ଯୁବକଙ୍କ ଜୀବନ ରକ୍ଷା କରିବାରେ ସଫଳ ହୋଇଥିଲେ। ସନ୍ନିଙ୍କ ଏଭଳି ସାହାସିକତାକୁ ଦେଖି ପାଖରେ ଥିବା ଅନ୍ୟମାନେ ସନ୍ନିଙ୍କୁ ସହଯୋଗ କରିଥିଲେ। ପରେ ଯୁବକଙ୍କୁ ପାଣିରୁ ବାହାର କରିଥିଲେ।

ଲୋକଙ୍କ ସାହାଯ୍ୟରେ ଯୁବକଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା ଯେଉଁଠାରେ ସେ ଚିକିତ୍ସିତ ହେଉଛନ୍ତି। ସନ୍ନିଙ୍କ ଏଭଳି କାର୍ଯ୍ୟକୁ ଚାରିଆଡେ ପ୍ରଶଂସା କରାଯାଉଛି।

 

ଆହୁରି ପଢ଼ନ୍ତୁ

ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିରେ ମୁଁ ସନ୍ତୁଷ୍ଟ, ଏଥିପାଇଁ କାହାର ଧାରଣା ଦେବା ଆବଶ୍ୟକ ନାହିଁ: ହାଥରସ ପୀଡ଼ିତାଙ୍କ ବାପା

ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୮ ହଜାର ପାର୍

ପୋଲିସ କର୍ମୀ ଅଟକାଉଥିବା ବେଳେ ଠେଲାପେଲାରେ ତଳେ ପଡ଼ିଗଲେ ରାହୁଲ ଗାନ୍ଧି

ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଘଂନ; ୩ ଭାରତୀୟ ଯବାନ ସହିଦ

ଲକ୍‌ଡାଉନ୍ ବେଳେ ବୁକ୍‌ ହୋଇଥିବା ଟିକେଟ୍‌ର ପୂରା ଟଙ୍କା ଫେରସ୍ତ ପାଇବେ ଯାତ୍ରୀ

ମାରଣା ଷଣ୍ଢ କବଳରୁ ଜେଜେ ମା’ଙ୍କୁ ଉଦ୍ଧାର କଲା କୁନି ନାତି

ସାମ୍ନାକୁ ଆସିଲା ଆଉ ଏକ ଭାଇରସ୍‌: ଭାରତରେ ସଂକ୍ରମଣ ବ୍ୟାପିବାର ଯଥେଷ୍ଟ ଆଶଙ୍କା

ହାଥରସ ଗଣଦୁଷ୍କର୍ମ ମାମଲା; ପୀଡିତାଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଯାଉଛନ୍ତି ପ୍ରିୟଙ୍କା-ରାହୁଲ

ରିୟାଙ୍କ ଘରୁ ମିଳିଲା ଏମିତି ଜିନିଷ, ହୋଇପାରେ ୧୦ ବର୍ଷ ଜେଲ୍‌

ହାଥରସ୍‌ ଘଟଣାର ପୁନରାବୃତ୍ତି: ଦୁଷ୍କର୍ମ ପରେ ମରଣାନ୍ତକ ଆକ୍ରମଣ, ଆଖି ବୁଜିଲେ ଛାତ୍ରୀ

ପର୍ଯ୍ୟଟକଙ୍କୁ ଗାଳିଗୁଲଜ କରୁଥିଲେ ଶୁଆ, ନିଆଗଲା ଏମିତି କାର୍ଯ୍ୟାନୁଷ୍ଠାନ

ଅନଲକ୍-୫ ଗାଇଡ୍ ଲାଇନ୍: କ’ଣ ଖୋଲିବ କେଉଁ ସବୁ କଟକଣା ରହିବ ଜାଣନ୍ତୁ

You might also like