ଲୋକଙ୍କ ଭୟ ଦୂର କରିବା ପାଇଁ କରୋନା ଟିକା ନେଲେ ଜୋ ବାଇଡେନ୍

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଭାବେ ନବ ନିର୍ବାଚିତ ହୋଇଥିବା ଜୋ ବାଇଡେନ୍‌ ସୋମବାର କରୋନା ଟିକା ନେଇଛନ୍ତି। ଖ୍ରୀଷ୍ଟିଆନାକେୟାର୍‌ ହସ୍‌ପିଟାଲ୍‌ରେ ଫାଇଜର ବାୟୋଟେକ ଦ୍ୱାରା ପ୍ରସ୍ତୁତି କରୋନା ଟିକା ନେଇଛନ୍ତି ବାଇଡେନ। କରୋନା ଟିକା ଉପଲବ୍‌ଧ ହେଲେ ଯେପରି ସମସ୍ତେ ବିନା ଦ୍ୱିଧା ଓ ବିନା ଭୟରେ ଟିକା ନେଇପାରିବେ ସେଥିପାଇଁ ବାଇଡେନ ଆଗ ସର୍ବସାଧାରଣ ଟିକା ନେଇଛନ୍ତି। ଏଥିପାଇଁ କୌଣସି ଭୟ କରିବାରେ ନାହିଁ ବୋଲି ଟିକା ନେବା ପରେ ବାଇଡେନ କହିଛନ୍ତି।

ଏହା ପୂର୍ବରୁ ଖ୍ରୀଷ୍ଟିଆନାକେୟାର୍‌ ହସ୍‌ପିଟାଲର୍‌ କର୍ମଚାରୀ ସ୍ୱାସ୍ଥ୍ୟସେବା ମୁଖ୍ୟ ତବେ ମାସା, ଟିକା ବଣ୍ଟନ ପରିଚାଳକ ଡ. ଜିଲ୍ ବାଇଡେନ ଫାଇଜର୍ ଟିକାର ପ୍ରଥମ କୋର୍ସ ନେଇ ସାରିଛନ୍ତି। ଏମାନେ ମଧ୍ୟ ବାଇଡେନ୍‌ ଟିକା ନେବା ସମୟରେ ଉପସ୍ଥିତ ଥିଲେ।

ତେବେ କରୋନା ଟିକା ନେବା ପରେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ବାଇଡେନ୍। ସେ ଲେଖିଛନ୍ତି “ଆଜି ମୁଁ କରୋନା ଟିକା ନେଇଛି। ବୈଜ୍ଞାନିକମାନେ ଯଥା ସମ୍ଭବ ପ୍ରୟାଶ କରିଛନ୍ତି। ଆପଣମାନଙ୍କୁ ଧନ୍ୟବାଦ। ଆପଣଙ୍କ ପାଖରେ ଆମେ ଋଣୀ।” ଏବଂ ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ଆମେରିକାର ଲୋକମାନଙ୍କୁ ଏହା କହିବାକୁ ଚାହୁଁଛି ଯେ ଏଥିରେ ଭୟ କରିବାରେ କୌଣସି କଥା ନାହିଁ। ଯେତେବେଳେ ଭ୍ୟାକ୍ସିନ୍‌ ସମସ୍ତଙ୍କ ପାଇଁ ଉପଲବ୍‌ଧ ହେବ ସେତେବେଳେ ସମସ୍ତେ ଟିକା ନେବାକୁ ଅନୁରୋଧ କରୁଛି ବୋଲି  ବାଇଡେନ କହିଛନ୍ତି।

ଲୋକଙ୍କ ମନରେ ଭୟ ଦୂର କରିବା ପାଇଁ ବାଇଡେନ୍ ପ୍ରଥମେ ଟିକା ନେବା ପରେ ଏହି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ଆମେରିକା  ଉପରାଷ୍ଟ୍ରପତି କମଲା ହ୍ୟାରିଶ। ଏହା ହିଁ ପ୍ରକୃତ ନେତୃତ୍ୱ ବୋଲି କମଲା କହିଛନ୍ତି। ଏଥିସହିତ ସେ ମଧ୍ୟ ଆସନ୍ତା ସପ୍ତାହରେ ସର୍ବସାଧାରଣରେ କରୋନା ଟିକା ନେବେ ବୋଲି କମଲା ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

ଏହା ପୂର୍ବରୁ ଆମେରିକା ଚିଟ୍ଟାନୋଗା ହସ୍‌ପିଟାଲ ଟେନେସି ରାଜ୍ୟରେ ଟିଫନୀ ଡୋଭାର ନାମକ ଜଣେ ନର୍ସ ଫାଇଜର ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କରୋନା ଟିକା ନେଇ ବେହୋଶ ହୋଇଯାଇଥିଲେ। ଟିଫ୍‌ନୀ ଟିକା ନେବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଲୋକଙ୍କୁ ସମ୍ବୋଧନ କରିଥିଲେ। ଏହି ସମୟରେ ହଠାତ୍ ତାଙ୍କ ମୁଣ୍ଡ ଘୂରାଇଥିଲା ଓ ସେ ତଳେ ପଡ଼ିଯାଇଥିଲେ। ଏହାପରେ ସେଠାରେ ଉପସ୍ଥିତ ଥିବା ଡାକ୍ତରଓ ସୁରକ୍ଷାକର୍ମୀ ଟିପ୍‌ନୀଙ୍କୁ ଧରିପକାଇଥିଲେ। ତେବେ ପରେ ସୁସ୍ଥ ହୋଇଥିଲେ। ଇଞ୍ଜେକ୍ସନର ଯନ୍ତ୍ରଣା ଯୋଗୁ ସେ ବେହୋଶ୍‌ ହୋଇଯାଇଥିଲେ ବୋଲି ଟିଫନୀ ଗଣମାଧ୍ୟକୁ କହିଥିଲେ।

ଏନେଇ ଆମେରିକା ସେଣ୍ଟର ଫର୍‌  ଡିଜିଜ୍ କଣ୍ଟ୍ରୋଲ୍‌ ଆଣ୍ଡ ପ୍ରିଭେନ୍‌ସର୍‌(ସିଡିସି) କହିଛି ଯେ କରୋନା ଟିକା ନେବା ପରେ ଅନେକ ସମୟରେ ଲୋକେ ବେହୋଶ ହୋଇଯାଉଥିବା ଖବର ଆସୁଛି। କିନ୍ତୁ ବୈଜ୍ଞାନିକମାନେ କହୁଛନ୍ତି ଯେ ଟିକା ନେବା ବେଳେ ଭୟ, ଯନ୍ତ୍ରଣା ଓ ନାନା ଆଶଙ୍କାରୁ ଲୋକେ ବେହୋଶ ହୋଇଯାଉଛନ୍ତି ବୋଲି ସିଡିସି କହିଛି।

 

 

You might also like