ସନ୍ତାନ ଜନ୍ମର ୫ଦିନ ପରେ କରୋନାରେ ଜୀବନ ହାରିଲେ ‘ମା’

ଲକ୍ଷ୍ନୌ: ଉତ୍ତରପ୍ରଦେଶ ପୋଲିସରେ କାର୍ଯ୍ୟରତ ଜଣେ ମହିଳା କନେଷ୍ଟବଲ ପାଞ୍ଚଦିନ ପୂର୍ବରୁ ଏକ ଶିଶୁକୁ ଜନ୍ମ ଦେଇଥିଲେ। ନବଜାତ ଶିଶୁକୁ ନେଇ ଘରେ ଖୁସିର ଉତ୍ସବ ପାଳନ କରୁଥିବାବେଳେ ମହିଳାଙ୍କ ଶଶୁରଙ୍କର ହଠାତ୍‌ ଦେହ ଖରାପ ହୋଇଥିଲା। ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ତା‘ପର ଦିନ ସକାଳୁ ମଧ୍ୟ‌ ମହିଳାଙ୍କର ଦେହ ଖରାପ ହୋଇଥିଲା। ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିଛି ସମୟପରେ ମହିଳାଙ୍କର  ମୃତ୍ୟୁ ଘଟିଥିଲା।

ଖବର ଅନୁଯାୟୀ, ମହିଳା ପୋଲିସ ଜଣଙ୍କ ହେଉଛନ୍ତି ଆଗ୍ରା ସହରର ସିଙ୍କନ୍ଦ୍ରା ଅଞ୍ଚଳର। ସେ କାନପୁରର ବିଲହୋରରେ କାର୍ଯ୍ୟ କରୁଥିଲେ। ଡେଲିଭରି ପାଇଁ ସେ ଛୁଟି ନେଇ ଘରକୁ ଯାଇଥିଲେ। ପାଞ୍ଚଦିନ ପୂର୍ବରୁ ତାଙ୍କୁ ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା।  ସେଠାରେ ଏକ ସୁସ୍ଥ ଶିଶୁକୁ ଜନ୍ମ ଦେଇଥିଲେ। ତିନି ଦିନ ପରେ ମହିଳା ଓ ଶିଶୁଙ୍କ ଅବସ୍ଥା ଭଲଥିବାରୁ ଦୁହିଁଙ୍କୁ ଘରକୁ ପଠାଯାଇଥିଲା।  ମହିଳା ଜଣଙ୍କ ଯେତେବେଳେ ଛୁଟିରେ ଘରକୁ ଆସିଥିଲେ,ସେହି ସମୟରେ ତାଙ୍କର ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ବୁଧବାର ଦିନ ହଠାତ୍‌ ମହିଳାଙ୍କର ଦେହ ଖରାପ ହୋଇଥିଲା। ପରିବାର ଲୋକେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ତାଙ୍କା ମୃତ୍ୟୁ ଘଟିଥିଲା।

ପରିବାର ଲୋକଙ୍କ କହିବା ଅନୁଯାୟୀ, ସେମାନଙ୍କୁ କେତେକ ମେଡିକାଲ ଚିକିତ୍ସା କରିବା ପାଇଁ ମନାକରିଥିଲେ। ମହିଳାଙ୍କର ମୃତ୍ୟୁ ହେବାର କିଛି ସମୟ ପରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଫୋନ୍‌ ଆସିଲା ଯେ ମହିଳା ଜଣଙ୍କ କରୋନାରେ ଆକ୍ରାନ୍ତ । ସେମାନେ କହିଥିଲେ ଯେ, ସ୍ୱାସ୍ଥ୍ୟ ବିଭାଗର ଟିମ୍‌ ମହିଳା ଜଣଙ୍କୁ ଅଣିବା ପାଇଁ ଯାଉଛି। କିନ୍ତୁ ମହିଳା ଜଣଙ୍କ ପରିବାର ଲୋକେ ସ୍ୱାସ୍ଥ୍ୟବିଭାଗକୁ କହିଥିଲେ ଯେ, ତାଙ୍କର ମୃତ୍ୟୁ ହୋଇସାରିଛି।

ମହିଳାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ ହୋମ୍‌ କ୍ୱାରେଣ୍ଟିନ୍‌ରେ ରଖାଯାଇଛି।

ଆହୁରି ପଢ଼ନ୍ତୁ

You might also like