କାମ କରିବାକୁ ମନା କରିବାରୁ ପେଟ୍ରୋଲ ଢାଳି ଜିଅନ୍ତା ଜାଳିଦେଲେ

ଉତ୍ତରପ୍ରଦେଶ: କାମ କରିବା ଲାଗି ମନା କପିଦେବାରୁ ଯୁବକଙ୍କୁ ଜିଅନ୍ତା ଜାଳିଦେଲେ ଦୁର୍ବୃତ୍ତ। ଜାଳିବା ପୂର୍ବରୁ ଯୁବକଙ୍କୁ ମାଡ ମର।ଯାଇଥିବା ନେଇ ମଧ୍ୟ ଅଭିଯୋଗ ରହିଛି। ତେବେ ଏହି ଘଟଣାରୁ ଆପଣ ଜାଣିପାରିବେ ଯେ, ମଣିଷ କେତେ ନିଷ୍ଠୁର ହୋଇପାରେ। ମିଳିଥିବା ସୂଚନା ଅନୁସାରେ ଯୁବକ ଜଣକ କାମ କରିବାକୁ ମନା କରିଦେବା ପରେ ମାଲିକ ଓ କିଛି ଲୋକ ମିଶି ଯୁବକଙ୍କୁ ନିସ୍ତୁକ ମାଡ ମାରିବା ପରେ ପେଟ୍ରୋଲ ଢାଳି ନିଆଁ ଲଗାଇଥିବା ସୂଚନା ମିଳିଛି।

ଏପରି ଘଟଣା ଘଟିଛି, ୟୁପିର ଚାମ୍ବଲ ଅଂଚଳରେ। ସଲମାନ ନାମକ ଯୁବକ ଜଣକ ଟଙ୍କା ଠିକରେ ମିଳୁନଥିବା କହି କାମ କରିଦେବାକୁ ମନା କରିଦେବାରୁ ଏପରି ଘଟଣା ଘଟିଛି ବୋଲି ଜଣାଯାଇଛି। ବର୍ତମାନ ସମୟରେ ସଲମାନଙ୍କୁ ସରକାରୀ ଟ୍ରମା କେୟାରରେ ରଖି ଚିକିତ୍ସା କରାଯାଉଛି।

ତେବେ ଏହି ଘଟଣାରେ ୩ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଛି। ସଲମାନଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ହିଁ ଏପରି ମାଡ ମରାଯାଇଛି। ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସ ଅଧିକାରୀ କହିଛନ୍ତି କି ସଲମାନଙ୍କୁ ଏସିଡରେ ଆକ୍ରମଣ କରାଯାଇଛି ସେ ଏବେ ବିପଦ ମୁକ୍ତ ଅଛନ୍ତି। ଅଭିଯୋଗ ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

You might also like