ବିଦେଶ ଯାତ୍ରା ପାଇଁ ବାଇଡେନ୍‌ଙ୍କ ଗାଇଡ୍‌ଲାଇନ: ପାକିସ୍ତାନ ସମେତ ଏ ସବୁ ଦେଶକୁ ନ ଯିବା ପାଇଁ ପରାମର୍ଶ

-ଆମେରିକା ନିଜ ନାଗରିକଙ୍କୁ ପାକିସ୍ତାନ ଯାତ୍ରା ନ କରିବାକୁ ଗାଇଡଲାଇନ ଜାରି କରିଛି

-ଜୋ ବାଇଡେନ ଏହି ଆଡଭାଇଜରୀ ଜାରି କରିଛନ୍ତି 

-ଆତଙ୍କବାଦ ଏବଂ ଜାତୀୟ ହିଂସାକୁ ଦୃଷ୍ଟିରେ ରଖି ପାକିସ୍ତାନ ଯାତ୍ରା ନ କରିବା ପାଇଁ କୁହାଯାଇଛି

ୱାଶିଂଟନ:ଆମେରିକାରେ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ଦେଶବାସୀଙ୍କ ପାଇଁ ନୂଆ ଟ୍ରାଭେଲ ଗାଇଡ଼ଲାଇନ ଜାରି କରିଛନ୍ତି। କୋଭିଡ ମହାମାରୀ ଏବଂ ଆତଙ୍କବାଦକୁ ଦୃଷ୍ଟିରେ ରଖି ପାକିସ୍ତାନ ଏବଂ ବାଂଲାଦେଶ ଯାତ୍ରା ଯୋଜନା ଉପରେ ପୁଣି ଥରେ ବିଚାର ବିମର୍ଷ କରି ଗାଇଡଲାଇନ ଜାରି କରିଛନ୍ତି। ଅନ୍ୟପକ୍ଷେ ବିଦେଶ ମନ୍ତ୍ରାଳୟ ନାଗରିକମାନଙ୍କୁ ଆଫଗାନସ୍ତାନ ଯାତ୍ରା ନ କରିବା ପାଇଁ ଅପିଲ କରିଛି।

ଦକ୍ଷିଣ ଏସିଆର ତିନି ଦେଶ ଯାତ୍ରା ପାଇଁ ନୂଆ ପରାମର୍ଶ ତାଲିକା ଘୋଷଣା କରିଛନ୍ତି ଆମେରିକା ସରକାର। ପରାମର୍ଶରେ କୁହାଯାଇଛି-‘କୋଭିଡ ୧୯, ଆତଙ୍କବାଦ ଏବଂ ଜାତୀୟ ହିଂସାକୁ ଦୃଷ୍ଟିରେ ରଖି ଲୋକେ ପାକିସ୍ତାନ ଯାତ୍ରା ଯୋଜନା ଉପରେ ପୁଣି ଥରେ ବିଚାର କରନ୍ତୁ।’

ସେହିପରି ବାଲୁଚିସ୍ତାନ ଏବଂ ଖାଇବର ଫଖତୁନଖବା ପ୍ରାନ୍ତକୁ ନ ଯିବା ପାଇଁ ମଧ୍ୟ ଅପିଲ କରିଛନ୍ତି। ଅନ୍ୟପକ୍ଷେ ଆତଙ୍କବାଦ ଏବଂ ସମ୍ଭାବ୍ୟ ସଂଘର୍ଷକୁ ଦୃଷ୍ଟିରେ ରଖି ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାକୁ ଲାଗି ରହିଥିବା ଇଲାକାକୁ ମଧ୍ୟ ନ ଯିବା ପାଇଁ କୁହାଯାଇଛି। ଏଥିରେ କୁହାଯାଇଛି, ଭାରତ-ପାକିସ୍ତାନ ସୀମାବର୍ତ୍ତୀ ଅଞ୍ଚଳକୁ ଯାତ୍ରା ନ କରିବା ପାଇଁ କୁହାଯାଇଛି। ଏହି ଇଲାକାରେ  ଆତଙ୍କବାଦୀମାନେ ତାଙ୍କ କାର୍ଯ୍ୟକଳାପ ଜାରି ରଖିଛନ୍ତି। ଭାରତ-ପାକିସ୍ତାନ ସୀମାରେ ଉଭୟ ପକ୍ଷରୁ ସେନା ମହଜୁଦ୍‌ ଅଛନ୍ତି। ଅନେକ ସମୟରେ ଉଭୟଙ୍କ ମଧ୍ୟରେ ଗୁଳିଗୁଳା ବିନିମୟ ହୋଇଥାଏ।

ବାଂଲାଦେଶ ଏବଂ ଆଫଗାନିସ୍ତାନ ଯାତ୍ରା ପାଇଁ ମଧ୍ୟ ଗାଇଡଲାଇନ୍ସ ଜାରି କରାଯାଇଛି। କୋଭିଡ ତଥା ଆତଙ୍କବାଦ ଏବଂ ଅପହରଣ ଘଟଣାକୁ ଦୃଷ୍ଟିରେ ରଖି ବାଂଲାଦେଶ ଯାତ୍ରା ଉପରେ ପୁଣି ଥରେ ଚିନ୍ତା କରିବା ପାଇଁ କୁହାଯାଇଛି। ଏହି ଗାଇଡଲାଇନ୍‌ରେ ଆଫଗାନସ୍ତାନର ସମସ୍ତ ଅଞ୍ଚଳ ଅସୁରକ୍ଷିତ ବୋଲି କୁହାଯାଉଛି।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବ୍ରାଜିଲ, ଆର୍ୟଲାଣ୍ଡ, ବ୍ରିଟେନ୍‌ ଏବଂ ଅନ୍ୟ ୟୁରୋପିୟ ଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ ପୁଣି ଥରେ କୋଭିଡ-୧୯ ଯାତ୍ରା ପ୍ରତିବନ୍ଧକ ଲଗାଇଛନ୍ତି।

You might also like