ପତ୍ନୀ ଶବକୁ ପାଣିରେ ଫିଙ୍ଗୁଥିଲେ, ନିଜେ ଖସି ପଡ଼ି ପ୍ରାଣ ହରାଇଲେ

ଲକ୍ଷ୍ନୌ:ପତ୍ନୀଙ୍କୁ ରାସ୍ତାରୁ ହଟାଇଦେବା ପାଇଁ ସବୁପ୍ରକାର ଯୋଜନା କଲେ। ହେଲେ ଯେଉଁ ଖାଲ ନିଜ ଖୋଳିଥିଲେ ସେଥିରେ ସେ ନିଜେ ପଡ଼ିଗଲେ। ଘଟଣାଟି ଏମିତି।

ଉତ୍ତରପ୍ରଦେଶର ଚିତ୍ରକୁଟ ଜିଲ୍ଲାରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ହତ୍ୟା କରି ଶବକୁ ଗାଏବ କରିବାକୁ ଚାହୁଁଥିଲେ। ଶେଷରେ ଚିନ୍ତା କଲେ ନିକଟସ୍ଥ ନଦୀରେ ଶବକୁ ପାଣିରେ ଫିଙ୍ଗି ଦେବେ। ପତ୍ନୀଙ୍କ  ଶବକୁ ପାଣିରେ ଫିଙ୍ଗୁଥିବାବେଳେ ନିଜେ ପାଣିରେ ପଡିଗଲେ । ୯ ଦିନ ପରେ ତାଙ୍କର ଶବକୁ ପୋଳିସ ଉଦ୍ଧାର କରିଛି। ଏହି ବ୍ୟକ୍ତି ଜଣକ ସ୍ଥାନୀୟ ସମାଜବାଦୀ ପାର୍ଟିର ଜଣେ ନେତା ବୋଲି ଜଣାପଡ଼ିଛି।

ପୋଲିସ ଅଧିକ୍ଷକଙ୍କ କହିବା ଅନୁଯାୟୀ, ସପା ନେତା ତଥା ଜଣେ ମାଛ ବ୍ୟବସାୟୀ ଭରତ ଦିବାକର (୪୨ବର୍ଷ)ଙ୍କ ଶବ ବୁଧବାର ସନ୍ଧ୍ୟରେ ଉଦ୍ଧାର କରାଯାଇଥିଲା। ସେ ତାଙ୍କ ପତ୍ନ ନମିତା ଓରଫ ମୀନୁ(୩୮ ବର୍ଷ)ଙ୍କୁ ହତ୍ୟା କରି ଶବକୁ ଏକ ଡଙ୍ଗାରେ ନେଇ ନଦୀରେ ଫିଙ୍ଗି ଦେବାକୁ ଚାହୁଁଥିଲେ । ଶବ ଫିଙ୍ଗୁଥିବାବେଳେ ହଠାତ୍‌ ଡଙ୍ଗା ଓଲଟିଗଲା। ଆଉ ସେ ପାଣିରେ ବୁଡ଼ିଗଲେ।

ସ୍ଥାନୀୟ ଲୋକେ ମହିଳାଙ୍କ ଶବକୁ ପାଣିରେ ଭାସୁଥିବା ଦେଖି ଉଦ୍ଧାର କରିଥିଲେ। ହେଲେ ସପା ନେତାଙ୍କ ଖବର ମିଳି ନ ଥିଲା। ତେବେ ମହିଳାଙ୍କ ଶବକୁ ପାଣିରେ ଫିଙ୍ଗିବା ଲାଗି ସପା ନେତାଙ୍କୁ ସହଯୋଗ କରିଥିବା ଡଙ୍ଗାଚାଳକଙ୍କୁ ପୋଲିସ ଗିରଫ କରିବା ପରେ ସତକଥା ପଦାକୁ ଆସିଥିଲା।

You might also like