କେବଳ କମ୍‌ଲା ନୁହଁନ୍ତି, ବାଇଡେନଙ୍କର ମଧ୍ୟ ରହିଛି ଭାରତ ଲିଙ୍କ୍‌

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଭାବେ ଜୋ ବାଇଡେନ ନିର୍ବାଚିତ ହେବା ପରେ ଭାରତ ପ୍ରତି ତାଙ୍କର ମନୋଭାବ କିପରି ରହିବ ତାହାକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ଜୋ ବାଇଡେନଙ୍କୁ ନେଇ ଏପରି ଏକ ଖବର ସାମ୍ନାକୁ ଆସିଛି ଯେଉଁଥିରୁ ଆମେ ନିଶ୍ଚିନ୍ତ ହୋଇ ପାରିବା ଯେ, ଭାରତ ପ୍ରତି ବାଇଡେନଙ୍କ ମନୋଭାବ ବନ୍ଧୁତ୍ୱପୂର୍ଣ୍ଣ ରହିବ। ଏଠି କହିରଖିବୁ, ଭାରତ ସହ ବିଶେଷ କରି ଚେନ୍ନାଇ ସହ ବାଇଡେନଙ୍କ ସମ୍ପର୍କ ପୂର୍ବରୁ ରହିଛି।

କମଲା ହାରିସଙ୍କ ଭାରତ  ଲିଙ୍କ ବିଷୟରେ ଆମେ ଜାଣୁ। କମଳାଙ୍କ ମା’ ଜଣେ ଭାରତୀୟ । ସେ ଦୃଷ୍ଟିରୁ କମ୍‌ଲା ଭାରତୀୟ ବଂଶୋଦ୍ଭବ। ହେଲେ ବାଇଡେନଙ୍କ ଚେନ୍ନାଇ ଲିଙ୍କ କ‘ଣ ?

ଉନବିଂଶ ଶତାବ୍ଦୀରେ ଦୁଇ ଭାଇ ଖ୍ରୀଷ୍ଟୋଫର ଏବଂ ଉଇଲିୟମ ବାଇଡେନ ଇଷ୍ଟ ଇଣ୍ଡିଆ କମ୍ପାନୀ ପାଇଁ କାମ କରୁଥିଲେ। ଲଣ୍ଡନ-ଭାରତ ମଧ୍ୟରେ ଥିବା କଠିନ ସିପ୍‌ ରୁଟ୍‌ରେ କାମ କରୁଥିଲେ । ତେବେ ଉଇଲିୟମ ବାଇଡେନଙ୍କର ଖୁବ୍‌ କମ୍‌ ବର୍ଷରେ ମୃତ୍ୟୁ ଘଟିଥିଲା। ଖ୍ରୀଷ୍ଟୋଫର ତାଙ୍କ ଚାକିରି କାଳ ଭିତରେ ଅନେକ ସିପ୍‌ରେ କ୍ୟାପ୍‌ଟେନ ଭାବେ କାମ କରିଥିଲେ। ପରବର୍ତ୍ତୀ ସମୟରେ ସେ ମାଡ୍ରାସ୍‌ରେ ଏକ ସମୃଦ୍ଧ ଜୀବନଯାପନ କରୁଥିଲେ।

୨୦୧୩ରେ ପ୍ରଥମେ ଜୋ ବାଇଡେନ ଭାରତ ସହ ତାଙ୍କର ସମ୍ପର୍କ ବିଷୟରେ ଖୁଲାସା କରିଥିଲେ । ସେତେବେଳେ କମ୍‌ଲାଙ୍କ ଭାରତ ଲିଙ୍କ ସମ୍ପର୍କରେ କୌଣସି ତଥ୍ୟ ସାମ୍ନାକୁ ଆସି ନ ଥିଲା। ହେଲେ ଦୁଇବର୍ଷ ତଳେ ଜୋ ବାଇଡେନ କହିଥିଲେ, ସେ ଜର୍ଜ ବାଇଡେନଙ୍କ ବଂଶଧର। ତାଙ୍କର ଗ୍ରେଟ ଗ୍ରେଟ ଗ୍ରେଟ, ଗ୍ରେଟ ଗ୍ରେଟ ଗ୍ରାଣ୍ଡଫାଦର ଯିଏ କି ଦିନେ ଇଷ୍ଟ ଇଣ୍ଡିଆ କମ୍ପାନୀର କ୍ୟାପ୍‌ଟେନ ଥିଲେ ଏବଂ ଅବସର ନେବା ପରେ ଭାରତରେ ରହିବାକୁ ନିଷ୍ପତ୍ତି ନେଇଥିଲେ। ସେ ଜଣେ ଭାରତୀୟ ମହିଳାଙ୍କୁ ମଧ୍ୟ ବିବାହ କରିଥିଲେ।

