୧୩୦୦ କିମି ସାଇକେଲରେ ଆସିଲେ, ଘରେ ପହଞ୍ଚିବା ପୂର୍ବରୁ ଚାଲିଗଲା ଜୀବନ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଯୋଗୁ ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଲକ୍‌ଡାଉନ୍‌ କାରଣରୁ ସବୁକିଛି ଠପ୍‌ ହୋଇଯାଇଛି। ଏନେଇ ଅନ୍ୟ ରାଜ୍ୟରେ ଫସିରହିଥିବା ପ୍ରବାସୀ ଶ୍ରମିକମାନେ ଯେକୌଣସି ପରିସ୍ଥିତିରେ ନିଜ ଘରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି। କେତେଜଣ ଚାଲି ଚାଲି ଆସୁଥିବାବେଳେ ଅନ୍ୟ କେତେଜଣ ସାଇକେଲରେ ଫେରୁଛନ୍ତି।

ତେବେ ଏପରି ପ୍ରତିକୂଳ ପରିସ୍ଥିତିରେ ଘରକୁ ଫେରିବାର ଇଛା ଅନେକ ଲୋକଙ୍କ ମୃତ୍ୟୁର କାରଣ ସାଜିଛି। ଜଣେ ଯୁବକ ସାଙ୍ଗମାନଙ୍କ ସହ ମିଶି ସାଇକେଲରେ ଦିଲ୍ଲୀଠାରୁ ପ୍ରାୟ ୧୩୦୦ କିଲୋମିଟର ଦୂରରେ ଥିବା ବିହାର ସ୍ଥିତ ନିଜ ଘରକୁ ଫେରୁଥିଲେ। ହେଲେ ଘରେ ପହଞ୍ଚିବା ପୂର୍ବରୁ ବାଟରେ ଚାଲିଗଲା ଜୀବନ।

ଖବର ଅନୁଯାୟୀ, ମୃତ ବ୍ୟକ୍ତିଙ୍କ ନାଁ ଧରମଭୀର । ୩୫ ବର୍ଷର ଧରମଭରୀ ବିହାର ରାଜ୍ୟର ଖଗଡିଆ ଅଞ୍ଚଳର ବାସିନ୍ଦା। ସେ କେବେ ଭାବିନଥିଲେ ଯେ ଏହା ତାଙ୍କର ଶେଷ ଯାତ୍ରା ହେବ । ଧରମଭୀର ସାଇକେଲ ଚଳାଇ  ସାଙ୍ଗମାନଙ୍କ ସହ ଉତ୍ତରପ୍ରଦେଶର ସାହାଜାହାନପୁରରେ ପହଞ୍ଚିଥିଲେ। କିନ୍ତୁ ସେଠାରେ ପହଞ୍ଚିବାପରେ ହଠାତ୍‌ ଧରମଭୀରଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାକୁ ଲାଗିଥିଲା। କିଛି ସମୟର ପରେ ବାଟରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ଧରମଭୀର ଫେରୁଥିବା ସମୟରେ ବାଟରେ ବର୍ଷା ହେବା ଯୋଗୁ ସେମାନେ ଏକ ଜାଗାରେ ଅଟକିଥିଲେ। ତା‘ପର ଦିନ ସକାଳୁ ଧରମଭୀରଙ୍କ ମୁଣ୍ଡ ବିନ୍ଧା ହେବା ସହିତ ନିଶ୍ୱାସ ନେବାରେ ତାଙ୍କୁ ଅସୁବିଧା ହୋଇଥିଲା। ଖବର ପାଇ ମେଡିକାଲ ଟିମ୍‌ ସେଠାରେ ପହଞ୍ଚିଲାବେଳକୁ ଧରମଭୀରଙ୍କ ମୃତ୍ୟୁ ହୋଇସାରିଥିଲା। ପରେ ଧରମଭୀରଙ୍କ ନମୁନା କରୋନା ଟେଷ୍ଟ ପାଇଁ ପଠାଯାଇଛି। ତାଙ୍କର ଅନ୍ୟସାଙ୍ଗମାନଙ୍କର ମଧ୍ୟ ନମୁନା ଟେଷ୍ଟ ପାଇଁ ପଠାଯାଇଛି।

