ପାଦଚଲା ପ୍ରବାସୀଙ୍କୁ ଉତ୍ତର ପ୍ରଦେଶ ମନା

ଲକ୍ଷ୍ନୌ: ପାଦରେ ଚାଲି ଚାଲି ଆସୁଥିବା ପ୍ରବାଶୀ ଶ୍ରମିକଙ୍କୁ ଏବେ ଉତ୍ତର ପ୍ରଦେଶ ମନା। ଯଦି ଧରାପଡ଼ନ୍ତି ତେବେ ହେବ କାର୍ଯ୍ୟାନୁଷ୍ଠାନ। କୌଣସି ଶ୍ରମିକ ବେଆଇନ୍‌ ଭାବରେ ବାଇକ୍‌ କିମ୍ବା ଅନ୍ୟ ଗାଡ଼ିରେ କିମ୍ବା ପାଦରେ ଚାଲି ଚାଲି ଚାଲି ଆସିପାରିବେ ନାହିଁ। କୌଣସି ଶ୍ରମିକଙ୍କ ଏଭଳି ଅସୁରକ୍ଷିତ ଯାତ୍ରା କରିବାକୁ ଦିଆ ନଯିବାକୁ ପୁଲିସ୍ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ।

ଉତ୍ତର ପ୍ରଦେଶର ଔରେୟା ଠାରେ ସଡ଼କ ଦୁର୍ଘଟଣା ପ୍ରାୟ ୨୫ ଜଣ ପ୍ରବାସୀ ଶ୍ରମିଙ୍କ ଜୀବନ ଯିବା ପରେ ସମବେଦନା ବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ ଏପରି ନିର୍ଦ୍ଦେଶ ଦେଇଥିବା ରାଜ୍ୟ ମୁଖ୍ୟ ସଚିବ ଅବିନାଶ କୁମାର ଅୱସ୍ଥୀ ସୁଚନା ଦେଇଛନ୍ତି।

ରାଜ୍ୟରେ ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବାକୁ ସରକାର ଚେଷ୍ଟା କରୁଛନ୍ତି। ଏପର୍ଯ୍ୟନ୍ତ ପ୍ରାୟ ୯ ଲକ୍ଷ ୫୦ ହଜାର ଶ୍ରମିକଙ୍କୁ ଅଣାଯାଇଛି ନହେଲେ ଅଣାଯିବାକୁ ପ୍ରସ୍ତୁତି କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି। ତେଣୁ ବେଆଇନ୍‌ ଭାବେ ଅନ୍ୟ ରାଜ୍ୟରୁ ଆସୁଥିବା ଶ୍ରମିକଙ୍କୁ ଏବେ ଉତ୍ତର ପ୍ରଦେଶ ସୀମାକୁ ଆସିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଅବିନାଶ କହିଛନ୍ତି।

ଯଦି କୌଣସି ଶ୍ରମିକ ପାଦରେ ଚାଲି ଚାଲି ଆସନ୍ତି ତେବେ ତାଙ୍କୁ ସେଠାରେ ଅଟକାଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁସାରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କୌଣସି ପ୍ରବାସୀଙ୍କୁ ସଡ଼କ କିମ୍ବା ରେଳ ଲାଇନ୍‌ରେ ଚାଲି ଚାଲି ଯିବାକୁ ଦିଆଯିବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି।

ଆଜି ଉତ୍ତରପ୍ରଦେଶର ଔରେୟାରେ ଜିଲ୍ଲାର ଲକ୍ଷ୍ନୌ-ଆଗ୍ରା ଏନ୍ଏଚ୍‌ରେ ୨ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୨୫ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏଥିରେ ୩୬ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି।

ଏହି ଘଟଣାରେ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଓ ଆହତଙ୍କ ପାଇଁ ୫୦ ହଜାର ସହାୟତା ରାଶି ଘୋଷଣା କରିବା ସହିତ ୨ ଅଫିସର୍‌ଙ୍କୁ ନିଲମ୍ବିତ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ

ଏକ ଟ୍ରକ୍‌ରେ ଏହି ପ୍ରବାସୀ ଶ୍ରମିକମାନେ ରାଜସ୍ଥାନରୁ ସେମାନଙ୍କର ଘରକୁ ଫେରୁଥିବାବେଳେ ଅନ୍ୟ ଏକ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ମୃତାହତଙ୍କ ମଧ୍ୟରେ ଅଧିକାଂଶ ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି।

You might also like