୧୫ ମିନିଟ୍‌ରେ ହେବ କରୋନା ଟେଷ୍ଟ

ନୂଆଦିଲ୍ଲୀ: କଣ୍ଟେନମେଣ୍ଟ ଜୋନରେ କୋଭିଡ ପରୀକ୍ଷଣ ପାଇଁ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ୍ କିଟ୍ ବ୍ୟବହାର କରିବାକୁ ସୁପାରିଶ କରିଛି ICMR । ରାପିଡ ଆଣ୍ଟିଜେନ ଟେଷ୍ଟରେ ନେଗେଟିଭ ଆସିଥିଲେ, ଏହା ପଛକୁ RT-PCR ଟେଷ୍ଟ କରିବା ଉଚିତ ।

ଏହା ପରେ ଯଦି କୌଣସି ବ୍ୟକ୍ତି ପଜିଟିଭ ଚିହ୍ନଟ ହୁଅନ୍ତି ତେବେ ତାକୁ ହିଁ ପ୍ରକୃତ ପଜିଟିଭ ଧରାଯିବ ବୋଲି ICMR ପକ୍ଷରୁ କୁହାଯାଇଛି।  ବିନା ଲାବୋରେଟୋରୀ ପରୀକ୍ଷଣରେ ଏହା ଶୀଘ୍ର ଫଳ ନିରୁପଣ କରିବ।  ଏହି ଟେଷ୍ଟରେ ନମୁନାକୁ ୧୫ ମିନିଟ ଧରି ରଖିବା ପରେ ଏହା ପଜିଟିଭ କିମ୍ବା ନେଗେଟିଭ ବୋଲି ଜଣାପଡିଯିବ ।

ନମୁନାର ଶୀଘ୍ର ଚିହ୍ନଟ ପାଇଁ ଏହି ରାପିଡ କିଟର ବ୍ୟବହାର କରାଯାଇଥାଏ ଦକ୍ଷିଣ କୋରିଆ କମ୍ପାନୀ ଏସଡି-ବାୟୋସେନସର ଦ୍ୱାରା ଏହାକୁ ବିକଶିତ କରାଯାଇଛି।

 

You might also like