ପିଏମ୍‌ ମୋଦି ଓ ରାଷ୍ଟ୍ରପତି କୋବିନ୍ଧଙ୍କୁ ଟ୍ୱିଟରରେ ଅନଫଲୋ କଲା ହ୍ୱାଇଟ ହାଉସ

ନୂଆଦିଲ୍ଲୀ: କିଛି ଦିନ ତଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ୱିଟର୍ ଆକାଉଣ୍ଟକୁ ଫଲୋ କରିଥିଲା ଆମେରିକା କ୍ଷମତା କେନ୍ଦ୍ର ହ୍ୱାଇଟ୍‌ ହାଉସ୍। କିନ୍ତୁ ଏବେ ମୋଦିଙ୍କ ଟ୍ୱିଟର୍ ଆକାଉଣ୍ଟକୁ ଅନ୍‌ଫଲୋ କରିଦେଇଛି ହ୍ୱାଇଟ ହାଉସ। ମୋଦିଙ୍କ ସହ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପିଏମଓ ବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମଧ୍ୟ ହ୍ୱାଇଟ ହାଉସର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡଲରୁ ଅନଫଲୋ କରିଦିଆଯାଇଛି। ଖାଲି ସେତିକି ନୁହେଁ, ଆମେରିକାରେ ଥିବା ଭାରତୀୟ ଦୂତାବାସକୁ ମଧ୍ୟ ଅନଫୋଲ କରିଦେଇଛି।

୩ ସପ୍ତାହ ତଳେ ବିଶ୍ୱର ମୋଦି ଏବଂ ରାଷ୍ଟ୍ରପତି କୋବିନ୍ଦଙ୍କୁ ଆମେରିକାର କ୍ଷମତା କେନ୍ଦ୍ର କୁହାଯାଉଥିବା ହ୍ୱାଇଟ୍‌ ହାଉସ୍‌ ପ୍ରଥମ ଥର ପାଇଁ ଫଲୋ କରିବା ଆରମ୍ଭ କରିଥିଲା। ଆମେରିକା ନେତୃବୃନ୍ଦଙ୍କ ଅପେକ୍ଷା ହ୍ୱାଇଟ ହାଉସ କାହାକୁ ବି ଫଲୋ କରେନାହିଁ। କିନ୍ତୁ ମୋଦି, ରାଷ୍ଟ୍ରପତି କୋବିନ୍ଦ ଓ ପିଏମଓକୁ ଫଲୋ କରିବା ଆରମ୍ଭ କରିଥିଲା।

ହ୍ୱାଇଟ୍‌ ହାଉସ୍‌ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସରକାରୀ ବାସଭବନ। ପୂର୍ବରୁ ହ୍ୱାଇଟ୍‌ ହାଉସ୍‌ ୧୯ ଜଣଙ୍କୁ ଅନୁସରଣ କରୁଥିବା। ହେଲେ ଏବେ ଏହି ସଂଖ୍ୟା ୧୩କୁ ଖସି ଆସିଛି। ହ୍ୱାଇଟ୍‌ ହାଉସ ଫଲୋ କରୁଥିବା ଆକାଉଣ୍ଟଗୁଡ଼ିକ ମଧ୍ୟରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ବ୍ୟକ୍ତିଗତ ଆକାଉଣ୍ଟ, ସରକାରୀ ଆକାଉଣ୍ଟ ‘ପୋଟୁସ୍’, ଉପରାଷ୍ଟ୍ରପତି ମାଇକ୍‌ ପେନ୍ସ, ଟ୍ରମ୍ପଙ୍କ ପତ୍ନୀ ତଥା ଆମେରିକାର ପ୍ରଥମ ମହିଳା ମେଲାନିଆ, ପେନ୍ସଙ୍କ ପତ୍ନୀ ତଥା ଆମେରିକାର ଦ୍ୱିତୀୟ ମହିଳା ଆଦି ରହିଛନ୍ତି। ସେହିପରି ଭାରତରେ ଥିବା ଆମେରିକା ଦୂତାବାସକୁ ହ୍ୱାଇଟ ହାଉସ ଫଲୋ କରୁଛି।

ଆହୁରି ପଢ଼ନ୍ତୁ

ପର୍ଯ୍ୟଟକଙ୍କୁ ଗାଳିଗୁଲଜ କରୁଥିଲେ ଶୁଆ, ନିଆଗଲା ଏମିତି କାର୍ଯ୍ୟାନୁଷ୍ଠାନ

ଅନଲକ୍-୫ ଗାଇଡ୍ ଲାଇନ୍: କ’ଣ ଖୋଲିବ କେଉଁ ସବୁ କଟକଣା ରହିବ ଜାଣନ୍ତୁ

ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ଅଡୁଆ ବଢ଼ିଲା: ସମନ କଲା ପୋଲିସ

ଦେଶରେ ୬୨ ଲକ୍ଷ ପାର୍ କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ମୃତ୍ୟୁ ସଂଖ୍ୟା ଏକ ଲକ୍ଷ ନିକଟତର

ବାବ୍ରୀ ମସଜିଦ୍ ରାୟକୁ ନେଇ ପାକିସ୍ତାନ ରଖିଲା ପ୍ରତିକ୍ରିୟା

ହାଥରଶ ଗଣଦୁଷ୍କର୍ମ ଘଟଣା; ADG କହିଲେ, ଜବରଦସ୍ତି ହୋଇନଥିଲା ଅନ୍ତିମ ସଂସ୍କାର

ବାବ୍ରୀ ମସ୍‌ଜିଦ୍ ରାୟ ଶୁଣିବା ପରେ କ’ଣ କହିଲା କଂଗ୍ରେସ ?

ପୀଡିତାଙ୍କ ସହ ଦୁଷ୍କର୍ମ ହୋଇନାହିଁ କି ତାଙ୍କର ଜିଭ କଟାଯାଇ ନାହିଁ -ପୋଲିସ

‘ଜୟ ଶ୍ରୀରାମ’ କହି ରାୟଙ୍କୁ ସ୍ୱାଗତ କଲେ ଆଡଭାନୀ

ଅପରାଧର ବର୍ଷ ୨୦୧୯: ପ୍ରତ୍ୟେକ ଦିନ ୮୭ଟି ଦୁଷ୍କର୍ମ ମାମଲା ରେକର୍ଡ

ଅସହାୟଙ୍କ ସାହା ପାଲଟିଥିବା ସୋନୁ ସୁଦ୍‌ଙ୍କୁ ସମ୍ମାନିତ କଲା ଜାତିସଂଘ

୨ ବର୍ଷ ତଳେ ନିଖୋଜ ଥିଲେ ମହିଳା, ଜୀବିତ ଅବସ୍ଥାରେ ସମୁଦ୍ରରୁ ଉଦ୍ଧାର ହେଲେ

You might also like