• translate
Chandan Shishu

ନୂଆଦିଲ୍ଲୀ: କରୋନା ଟିକା କୋଭାକ୍ସିନର ଜରୁରୀ ବ୍ୟବହାର ପାଇଁ ଆମେରିକା ମନା କରି ଦେବା ପରେ ନୀତି ଆୟୋଗ ସଦସ୍ୟ ଭିକେ ପଲ୍ କହିଛନ୍ତି, ଆମେରିକାର ନିଷ୍ପତ୍ତିର କୌଣସି ପ୍ରଭାବ ଆମ ଉପରେ ପଡ଼ିବ ନାହିଁ। ଆମ ଦେଶରେ କୋଭାକ୍ସିନର ବ୍ୟବହାର ଜାରି ରହିବ ଡକ୍ଟର ପଲ୍ କହିଛନ୍ତି, ଆମେରିକାର ନିିଷ୍ପତ୍ତିକୁ ଆମେ ସମ୍ମାନ ଦେଉଛୁ। ସବୁ ଦେଶର ରେଗୁଲେଟୋରି ବ୍ୟବସ୍ଥାରେ କିଛି ସମାନତା ଥାଏ, କିଛି ପାର୍ଥକ୍ୟ ମଧ୍ୟ ଥାଏ।

ବୈଜ୍ଞାନିକ ଫ୍ରେମଓ୍ୱର୍କ ସମାନ ହୋଇଥିଲେ ମଧ୍ୟ ବିଭିନ୍ନ ଦେଶରେ ପରିସ୍ଥିତି ଭିନ୍ନ ଭିନ୍ନ ହୋଇଥାଏ। କୋଭାକ୍ସିନକୁ ନେଇ ଡର ପଲ୍ କହିଛନ୍ତି, ଆମର ମ୍ୟାନୁଫ୍ୟାକ୍ଚରିଂ ଦୃଢ଼ ଅଛି। ଆମର ରେଗୁଲେଟର ମଧ୍ୟ ଏହାକୁ ଅନୁମୋଦନ କରିଛି। ଆମ ପାଖରେ ଏହାର ସୁରକ୍ଷା ସଂପର୍କିତ ସବୁ ତଥ୍ୟ ଓ ତୃତୀୟ ପର୍ଯ୍ୟାୟ ଟ୍ରାଏଲର ତଥ୍ୟ ମଧ୍ୟ ଅଛି। ଏହା ୭-୮ ଦିନରେ ପ୍ରକାଶିତ ମଧ୍ୟ ହେବାର ଅଛି।

ତେଣୁ ଆମ ଦେଶରେ କୋଭାକ୍ସିନ ବ୍ୟବହାର ଜାରି ରହିବ ତଥାପି ଆମେରିକାର ମାନଦଣ୍ଡକୁ ଭାରତ ବାଓଟେକ୍ ପୂରଣ କରିବ ଡର ପଲ୍ ଆଶା ପ୍ରକାଶ କରିଛନ୍ତି। ଭାରତ ବାଓଟେକ ଦ୍ୱାରା ପ୍ରସ୍ତୁତ କୋଭାକସିନ୍‌ର ଜରୁରୀ ବ୍ୟବହାର ପାଇଁ ଆଜି ଆମେରିକାର ଫୁଡ୍ ଆଣ୍ଡ ଡ୍ରଗ୍ସ ଆଡମିନିଷ୍ଟ୍ରେସନ ମନା କରିଦେଇଥିଲା ଏବଂ ଟ୍ରାଏଲ ସଂପର୍କରେ ଅଧିକ ତଥ୍ୟ ମାଗିଥିଲା।

ସେହିପରି ଆସନ୍ତା ୬ ମାସ ଭିତରେ ଦେଶରେ ଆସିପାରେ ଆହୁରି ୬ଟି ନୂଆ କରୋନା ଟିକା ଏହା କହିଛନ୍ତି ନୀତି ଆୟୋଗ ସଦସ୍ୟ ଡକ୍ଟର ଭି.କେ. ପଲ୍। ଦେଶରେ ଏବେ କୋଭାକ୍ସିନ ଓ କୋଭିସିଲ୍ଡ ସହିତ ସ୍ପୁଟନିକ୍-ଭି ଟିକା ଦିଆଯାଉଥିବା ବେଳେ, ଆଗାମୀ ଦିନରେ କୋଭିଡ୍ ଟିକାକରଣ ଅଭିଯାନ ଆହୁରି ତ୍ୱରାନ୍ୱିତ ହେବ।

ଡକ୍ଟର ପଲଙ୍କ ସୂଚନା ଆଗାମୀ ୬ ମାସ ଭିତରେ ବାୟୋଲୋଜିକାଲ୍-ଇ ଟିକା, ଜାଇଡସ୍ କାଡିଲାର DNA ଭ୍ୟାକ୍ସିନ, ଜିନୋଭାର M-RNA ଭ୍ୟାକ୍ସିନ, ନାକପୁଡ଼ାରେ ସ୍ପ୍ରେ ହେବାକୁ ଥିବା ନାଜାଲ୍ ଭ୍ୟାକ୍ସିନ, ସିରମ୍ ଇନ୍‌ଷ୍ଟିଚ୍ୟୁଟ୍‌ର ନୋଭାଭ୍ୟାକ୍ସ୍ ଆଦି ଟିକା ପ୍ରଚଳନ ଆରମ୍ଭ ହୋଇପାରେ। ଏଥିସହ ଜନ୍ସନ୍ ଆଣ୍ଡ୍ ଜନ୍ସନ୍ ଟିକାର ଉତ୍ପାଦନ ମଧ୍ୟ ଭାରତରେ ହେବାକୁ ଯାଉଛି ବୋଲି ସେ କହିଛନ୍ତି।

Other Stories