ବାଇଡ଼େନଙ୍କ ଟିମରେ ସାମିଲ ହେଲେ ପୁଣି ଜଣେ ଭାରତୀୟ ବଂଶୋଦ୍ଭବ
ଆମେରିକାରେ ଦେଖିବାକୁ ମିଳିବ ଭାରତର ଦବଦବା
ନୂଆଦିଲ୍ଲୀ: ଆମେରିକାରେ ଦେଖିବାକୁ ମିଳିବ ଭାରତର ଦବଦବା। ଅନ୍ତର୍ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, କାଶ୍ମୀରରେ ଜନ୍ମିତ ଆୟଶା ଶାହଙ୍କ ପରେ ଆଉ ଜଣେ କାଶ୍ମୀର ମହିଳା ସମୀରା ଫାଜ୍ଲି ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଟିମ୍ରେ ସାମିଲ ହୋଇଛନ୍ତି। ପୂର୍ବରୁ ଆୟଶା ଶାହ ହ୍ୱାଇଟ୍ ହାଉସ୍ର ଡିଜିଟାଲ ରଣନୀତି ବିଭାଗରେ ପାର୍ଟନରସିପ୍ ମ୍ୟାନେଜର ଭାବେ ନିଯୁକ୍ତି ପାଇଥିବା ବେଳେ ସମୀରା ଆମେରିକାର ନ୍ୟାସନାଲ ଇକୋନୋମିକ୍ କାଉନସିଲ ବା ଏନଇସିର ଉପ ନିର୍ଦ୍ଦେଶିକା ଭାବେ ନିଯୁକ୍ତି ଦିଆଯାଇଛି।
ତେବେ ମୋଟ ଉପରେ କହିବାକୁ ଗଲେ ଆମେରିକା ପରି ରାଷ୍ଟ୍ରରେ ଭାରତର ବଂଶୋଦ୍ଭବଙ୍କୁ ଏପରି ଭାବରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଥିବାରୁ କାଶ୍ମୀରରେ ଦେଖିବାକୁ ମିଳିଛି ଖୁସୀର ଲହରୀ।
ତେବେ ପୂର୍ବରୁ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜେ। ବାଇଡେନଙ୍କ ଡିଜିଟାଲ ଟିମରେ ଭାରତୀୟ ବଂଶେ।ଦ୍ଭବ ତଥା କାଶ୍ମୀର ଜନ୍ମିତ ଆଏସା ଶାହାଙ୍କୁ ମିଳିଥିଲା ବରିଷ୍ଠ ତଥା ସମ୍ମାନଜନକ ପଦବୀ । ହ୍ୱାଇଟ ହାଉସ ପକ୍ଷରୁ ଏନେଇ ସେ।ମବାର ସ୍ପଷ୍ଟ କରାଯାଇଛି । ଆଏସା ହ୍ୱାଇଟ ହାଉସ ଡିଜିଟାଲ ଟିମର ଗୁରୁତ୍ୱପୂର୍ଣ୍ଣ ଅଂଶ ରହିବେ ।
ଲୁଇସିଆନରେ ବଢ଼ିଥିବା ଆଏସା ନିର୍ବାଚନ ପ୍ରଚାର ସମୟରେ ବାଇଡେନ୍ – ହ୍ୟାରିସ୍ ଟିମରେ ଡିଜିଟାଲ ପାଟନରସିପ୍ ମ୍ୟାନେଜର ରୂପେ କାମ କରୁଥିଲେ । ଆଉ ଏହା ପୂର୍ବରୁ ଆଏସା କେନେଡି ସେଣ୍ଟର ଅଫ୍ ଦ ପରଫର୍ମିଂ ଆର୍ଟର କର୍ପେ।ରେଟ୍ ଫଣ୍ଡିଂର ପ୍ରବନ୍ଧକ ରୂପେ କାର୍ଯ୍ୟ ତୁଲାଉଥିଲେ । କେବଳ ଏତିକି ନୁହେଁ ସେ ବୟ ନାମକ ଏକ ମାର୍କେଟିଂ ଫାର୍ମରେ ସଂଚାର ବିଶେଷଜ୍ଞ ରୂପେ ମଧ୍ୟ କାମ କରିଛନ୍ତି ।
ବାଇଡେନ୍ ହ୍ୱାଇଟ୍ ହାଉସର କମ୍ୟୁନିକେସନ ଓ ପ୍ରେସ୍ କର୍ମଚାରୀଙ୍କ ନୂତନ ତାଲିକା ଘେ।ଷଣା କରିଛନ୍ତି । ବାଇଡେନଙ୍କ ସେହି ଟିମରେ ଭାରତୀୟ ବଂଶେ।ଦ୍ଭବ ବେଦାନ୍ତ ପଟେଲଙ୍କୁ ସ୍ଥାନ ମିଳିଛି । ବେଦାନ୍ତ ପଟେଲଙ୍କୁ ଅତିରକ୍ତ ସଚିବ ରୂପେ ନିଯୁକ୍ତି ଦିଆଯାଇଛି । ବେଦାନ୍ତ ପେଟଲଙ୍କ ଜନ୍ମ ଭାରତରେ ହେ।ଇଥିବା ବେଳେ ସେ କାଲିଫର୍ଣ୍ଣଆରେ ବଢ଼ିଥିଲେ । ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବାଇଡେନଙ୍କ ପକ୍ଷରୁ ଆଞ୍ଚଳିକ ସଂଚାର ନିର୍ଦ୍ଦେଶକ ରୂପେ କାମ ତୁଲାଇଥିଲେ ।
ସେପଟେ ନୂଆ ରାଷ୍ଟ୍ରପତି ଭାବେ ଶପଥ ନେବାକୁ ଯାଉଥିବା ଜେ ବାଇଡେନ୍ ଅଭିଯାଗ କରିଛନ୍ତି, ଡେ।ନାଲ୍ଡ଼ ଟ୍ରମ୍ପ ଦେଶର ସୁରକ୍ଷା ସମ୍ପର୍କିତ ତଥ୍ୟ ପ୍ରଦାନ କିରବାରେ ସହଯେ।ଗ କରୁନାହାନ୍ତି । ଦେଶର ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ତଥ୍ୟ ହସ୍ତାନ୍ତର ନକରିବା ଦ୍ୱାରା ଦେଶର ସୁରକ୍ଷା ପ୍ରତି ବିପଦ ସଷ୍ଟି ହେ।ଇଛି। ତେବେ ଯାହା ହେଉ ବାଇ ଡେନଙ୍କ ଏହି ନିଷ୍ପତ୍ତିକୁ ନେଇ ଭାରତୀୟ ମାନେ ଖୁସୀବ୍ୟକ୍ତ କରିଛନ୍ତି।