ପୂର୍ବତନ ବାୟୁସେନା କର୍ମଚାରୀଙ୍କ ଆତ୍ମହତ୍ୟା: ସୁଇସାଇଡ୍‌ ନୋଟରେ ଚିଦାମ୍ବରମ୍‌ଙ୍କୁ ଦାୟୀ କଲେ

ନୂଆଦିଲ୍ଲୀ:  ଦେଶରେ ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥା ଯୋଗୁ ପରିସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏଥିଯୋଗୁ ବହୁ ଲୋକ ଚାକିରି ହରାଉଥିବା ବେଳେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଜଣେ ପୂର୍ବତନ ବାୟୁସେନା କର୍ମଚାରୀ ଆତ୍ମହତ୍ୟା କରିଛନ୍ତି। ଦେଶରେ ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥା ଓ  ଆଇଏନଏକ୍ସ ଦୁର୍ନୀତିରେ ସମ୍ପୃକ୍ତି ଅଭିଯୋଗରେ ତିହାର ଜେଲ୍‌ରେ ଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍‌ଙ୍କୁ ସେ ନିଜ ଆତ୍ମହତ୍ୟା ଲାଗି ଦାୟୀ କରିଛନ୍ତି।

ଏ ସମ୍ପର୍କରେ ସେ ନିଜ ୪ ପୃଷ୍ଠା ସମ୍ବଳିତ ସୁଇସାଇଡାଲ ନୋଟରେ ଉଲ୍ଲେଖ କରିଛନ୍ତି। ମୃତକ କର୍ମଚାରୀଙ୍କ ନାମ ବିଜନ ଦାସ(୫୫)।  ତାଙ୍କ ମୃତ୍ୟୁ ପରେ ସଙ୍ଗୀତ ପ୍ରତି ରୁଚି ରଖିଥିବା ତାଙ୍କ ପୁଅକୁ ସାହାଯ୍ୟ କରିବାକୁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିବେଦନ କରିଛନ୍ତି। ଏଥିସହ ପ୍ରୟାଗରାଜରେ ହିଁ ତାଙ୍କ ଅନ୍ତିମ ସଂସ୍କାର କରିବା ନିମନ୍ତେ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି।

ବିଜନ ସେପ୍ଟେମ୍ବର ୬ ତାରିଖରେ କୌଣସି କାମରେ ଆସାମରୁ ପ୍ରୟାଗରାଜରେ ପହଞ୍ଚିଥିଲେ। ସେଠାରେ ସେ ଏକ ହୋଟେଲରେ ରହିଥିଲେ। ଗତକାଲି ସେ କବାଟ ନ  ହୋଟେଲ କର୍ମଚାରୀ ଝରକା ବାଟେ ସେ ଫ୍ୟାନ୍‌ରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦହ ଓ ସୁଇସାଇଡାଲ ନୋଟ ଜବତ କରିଛି। ପରିବାର ଲୋକେ ପହଞ୍ଚିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ବରିଷ୍ଠ ପୁଲିସ୍‌ ଅଧିକାରୀ କହିଛନ୍ତି।

ଆହୁରି ପଢ଼ନ୍ତୁ

ମଦ ଢାଳି ଭୂମି ପୂଜନ କଲେ ବିଧାୟକ

ମୁଙ୍ଗେର ଗୁଳିକାଣ୍ଡ ପ୍ରତିବାଦରେ ବ୍ୟାପକ ହିଂସାକାଣ୍ଡ, ତଦନ୍ତ ନିର୍ଦ୍ଦେଶ ଦେଲେ ସିଇସି

ଫ୍ରାନ୍ସରେ ଆତଙ୍କବାଦୀ ଆକ୍ରମଣ

ବିବାଦୀୟ ମାନଚିତ୍ର ନେଇ ସଂସଦୀୟ କମିଟି ପାଖରେ କ୍ଷମା ମାଗିଲା ଟ୍ୱିଟର

ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ

ଜେଇଇ ମେନ୍‌ରେ ଟପ୍ କରିଥିବା ପରୀକ୍ଷାର୍ଥୀ ଗିରଫ

୬୫ ବର୍ଷରେ ବିବାହ କଲେ ବରିଷ୍ଠ ଓକିଲ ହରିଶ ସାଲ୍‌ଭେ

ଲ୍ୟାଣ୍ଡ ମାଇନ୍ସ ବିଛାଉଥିବାବେଳେ ବିସ୍ଫୋରଣ; ୧୨ରୁ ଅଧିକ ସେନା ମୃତ

୬୦ ବର୍ଷୀୟ ବୃଦ୍ଧଙ୍କ ଆଖିରୁ ବାହାରିଲା ୨୦ ଜୀବନ୍ତ କୃମି

ଭୟରେ ପାଦ ଥରୁଥିଲା, ଝାଳରେ ଭିଜି ଯାଇଥିଲେ ପାକ୍‌ ଆର୍ମି ଚିଫ୍, ଶେଷରେ ଅଭିନନ୍ଦନଙ୍କୁ ଛାଡି ଦେଇଥିଲେ

ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବେ ଏହି ଦିନ ମଜୁରିଆ

କରୋନା କାଳରେ ପୋଲିସ ଦମନଲୀଳାକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

You might also like