ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଆଶ୍ୱସ୍ତି:କ୍ୟାପିଟାଲ୍ ହିଲ୍ ହିଂସା ମାମଲାରେ ମିଳିବନି ଦଣ୍ଡ
ୱାସିଂଟନ୍: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଆଶ୍ୱସ୍ତି। କ୍ୟାପିଟାଲ୍ ହିଲ୍ ହିଂସା ମାମଲାରେ ଟ୍ରମ୍ପଙ୍କୁ ମିଳିବନି ଦଣ୍ଡ। ଆମେରିକା ସିନେଟରେ ଟ୍ରମ୍ପଙ୍କ ବିରୋଧରେ ଗତକାଲି ମହାଭିଯୋଗ ମାମଲାରେ ଭୋଟିଂ ହୋଇଥିଲା। ଯେଉଁଥିରେ ଟ୍ରମ୍ପଙ୍କ ବିରୋଧରେ ୫୭ ସିନେଟରେ ଭୋଟ୍ ପଡ଼ିଥିବାବେଳେ ସପକ୍ଷରେ ୪୩ଟି ଭୋଟ୍ ପଡ଼ିଥିଲା। ଫଳରେ ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ବହୁମତ ମିଳିପାରି ନଥିଲା। ଏହାସହ ଦ୍ୱିତୀୟ ଥର ପାଇଁ ମହାଭିଯୋଗ ପ୍ରସ୍ତାବ ଖାରଜ ହୋଇଛି।
US Senate voted 57-43 to acquit former President Donald Trump on a charge of inciting the Jan 6 riot at the US Capitol. Seven of 50 Senate Republicans joined the chamber’s Democrats in favouring conviction: Reuters
— ANI (@ANI) February 13, 2021
୧୦୦ ସଦସ୍ୟ ବିଶିଷ୍ଟ ସିନେଟରେ ରିପବ୍ଲିକାନ୍ ପାର୍ଟି ଓ ଡେମୋକ୍ରାଟିକ୍ ପାର୍ଟିର ୫୦ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି ।୧୩ ଫେବୃଆରୀରେ ଟ୍ରମ୍ପଙ୍କ ବିରୋଧରେ ଦ୍ୱିତୀୟ ଥର ଆଣିଥିବା ମହାଭିଯୋଗ ପ୍ରସ୍ତାବ ଉପରେ ଶୁଣାଣି ପୂରା କରି ଭୋଟିଂ କରାଯାଇଥିଲା। ହେଲେ ବହୁମତ ଅଭାବରୁ ଡୋନାଲ୍ଡ ଟ୍ରମ୍ପ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି। ଅନ୍ୟପଟେ ମହାଭିଯୋଗ ପ୍ରସ୍ତାବ କାଟ୍ ଖାଇବା ପରେ ଟ୍ୱିଟ୍ କରି ପ୍ରତିକ୍ରିୟା ରଖିଛନ୍ତି ଡୋନାଲ୍ଡ ଟ୍ରମ୍ପ। ଲଖିଛନ୍ତି, ମୁଁ ଜଣେ ଦେଶଭକ୍ତ, ବର୍ତ୍ତମାନର ଆମେରିକାକୁ ମହାନ ବନାଇବାକୁ ମୋର ପ୍ରୟାସ ଜାରି ରହିବ । ଆମେରିକା ଇତିହାସରେ ହେଉଥିବା କଳା ଅଧ୍ୟାୟକୁ ସପ୍ତାହ କରିବାକୁ ସେ ଲଢ଼େଇ ଜାରି ରଖିବେ ବୋଲି କହିଛନ୍ତି।
This has been yet another phase of the greatest witch hunt in the history of our country. No president has ever gone through anything like it: Donald Trump after his acquittal in the impeachment trial
— ANI (@ANI) February 13, 2021
ଜାନୁଆରୀ ୬,ୱାସିଂଟନ୍ ଡିସିର କ୍ୟାପିଟାଲ୍ ହିଲରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା। ଆମେରିକା ସାଂସଦ ଭବନରେ ହିଂସାକାଣ୍ଡ ଘଟାଇଥିବା ନେଇ ଟ୍ରମ୍ପଙ୍କ ଉପରେ ଅଭିଯୋଗ ହୋଇଥିଲା। ତେବେ ଏହି ଅଭିଯୋଗକୁ ଅସ୍ୱୀକାର କରିଥିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି। ତେବେ ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ମତଦାନ କରିବେ ନାହିଁ ବୋଲି ପୂର୍ବରୁ ଅଧିକାଂଶ ରିପବ୍ଲିକାନ୍ ପାର୍ଟିର ସାଂସଦମାନେ ସେଙ୍କେତ ଦେଇଥିଲେ। ଉଭୟ ପକ୍ଷଙ୍କୁ ପ୍ରଶ୍ନ କରିବା ପାଇଁ ସିନେଟରଙ୍କୁ ଚାରିଘଣ୍ଟା ସମୟ ଦିଆଯାଇଥିଲା। ଏହାପୂର୍ବରୁ ସଂସଦରେ ଦୁଇ ଦିନ ପର୍ଯ୍ୟନ୍ତ ବୈଠକ ଡକାଯାଇଥିଲା, ଯେଉଁଥିରେ ଭିଡ଼ିଓ ଅଡ଼ିଓ ଫୁଟେଜର ଯାଂଚ କରାଯାଇଥିଲା।