କରୋନାରୁ ସୁସ୍ଥ ହେଲେ ଟ୍ରମ୍ପ, ଆସିଲା ଟେଷ୍ଟ ରିପୋର୍ଟ

ୱାଶିଂଟନ:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୋଭିଡ-୧୯ରୁ ମୁକ୍ତ ହୋଇଛନ୍ତି। ତାଙ୍କର ରିପୋର୍ଟ ନେଗେଟିଭ ଆସିଛି। ଏହି ସୂଚନା ତାଙ୍କର ହ୍ୱାଇଟ୍‌ ହାଉସର ଚିକିତ୍ସକ ଦେଇଛନ୍ତି। ଡୋନାଲ୍ଡ ଟ୍ରମ୍ପ ୧୦ ଦିନ ପୂର୍ବେ କରୋନା ସଂକ୍ରମିତ ହୋଇଥିଲେ।

ଏହା ପୂର୍ବରୁ ହ୍ୱାଇଟ ହାଉସର ଫିଜିସିଆନ ସିନ କାନଲେ ଶନିବାର ବିଳମ୍ବିତ ରାତିରେ କହିଥିଲେ, ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଆଉ କରୋନା ଭୟ ନାହିଁ। ସେ ଏବେ ସାଧାରଣ ଜୀବନଯାତ୍ରାକୁ ଫେରି ପାରିବେ। ଟ୍ରମ୍ପଙ୍କୁ ଗତ ଶୁକ୍ରବାରଠାରୁ ଜ୍ୱର ଆସିନାହିଁ। ତାଙ୍କୁ ଚିକିତ୍ସିତ କରୁଥିବା ଡାକ୍ତରଙ୍କ କହିବା ଅନୁଯାୟୀ, ତାଙ୍କର ଉପଚାର ଶେଷ ହୋଇଛି।

ସୂଚନାଥାଉ କି, ଗତ ସପ୍ତାହରେ ଟ୍ରମ୍ପ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ଚିକିତ୍ସା ପରେ ସେ ସୁସ୍ଥ ହୋଇଛନ୍ତି। ଶନିବାର ତାଙ୍କର ୧୦ ଦିନ ଶେଷ ହୋଇଛି। ଏବେ ସେ ସାର୍ବଜାନିକ ସ୍ଥାନକୁ ଯିବା ତାଙ୍କ ପାଇଁ ସୁରକ୍ଷିତ ହେବ।

ଫକ୍ସ ନିଉଜକୁ ଏକ ସାକ୍ଷାତକାର ଦେଇ ଟ୍ରମ୍ପ କହିଛନ୍ତି, ସେ ବର୍ତ୍ତମାନ ସୁସ୍ଥ ଅନୁଭବ କରୁଛନ୍ତି। ସେ ରାଲି କରିବାକୁ ଚାହୁଁଥିବା ମଧ୍ୟ କହିଛନ୍ତି।

 

ଆହୁରି ପଢ଼ନ୍ତୁ

You might also like