ଲଣ୍ଡନ କିଙ୍ଗସ୍ କଲେଜର ଭିଜିଟିଂ ପ୍ରଫେସର ୱିଲାସେ-ୱିଲସେଙ୍କ କହିବା ଅନୁଯାୟୀ, କମଲାଙ୍କ ପରି ଜୋ ବାଇଡେନଙ୍କ ସମ୍ପର୍କ ମଧ୍ୟ ଭାରତ ସହ ରହିଛି। କମ୍‌ଲାଙ୍କ ପୂର୍ବଜ ଏବଂ ବାଇଡେନଙ୍କ ପୂର୍ବଜ ହୁଏତ ଗୋଟିଏ ବାଲିରେ ଚାଲିଥିବେ। କିଛି ଦଶନ୍ଧି ତଳେ ଯେତେବେଳେ ବାଇଡେନ ପ୍ରଥମ ଥର ପାଇଁ ସିନେଟର ହେଲେ ସେତେବେଳେ ସେ ଏ ସମ୍ପର୍କିତ ଏକ ଚିଠି ପାଇଥିଲେ ବୋଲି ନିଜେ ବାଇଡେନ କହିଛନ୍ତି।

ର୍ପୂବରୁ ଜୋ ବାଇଡେନ ତାଙ୍କର ଇଣ୍ଡିଆ ଗସ୍ତ ସମୟରେ କହିଥିଲେ, ୧୯୭୨ରେ ପ୍ରଥମ ସିନେଟର ହେବା ପରେ ସେ ଏକ ଚିଠି ପାଇଥିଲେ। ସେ କହିଥିଲେ,  ଜଣେ ଭଦ୍ରବ୍ୟକ୍ତି ଏହି ଚିଠି ଦେଇଥିଲେ। ଏଥିରେ ‘ ମୋ ନାଁ ବାଇଡେନ, ମୁମ୍ବାଇ ବୋଲି ଉଲ୍ଲେଖ ଥିଲା। ଆମେ ସମ୍ପର୍କୀୟ ବୋଲି ସେ କହିବାକୁ ଚାହୁଁଥିଲେ।

ହେଲେ ଗତ ୨ ବର୍ଷ ତଳେ ବାଇଡେନ ୱାଶିଂଟନରେ ଏକ କାର୍ଯ୍ୟକ୍ରମରେ ତାଙ୍କର ଭାରତ ସମ୍ପର୍କ ପ୍ରସଙ୍ଗ ପୁଣି ଥରେ ଉଠାଇ ମୁମ୍ବାଇରେ ଏବେ ବି ୫ ଜଣ ବାଇଡେନ ରହୁଥିବା କହିଥିଲେ।

ପ୍ରଫେସର ଜଣକ ଆହୁରି କହିଥିଲେ, ଖ୍ରୀଷ୍ଟୋଫର ବାଇଡେନଙ୍କର ଚେନ୍ନାଇରେ ମୃତ୍ୟୁ ଘଟିଥିଲା ଏବଂ ସେଠାରେ କାଥେଡ୍ରାଲରେ ତାଙ୍କର ଏକ ସ୍ମୃତି ଫଳକ ରହିଛି। ସେଠାରେ ବିଡେନଙ୍କର ଏକ ପୋଟ୍ରେଟ ମଧ୍ୟ ରହିଛି। ତାଙ୍କର ପତ୍ନୀ ହାରିଓଟ ୧୮୮୦ ପର୍ଯ୍ୟନ୍ତ ଲଣ୍ଡନରେ ରହୁଥିଲେ।

You might also like