ପୁଅ ହେବ ତ ଏମିତି

ବାପା ଚାହୁଁଥିଲେ ପୁଅ ଡାକ୍ତର ହୋଇ ରୋଗୀ ସେବା କରୁ : ପୋଲିସ ହୋଇ ମଧ୍ୟ ବାପାଙ୍କ ଇଚ୍ଛା ପୂରଣ କଲେ ଡିଏସପି ଗଣେଷ କୁମାର ଗୁପ୍ତା

  • ବାପାଙ୍କ ଇଚ୍ଛା ପୂରଣ କଲା ସୁଯୋଗ୍ୟ ପୁଅ
  • ପୋଲିସ ବାବୁଙ୍କ ଉପରେ ସଂକ୍ରମିତଙ୍କ ଚିକିତ୍ସା ଭାର

ନୂଆଦିଲ୍ଲୀ : ମହାମାରୀ ସଙ୍କଟରେ ବାପାଙ୍କ ସ୍ୱପ୍ନ ପୂରଣ ହେଲା । ବାପାଙ୍କର ଇଚ୍ଛା ଥିଲା ପୁଅ ବଡ଼ ହୋଇ ଡାକ୍ତର ହେବ । ରୋଗୀ ସେବା ପରି ମହତ କାମ କରିବ । ହେଲେ ପୁଅର ଇଚ୍ଛା ଥିଲା କିନ୍ତୁ ଭିନ୍ନ । ପୋଲିସ ହୋଇ ଦୋଷୀକୁ କାଠଗଡ଼ା ପଛରେ ଦେଖିବାକୁ ଚାହୁଁଥିଲା ପୁଅ । ଆଉ ଏଥିପାଇଁ କଠିନ ପରିଶ୍ରମ ମଧ୍ୟ କରିଥିଲା । ଶେଷରେ ପୁଅ ବଡ଼ ହୋଇ ପୋଲିସ ଅଫିସର ହୋଇଗଲା । ଆଉ ବାପାଙ୍କ ଆଶା ଆଶାରେ ରହିଯାଇଥିଲା । ତେବେ କରୋନା ସଂକ୍ରମଣ ମଧ୍ୟରେ ବାପାଙ୍କ ଇଚ୍ଛା ପୂରଣ କରିଛନ୍ତି ପୋଲିସ ବାବୁ । ଆଜି ସେ ପୋଲିସ ସାଜି ଲୋକଙ୍କୁ ସଚେତନ କରିବା ସହ ଚିକିତ୍ସକ ସାଜି ରୋଗୀ ସେବା ମଧ୍ୟ କରୁଛନ୍ତି ।

ବିଜନୋରରେ ଡେପୁଟି ସୁପରିଟେଣ୍ଡେଣ୍ଟ ଅଫ୍ ପୋଲିସ୍ (ଡିଏସପି) ଭାବରେ ମୁତୟନ ହୋଇଛନ୍ତି ହୋଇଥିବା ଗଣେଷ କୁମାର ଗୁପ୍ତା । ତାଙ୍କ ବାପା ଗୋରଖପୁରରେ ଏକ ଦୋକାନ କରି ପରିବାର ଚଳାନ୍ତି । ପୁଅକୁ ଡାକ୍ତର କରିବାକୁ ସେ ଦିନ ରାତି କଠିନ କରୁଥିଲେ । ଅଭାବ ଥିଲେ ସୁଦ୍ଧା ପୁଅକୁ ଅଭାବ ଅନୁଭବ କରିବାକୁ ଦିଅନ୍ତିନି । ତେବେ ଇଚ୍ଛାକୁ ସମ୍ମାନ ଜଣାଇ ଏମବିବିଏସ୍ ଡିଗ୍ରୀ ହାସଲ କରିଥିଲେ ଗଣେଷ କୁମାର । ହେଲେ ସେ ନିଜେ ଚାହୁଁଥିଲେ ଜଣେ ପୋଲିସ ଅଫିସର ହୋଇ ଜନଜାଙ୍କ ସେବା କରିବେ । ଶେଷର ଭଗବାନ ତାଙ୍କ ଡାକ ଶୁଣିଲେ । ୨୦୧୮ରେ ପିପିଏସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଏବେ ଡିଏସପି ରୂପେ କାମରେ ଯୋଗ ଦେଇଥିଲେ ଗଣେଷ କୁମାର । ହେଲେ ବାପାଙ୍କ କଥା ତାଙ୍କ ମନରେ ସବୁବେଳେ ଥିଲା ।

