ଭାରତକୁ ଭେଣ୍ଟିଲେଟର ଦେବ ଆମେରିକା

ନୂଆଦିଲ୍ଲୀ: ସାରା ବିଶ୍ୱ ଏବେ ମହାମାରୀ କରୋନାର ମୁକାବିଲା କରୁଛି। ଏହି ସମୟରେ ଭାରତକୁ ସହଯୋଗ କରିବାକୁ ଆଗେଇ ଆସିଛି ଆମେରିକା।

ଯଦିଓ କରୋନା ଯୋଗୁ ଆମେରିକା ଅଧିକ ପ୍ରଭାବିତ ହୋଇଛି, ତେବେ ଏଭଳି ଦୁଃସମୟରେ କରୋନା ଆକ୍ରାନ୍ତ ଚିକିତ୍ସା ଲାଗି ଭାରତକୁ ଭେଣ୍ଟିଲେଟର ଯୋଗାଇବାକୁ ଆମେରିକା ନିଷ୍ପତ୍ତି ନେଇଛି। ଏନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି।

ଟ୍ୱିଟ କରି ଟ୍ରମ୍ପ କହିଛନ୍ତି, “ମୁଁ ଗର୍ବର ସହ ଘୋଷଣା କରିବାକୁ ଯାଉଛି ଯେ, ଭାରତୀୟ ବନ୍ଧୁଙ୍କ ପାଇଁ ଆମେରିକା ଭେଣ୍ଟିଲେଟର ଯୋଗାଇବ। ଏହି ମହାମାରୀ ସହ ଲଢ଼େଇ ବେଳେ ଆମେ ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ରହିଛୁ। ଟିକା ବାହାର କରିବା ପାଇଁ ଭାରତ ସହ ଆମେ ମିଳିତ ଭାବେ କାର୍ଯ୍ୟ କରୁଛୁ। ଏକାଠି ହୋଇ ଆମେ ଅଦୃଶ୍ୟ ଶତ୍ରୁକୁ ହରାଇବାକୁ ସକ୍ଷମ ହେବୁ।”

ସୂଚନାଥାଉ କି, ମହାମାରୀ କରୋନାର ମୁକାବିଲା ପାଇଁ ଆମେରିକାକୁ ବିପୁଳ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ (HCQ)କୁ ଭାରତ ପଠାଇଥିଲା। ଏହାକୁ ନେଇ ଭାରତର ସହାୟତାକୁ ନାଲ୍ଡ ଟ୍ରମ୍ପ ବେଶ୍ ପ୍ରଶଂସା କରିଥିଲେ।

You might also like