ଭାରତରେ ସମ୍ପୂର୍ଣ୍ଣ ଲକଡାଉନ୍ ଲାଗୁ କରିବାକୁ ପରାମର୍ଶ ଦେଲେ ୟୁଏସର ସ୍ୱାସ୍ଥ୍ୟ ବିଶେଷଜ୍ଞ

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ପଜିଟିଭ କେସ କିନ୍ତୁ କିଛି ରାଜ୍ୟରେ ସଂକ୍ରମଣର ଗ୍ରାଫ୍ ଉପରମୁହାଁ । ଦିନକରେ ଆଉ ୩ ଲକ୍ଷ ୨୯ ହଜାର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ୩,୮୦୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କର୍ଣ୍ଣାଟକରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଉ ଦ୍ୱିତୀୟ ସ୍ଥାନରେ ରହିଛି ମହାରାଷ୍ଟ୍ର । ଅପରପକ୍ଷେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କିଶୋରମାନଙ୍କୁ କରୋନା ଟିକା ଦିଆଯିବ ବୋଲି ଗୋଆ ସରକାର ଘୋଷଣା କରିଛନ୍ତି । ଭାରତର ଦେଖାଦେଉଥିବା ଷ୍ଟ୍ରେନ ଏବେ ୧୭ ଦେଶରେ ଦେଖାଦେଲାଣି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ।

ଅପରପଟେ ଭାରତରେ କରୋନା ସଂକ୍ରମଣର ଚେନ୍ ଭାଙ୍ଗିବାକୁ ହେଲେ ସମ୍ପୂର୍ଣ୍ଣ ଲକଡାଉନ କରାଯିବା ଉଚିତ୍ ବୋଲି ୟୁଏସର ବିଶିଷ୍ଟ ସ୍ୱାସ୍ଥ୍ୟ ବିଶେଷଜ୍ଞ ଆଣ୍ଟୋନି ଫାଉକ୍ ପରାମର୍ଶ ଦେଇଛନ୍ତି । ପ୍ରକାଶଥାଉକି ଦେଶରେ ଗତ କିଛି ଦିନ ଧରି ଦୈନିକ କରୋନା ପଜିଟିଭ କେସ୍ ୩-୪ ଲକ୍ଷ ରହୁଛି । ଏପରିକି କିଛି ସପ୍ତାହ ଧରି ଦେଶରେ ଦୈନିକ ମୃତ୍ୟୁ ସଂଖ୍ୟା ୩ ହଜାର ଉପରେ ରହୁଛି । ସେଥିପାଇଁ ଭାରତରେ ଲକଡାଉନ ଲାଗୁ କରାଯିବା ଦରକାର । ଏହାସହ ସବୁ ଲୋକଙ୍କୁ ତୁରନ୍ତ ଟିକା ଦେବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

You might also like