ଆମେରିକାରେ ଏପ୍ରିଲ ୧୯ରୁ ସବୁ ପ୍ରାପ୍ତ ବୟସ୍କଙ୍କୁ ମିଳିବ କରୋନା ଟିକା

ୱାଶିଂଟନ:ଆମେରିକାର ସମସ୍ତ ପ୍ରାପ୍ତ ବୟସ୍କଙ୍କୁ କରୋନା ଟିକା ଦିଆଯିବ। ଏନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଘୋଷଣା କରିଛନ୍ତି । ଏପ୍ରିଲ ୧୯ରୁ ଏହି ଟିକାକରଣ ଅଭିଯାନ ଆରମ୍ଭ ହେବ। ପୂର୍ବରୁ ମେ’ ପହିଲାରୁ ପ୍ରାପ୍ତ ବୟସ୍କଙ୍କୁ ଟିକା ଦିଆଯିବ ବୋଲି ଆମେରିକା ପ୍ରଶାସନ ପକ୍ଷରୁ ଲକ୍ଷ୍ୟ ରଖାଯାଇଥିଲା ।

କିନ୍ତୁ ଗତକାଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ଏପ୍ରିଲ ୧୯ରୁ ଟିକା ଦିଆଯିବ ବୋଲି ଘୋଷଣା କରିଛନ୍ତି । ସିଏନଏନ ରିପୋର୍ଟ ଅନୁସାରେ, ଜୋ ବାଇଡେନ୍ ଦାୟିତ୍ୱ ନେବାର ୭୫ ଦିନ ମଧ୍ୟରେ ୧୫୦ ମିଲିୟନ ଲୋକଙ୍କୁ ଟିକା କରଣ କରାଯାଇଛି । ଆମେରିକାରେ ସମସ୍ତ ୫୦ ରାଜ୍ୟରେ ଟିକାକରଣ ଜୋରଦାର କରାଯାଇଛି।   କରୋନା ଟିକାକରଣ ଅଭିଯାନ ଚାଲୁ ରହିଥିଲେ ମଧ୍ୟ ଆମେରିକାରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ରାଷ୍ଟ୍ରପତି ଜୋ ବାଇଡେନ ସମସ୍ତଙ୍କୁ କୋଭିଡ୍ ଗାଇଡଲାଇନ ପାଳନ କରିବା ସହ ବୟସ୍କମାନେ ଟିକାନେବାକୁ ଅପିଲ କରିଛନ୍ତି।

ଗତ ମାସରେ ହ୍ୱାଇଟ ହାଉସ୍‌ରେ ଏକ ବୟାନ ଦେଇ ଜୋ ବାଇଡେନ କହିଥିଲେ, ଟିକାକରଣ କାର୍ଯ୍ୟକ୍ରମରେ ଫାର୍ମାସିଙ୍କ ସଂଖ୍ୟା ୧୭ ହଜାରରୁ ବୃଦ୍ଧି କରି ୪୦ ହଜାର ପର୍ଯ୍ୟନ୍ତ କରି ଦେଇଛନ୍ତି। ୧୯ ଏପ୍ରିଲ ସୁଦ୍ଧା ଏକ ଡର୍ଜରୁ ଅଧିକ ସାମୁହିକ ଟକାକରଣ କେନ୍ଦ୍ର ନିର୍ମାଣ କରାଯିବ।

ବୟାନରେ ସେ ଆହୁରି କହିଛନ୍ତି, ଶାରୀରିକ ସମସ୍ୟା ଥିବା ଅଧିକ ବୟସ୍କ ଲୋକ ଏବଂ ଶାରୀରିକ ଭିନ୍ନକ୍ଷମ ଲୋକଙ୍କ ପାଖରେ ଟିକା ପହଞ୍ଚାଇବା ପାଇଁ ପରିବହନ ଏବଂ ସହାୟତା ପ୍ରଦାନ କରିବା ପାଇଁ ଘୋଷଣା କରିବେ। ୯୦ ପ୍ରତିଶତ ବୟସ୍କଙ୍କୁ ୫ ମାଇଲ ଭିତରେ ଭାକ୍ସିନ ଦେବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତ।

ସୂଚନାଥାଉ କି,  ଭାରତରେ ଦ୍ରୁତ ସଂକ୍ରମଣକୁ ନଜରରେ ରଖି ଇଣ୍ଡିଆନ ମେଡିକାଲ ଆସୋସିଏସନ ପକ୍ଷରୁ ୧୮ବର୍ଷରୁ ଅଧିକ ସମସ୍ତଙ୍କର ଟିକାକରଣ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖାଯାଇଛି । କରୋନା ସଂକ୍ରମଣର ଦ୍ୱିତୀୟ ୱେଭ ଆସିଥିବାରୁ ଟିକାକରଣକୁ ଆହୁରି ତ୍ୱରାନ୍ୱିତ କରିବାର ଆବଶ୍ୟକତା ରହିଛି ବୋଲି ସଂଘ ଦାବି କରିଛି। ସେପଟେ ଦାବି ନୁହେଁ, ଜରୁରୀ ଆବଶ୍ୟକତା ଅନୁସାରେ ଟିକା ଦିଆଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି  ।

 

vaccination
ବିଭିନ୍ନ ରାଜ୍ୟର ଟିକାକରଣ ସଂଖ୍ୟା
You might also like