ଦିଲ୍ଲୀର ଶକୁରବସ୍ତି ଅଞ୍ଚଳରେ ରହୁଥିବା ଧରମଭୀର ଓ ତାଙ୍କ ସାଙ୍ଗମାନେ ଭାବିଥିଲେ ଯେ ଲକ୍‌ଡାଉନ୍‌ ଆଗକୁ ଆହୁରି ବଢ଼ିବ। ସେମାନଙ୍କର କାମ ମଧ୍ୟ ସବୁ ବନ୍ଦ ହୋଇଯାଇଥିଲା। କ’ଣ ଖାଇବେ, କିପରି ଚଳିବେ ଭାବି ସେମାନେ ଘରକୁ ଫେରିବାକୁ ଚିନ୍ତା କଲେ। ପରେ ସମସ୍ତେ ସାଙ୍ଗହୋଇ ସାଇକେଲ ଯୋଗେ ଘରକୁ ଫେରୁଥିଲେ।

କିନ୍ତୁ ଅଧାବାଟରେ ଯେତେବେଳେ ଧରମଭୀରଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିଲା, ସେତେବେଳେ ତାଙ୍କର ଜଣେ ସାଙ୍ଗ ସାହାଯ୍ୟ ପାଇଁ ଏମରଜେନ୍ସି ହେଲଫ୍‌ ଲାଇନ୍‌କୁ ଫୋନ୍‌ କରିଥିଲେ। ପରେ ସେମାନେ ସେଠାରେ ପହଞ୍ଚିଲାବେଳକୁ ଧରମଭୀରଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିଲା। ପାଖରେ ଥିବା ମେଡିକାଲ କଲେଜକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି। ଅନ୍ୟ ସାଙ୍ଗମାନଙ୍କୁ କ୍ୱାରେଣ୍ଟିନ୍‌ରେ ରଖାଯାଇଛି।

ଆହୁରି ପଢ଼ନ୍ତୁ

ଦିନକରେ ଓଡ଼ିଶାରେ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

୨୪ ଘଣ୍ଟାରେ ଓଡ଼ିଶାରେ ୩,୬୧୫ କରୋନା ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୭୧

ବାଲେଶ୍ୱରରେ ସଟ୍‌ଡାଉନ୍ ନିଷ୍ପତ୍ତିକୁ ବିରୋଧ

ଅନଲକ୍-୫ ଗାଇଡ୍ ଲାଇନ୍: କ’ଣ ଖୋଲିବ କେଉଁ ସବୁ କଟକଣା ରହିବ ଜାଣନ୍ତୁ

ଦିନକରେ ୪୨୧୯ କରୋନା ଆକ୍ରାନ୍ତ ସୁସ୍ଥ

୨୪ ଘଣ୍ଟାରେ ଓଡ଼ିଶାରେ ଆଖି ବୁଜିଲେ ୧୪ କରୋନା ରୋଗୀ

ଦିନକରେ ଓଡ଼ିଶାରେ ୩,୪୪୩ କରୋନା ପଜିଟିଭ୍‌ ଚିହ୍ନଟ, ଲୋକାଲ୍‌ କେସ୍‌ କେବଳ ୧,୪୨୬

ସରପଞ୍ଚ ଗଣିବେ ଲକ୍ଷେ ଟଙ୍କା ଫାଇନ୍‌

ଆସନ୍ତାବର୍ଷ ସୁଦ୍ଧା କମ୍‌ ଦାମ୍‌ରେ ମିଳିବ କରୋନା ଟିକା

ଏହି ରାଜ୍ୟରେ ଅକ୍ଟୋବର ୩୧ ଯାଏ ବଢ଼ିଲା ଲକ୍‌ଡାଉନ୍‌

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନାରେ ଆକ୍ରାନ୍ତ

ଭୁବନେଶ୍ୱରରୁ ୩୨୯ ପଜିଟିଭ ଚିହ୍ନଟ ଓ ୩୯୫ ସୁସ୍ଥ

You might also like