ଏସ୍‌ପି ଓ ବିଏସ୍‌ପି ମଧ୍ୟରେ ଆସନ ବୁଝାମଣାର ଚିତ୍ର ସ୍ପଷ୍ଟ

ଲକ୍ଷ୍ନୌ: ଆଗାମୀ ସାଧାରଣ ନିର୍ବାଚନ ପାଇଁ ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ମଧ୍ୟରେ ଆସନ ବୁଝାମଣାର ଚିତ୍ର ସ୍ପଷ୍ଟ ହୋଇଛି। କେଉଁ ଦଳ କେଉଁ ଆସନରେ ଲଢ଼ିବେ, ତାହା ମିଳିତ ଭାବେ ସେମାନେ ଘୋଷଣା କରିଛନ୍ତି।

ବହୁ ଜନ ସମାଜପାର୍ଟି ୩୮ ଟି ଆସନରେ ଲଢ଼ିବ ଓ ସମାଜବାଦୀ ପାର୍ଟି ୩୭ଟି ଆସନରେ ଲଢ଼ିବ। କଂଗ୍ରେସ ପାଇଁ ଆମେଥି ଓ ରାଏବରେଲି ଆସନ ଛଡ଼ା ଯାଇଥିବା ବେଳେ ବାକି ୩ଟି ଆସନ ରାଷ୍ଟ୍ରୀୟ ଲୋକ ଦଳ ପାଇଁ ଛଡ଼ା ଯାଇଛି।

ଆଜିର ନିଷ୍ପତ୍ତି ପରେ ଏସ୍‌ପି-ବିଏସ୍‌ପି ମେଣ୍ଟରୁ ଯେ କଂଗ୍ରେସ ବାଦ୍ ପଡ଼ିବ, ତାହା ପୂରାପୂରି ସ୍ପଷ୍ଟ ହୋଇଛି।   ତେବେ କଂଗ୍ରେସ ଆଗରୁ କହିଛି ଯେ ଦଳ ୟୁପିର ୮୦ଟି ଯାକ ଆସନରେ ଲଢ଼ିବ। ସେପଟେ ଦଳର କେତେକ ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୋଇ ମୁଲାୟମ ସିଂହ ଯାଦବ କହିଛନ୍ତି, ସମାଜବାଦୀ ପାର୍ଟିକୁ ଦଳ ଭିତରୁ ହିଁ ଦୁର୍ବଳ କରାଯାଉଛି।

You might also like