ହାଥରସ ଘଟଣାରେ ଆସିଲା ଏସ୍‌ଆଇଟି ରିପୋର୍ଟ, ମାଜିଷ୍ଟ୍ରେଟ୍‌ଙ୍କ ଉପରେ ହୋଇପାରେ କାର୍ଯ୍ୟାନୁଷ୍ଠାନ

ଲକ୍ଷ୍ନୌ: ଗତ ସେପ୍ଟେମ୍ୱର ମାସରେ ଘଟିଥିବା ବହୁଚର୍ଚ୍ଚିତ ହାଥରସ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଏସ୍‌ଆଇଟି ଏହାର ରୋପର୍ଟ ଦେଇଛି। ଏହି ରିପୋର୍ଟ ୟୁପି ସରକାରଙ୍କୁ ଦିଆଯାଇଛି। ଯାହାକୁ କି ଆହ୍ଲାବାଦ ହାଇକୋର୍ଟରେ ଶୁଣାଣୀ ସମୟରେ ଦାଖଲ କରିଯିବାର ସମ୍ଭବନା ରିହିଛି।

ହାଇକୋର୍ଟରେ ସୋମବାର ଏହି ଘଟଣାକୁ ନେଇ ଶୁଣାଣୀ କରାଯିବାର ଅଛି। ଯେଉଁଥିରେ କି ୟୁପି ସରକାର ନିଜ ପକ୍ଷ ରଖିବେ। କିନ୍ତୁ ବର୍ତ୍ତମାନ ଏସ୍‌ଆଇଟି ରିପୋର୍ଟକୁ ଆଧାର କରି ସ୍ଥାନୀୟ ଡିଏମ୍‌ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମରେ ପ୍ରକାଶ ପାଇଛି।

ତେବେ ହାଇକୋର୍ଟରେ ଶୁଣାଣୀ ପୂର୍ବରୁ ୟୁପି ସରକାରଙ୍କ ଗୃହ ବିଭାଗ ସେକ୍ରେଟାରୀ ତରୁଣ ଗାବା ଏବଂ ଏଡିଜି (ଲ ଏବଂ ଅର୍ଡର) ପ୍ରଶାନ୍ତ କୁମାର ସେମାନଙ୍କ ଆଫିଡେଭିଟ୍‌ ଦାଖଲ କରିବେ।

 

You might also like