ବିଦେଶୀ ନାଗରିକଙ୍କ ଉପରେ କଟକଣା ଲଗାଇଲା ଆମେରିକା

ୱାସିଂଟନ: ଆମେରିକା ପ୍ରଶାସନ ପକ୍ଷରୁ ବିଦେଶରୁ ଆସୁଥିବା ବ୍ୟକ୍ତିମାନଙ୍କ ଉପରେ ସାମୟିକ କଟକଣା ଜାରି କରାଯାଇଛି।  ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଘୋଷଣା କରିଛନ୍ତି।  ଆର୍ଥିକ ଅବସ୍ଥାର ସୁଧାର ଆସିବା ପରେ ଆମେରିକାର ନାଗରିକମାନଙ୍କୁ ପ୍ରାଥମିକତା ଭିତ୍ତିରେ ନିଯୁକ୍ତି ଦେବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି।

ବିଦେଶୀମାନଙ୍କ ଆମେରିକା ଗସ୍ତ ଉପରେ କଟକଣା ଜାରି ହେବା ଦ୍ୱାରା ସ୍ଥାନୀୟ ଲୋକଙ୍କୁ ଅଧିକ ନିଯୁକ୍ତି ସୁଯୋଗ ମିଳିବ ବୋଲି ଟ୍ରମ୍ପ କହିଛନ୍ତି। ପରିସ୍ଥିତିକୁ ନଜରରେ ରଖି ୬୦ ଦିନ ପାଇଁ କଟକଣା ଜାରି କରାଯାଇଛି। ଏହାର ଅବଧି ବଢ଼ିବ କି ନାହିଁ ସେ ସମ୍ପର୍କରେ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି।

ଟ୍ରମ୍ପ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଥିଲେ ମଧ୍ୟ ଆମେରିକାର ବିଭିନ୍ନ ଫାର୍ମରେ କାମ କରୁଥିବା କର୍ମଚାରୀମାନଙ୍କୁ ପ୍ରବେଶ ଅନୁମତି ମିଳିବ। ଏଥିସହ ଗ୍ରୀନକାର୍ଡ ଧାରୀ, ସ୍ୱାସ୍ଥ୍ୟ ସେବାରେ ନିଯୁକ୍ତ କର୍ମଚାରୀ ଓ ଆମେରିକାର ଲୋକମାନଙ୍କ ସମ୍ପର୍କୀୟମାନଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ।

କରୋନା ସଂକ୍ରମଣ ଯୋଗୁଁ ଆମେରିକାର ଆର୍ଥିକ କାରବାର ପୂରା ଅଚଳ ହୋଇଯାଇଛି। ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଓ ଉଦ୍ୟୋଗୀ ମାନେ ଅନେକ କ୍ଷତି ସହୁଛନ୍ତି। କରୋନା ଯୋଗୁ ଆମେରିକାରେ ବେକାରୀସଂଖ୍ୟା ଉଦବେଗଜନକ ଭାବେ ବୃଦ୍ଧି ପାଇଛି। କରୋନା ସଂକ୍ରମଣ ଯୋଗୁଁ ଆମେରିକାରେ ୮ଲକ୍ଷ ୪୮ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୪୭ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି।

ଆହୁରି ପଢ଼ନ୍ତୁ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

‘କୃଷକ ଆତ୍ମନିର୍ଭର ଭାରତର ଆଧାର’

ଭାରତରେ ନାଁ ବଦଳାଇ ଲୋକପ୍ରିୟ ହେଉଛନ୍ତି ଚାଇନିଜ୍ ଆପ୍‌

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ମିରଟରେ ନିର୍ଭୟା ଘଟଣାର ପୁନରାବୃତ୍ତି: ଚଳନ୍ତା ବସ୍‌ରେ ମହିଳାଙ୍କୁ ଗଣଦୁଷ୍କର୍ମ

ଅକ୍ସିଜେନ୍‌ ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

You might also like