କୋଭିଡ-୧୯ ପାଇଁ ଚୀନ-ଆମେରିକା ମୁହାଁମୁହିଁ, ନିବେଶ ପ୍ରତ୍ୟାହାର କରିବ ଟ୍ରମ୍ପ ପ୍ରଶାସନ

ଏଜେନ୍ସି: କରୋନା ଭାଇରସ ସଂକ୍ରମଣକୁ ନେଇ ଆମେରକା-ଚୀନ୍ ମୁହାଁମୁହିଁ ହୋଇଛନ୍ତି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କରୋନା ସଂକ୍ରମଣ ପାଇଁ ଚୀନକୁ ଦାୟୀ କରିଛନ୍ତି। ତଥ୍ୟ ଲୁଚାଇବା ଏବଂ କରୋନା ମୁକାବିଲା ପାଇଁ ସହଯୋଗ ନ କରିବା ନେଇ ଚୀନ୍ ଉପରେ ଅଭିଯୋଗ ଆଣିଛନ୍ତି। ଇତି ମଧ୍ୟରେ ଆମେରିକାର ଏକ ଶୀର୍ଷ ସାଂସଦ ଚୀନ୍‌ ସରକାରକୁ କୋଭିଡ-୧୯ ପାଇଁ ଚୀନ୍‌କୁ ଦୋଷ ଦେବା ସହ ମିଛ କହିବା, ସାରା ବିଶ୍ୱକୁ ଠକିବା, ତଥ୍ୟ ଲୁଚାଇବା ପରି ୧୮ଟି  ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ମଧ୍ୟରେ ରହିଛି ସୀମାନ୍ତରେ ଭାରତ-ଚୀନ ମୁହାଁମୁହିଁ ହେବା ଘଟଣା।

ସିନେଟର ଥାମ ଟିଲିସ ଚୀନ ପ୍ରଶାସନ ସହ ଆଲୋଚନା କରି କହିଛନ୍ତି, କମ୍ୟୁନିଷ୍ଟ ସରକାର କରୋନା ଭାଇରସକୁ ସଂକ୍ରମିତ କରାଇଛନ୍ତି ଯାହା ତାଙ୍କର ହୀନ ମାନସିକତାର ପରିଚୟ ଦେଇଛି। ଏହି ଭାଇରସ ସହ ଆଜି ଆମେରିକା ସମେତ ସାରା ବିଶ୍ୱ ଲଢୁଛି। ସେ ଆହୁରି କହିଛନ୍ତି ଚୀନ ଏମିତି ଏକ ଦେଶ ଯିଏ ନିଜ ଦେଶର ଲୋକଙ୍କୁ ଡିଟେନ୍‌ସନ୍‌ କ୍ୟାମ୍ପରେ ବନ୍ଦୀ କରି ରଖିଛି। ଆମର ସହଯୋଗୀ ଦେଶକୁ ଧମକ ଦେଉଛି। ଏପରିକି ସାଂସଦ ଟିଲିସ୍‌ ୨୦୨୦ ଶୀତକାଳୀନ ଅଲମ୍ପିକ ଚୀନରେ ନ କରିବା ପାଇଁ  ଅନ୍ତରାଷ୍ଟ୍ରୀୟ ଅଲମ୍ପିକ ସମିତିରେ ଔପଚାରିକ ଢଙ୍ଗରେ ଅନୁରୋଧ କରିବା ପାଇଁ ଟ୍ରମ୍ପ ପ୍ରଶାସନକୁ ଅନୁରୋଧ କରିଛନ୍ତି।

ସୂଚନାଥାଉ କି,  କରୋନା ଯୋଗୁ ଆମେରିକାରେ ୮୬, ୯୧୨ ଜଣ ପ୍ରାଣ ହରାଇଥିବା ବେଳେ ୧୪,୫୭,୫୯୩ ଜଣ ଆକ୍ରାନ୍ତ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ଆମେରିକାରେ କରୋନା ୧୭ଶହରୁ ଅଧିକ ଲୋକଙ୍କ ଜୀବନ ନେଇଛି। ଏହାକୁ ନେଇ ଚାଇନା ସହ ସବୁ ପ୍ରକାରର ସମ୍ପର୍କ ଚ୍ଛିନ୍ନ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇଛନ୍ତି।

କରୋନା ବିଶ୍ୱ ମହାମାରୀ ରୂପ ଧାରଣ କରିବା ନେଇ ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟ ଚୀନକୁ ଦୋଷ ଦେଇଛନ୍ତି।  ଟ୍ରମ୍ପ କହିଛନ୍ତି, “ଆମେ ଚାହିଁଲେ ଚାଇନା ସହ ଆମେ ସବୁ ପ୍ରକାରର ସମ୍ପର୍କ ମଧ୍ୟ ଚ୍ଛିନ୍ନ କରିଦେବୁ। ମୁଁ ବର୍ତ୍ତମାନ ଚାଇନାର ରାଷ୍ଟ୍ରପତି ସି ଜିନିପଙ୍ଗ ସହ କୌଣସି ପ୍ରକାରର କଥା ହେବାକୁ ଚାହୁଁନାହିଁ ବୋଲି ଟ୍ରମ୍ପ ଏକ ପ୍ରକାର ଧମକ ଦେଇଛନ୍ତି ।

ଖାଲି ଧମକ ନୁହେଁ, ବିଲିଅନ ଡଲାରର ପେନ୍‌ସନ ନିଧି ନିବେଶ ଚୀନରୁ ପ୍ରତ୍ୟାହାର କରିବା ପାଇଁ ଟ୍ରମ୍ପ ପ୍ରଶାସନ ଚେତାବନୀ ଦେଇଛନ୍ତି।

ତେବେ ଇତି ମଧ୍ୟରେ ଆମେରିକା ଚୀନ୍‌ରେ ଥିବା ତାହାର ସମସ୍ତ ମ୍ୟାନୁଫାକ୍ଚରିଙ୍ଗ କମ୍ପାନୀକୁ ଫେରସ୍ତ ନେଇ ଆସିବାର ଯୋଜନା କରୁଛି। ଏଥିସହିତ କୌଣସି ସାମଗ୍ରୀ ପାଇଁ ଯେପରି ଚୀନ ଉପରେ  ନିର୍ଭର କରିବାକୁ ନ ପଡେ ସେ ନେଇ ମଧ୍ୟ ପ୍ରସ୍ତୁତି କରୁଛି। ଏହାବ୍ୟତୀତ ଚୀନ ଯେପରି ଟେକ୍‌ନିକ୍ ଚୋରି କରି ନ ପାରେ ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯିବ। ସହଯୋଗୀ ରାଷ୍ଟ୍ରମାନେ ଯେପରି ଚୀନ ଉପରେ ପ୍ରତିବନ୍ଧକ ଲଗାଇବେ ସେ ନେଇ ଆମେରିକା ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି ସିନେଟର। ସମସ୍ତେ ମିଶି ଚାଇନ ହ୍ୟାକର୍ସମାନଙ୍କୁ ରୋକିବା ଏବଂ ସାଇବର ସୁରକ୍ଷାକୁ ମଜବୁତ୍‌ କରିବାପାଇଁ ସେ କହିଛନ୍ତି।

You might also like