କିଛି ଦିନ ପୂର୍ବରୁ ସେ ଓ ତାଙ୍କ ପୂରା ଟିମ୍ ପଞ୍ଚାୟତ ନିର୍ବାଚନ ସମୟରେ ଡ୍ୟୁଟି କରୁଥିଲେ । ଆଉ ଡ୍ୟୁଟିରୁ ଫେରିବା ପରେ ୧୬୨ ଜଣ ପୋଲିସ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । ସେଥି ମଧ୍ୟରୁ ୪୦ ଜଣଙ୍କର ଲକ୍ଷଣ ଥିବା ବେଳେ ଅନ୍ୟମାନେ ଲକ୍ଷଣବିହୀନ । ଆଉ ଏହାରି ଭିତରେ ହସ୍ପିଟାଲରେ ବେଡ ଅଭାବରୁ ସଂକ୍ରମିତ ପୋଲିସଙ୍କ ଚିକିତ୍ସା ପାଇଁ ପୋଲିସ ବିଭାଗ ଏକ ନୂତନ ୱାର୍ଡ ଖୋଲିଥିଲା ଏବଂ ତାହାର ଦାୟିତ୍ୱ ନେଇଛନ୍ତି ଗଣେଶ କୁମାର ଗୁପ୍ତା ।

ଡାକ୍ତର ନହୋଇ ବି ସଂକ୍ରମିତ ପୋଲିସ କର୍ମଚାରୀଙ୍କ ଚିକିତ୍ସା କରୁଛନ୍ତି ଡିଏସପି ଗଣେଷ । ବିଜନୋର ପୋଲିସ ଅଧୀକ୍ଷକ ଧରମବୀର ସିଂ କହିଛନ୍ତି, ‘ଗଣେଶ ଗୁପ୍ତା ଆମ ବିଭାଗ ପାଇଁ ଏବେ ବରଦାନ ସ୍ୱରୂପ । ମହାମାରୀର ଭୟାବହତା ମଧ୍ୟରେ ବେଡ ମିଳୁ ନଥିଲା । ଆଜି ଗଣେଷ ବାବୁ ନଥିଲେ ନଥିଲେ ଏସବୁ ସମ୍ଭବ ହୋଇପାରି ନଥାନ୍ତା । ସଂକ୍ରମିତଙ୍କ ଆଇସୋଲେସନ୍ ଠାରୁ ଆରମ୍ଭ କରି ପ୍ରାଥମିକ ଚିକିତ୍ସା ଦାୟିତ୍ୱ ସେ ସୂଚାରୁରୂପେ ନିଭାଉଛନ୍ତି । ତାଙ୍କ ପରି ଅଧିକାରୀ ପାଇଁ ପୋଲିସ ବିଭାଗ ଆଜି ଗର୍ବିତ । ସେପଟେ ପୋଲିସ୍ ୟୁନିଫର୍ମ ଉପରେ ପିପିଏ କିଟ୍ ପିନ୍ଧିଥିବା ଗଣେଶ କୁମାର ଗୁପ୍ତା କହିଛନ୍ତି, ଆଜି ବାପାଙ୍କ ସ୍ୱପ୍ନ ପୂରଣ ହୋଇଥିବାରୁ ମୁୁଁ ବହୁତ ଖୁସି ।

You might also like