ଭାରତ ପରେ ଆମେରିକାରେ ବି ବ୍ୟାନ ହେବ ଟିକ୍‌ଟିକ୍‌

ୱାଶିଂଟନ: ଚୀନ୍‌ ଆପ୍‌ ଟିକ୍‌ଟକ୍‌କୁ ଭାରତରେ ବ୍ୟାନ କରାଯିବା ପରେ ଏବେ  ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ନିଜ ଦେଶରେ ଏହାକୁ ବ୍ୟାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।  ଶୁକ୍ରବାର ଟ୍ରମ୍ପ ଏକ ବାର୍ତ୍ତାରେ କହଛନ୍ତି, ଆମେରିକାର ଅଧିକାରୀମାନଙ୍କୁ ସୂଚନା ମିଳିଛି ଯେ ଚୀନର ଏହି ଆପ୍‌ରୁ ଚୀନ୍‌ ଗୁଇନ୍ଦା ଏଜେନ୍ସି ତଥ୍ୟ ସଂଗ୍ରହ କରୁଛି। ଏ ନେଇ ଆମେରିକୀୟ ଅଧିକାରୀମାନେ ଚିନ୍ତା ପ୍ରକଟ କରିଛନ୍ତି।

ଏକ ପ୍ରେସ୍‌ ମିଟ୍‌ରେ ଟ୍ରମ୍ପ କହିଛନ୍ତି, ଆମେ ଟିକ୍‌ଟକ୍‌କୁ ଆମେରିକାରେ ବନ୍ଦ କରିବାକୁ ଯାଉଛୁ। ସୂଚନାଥାଉ କି, ସିଲିକନ ଭାଲିର ବିଶେଷଜ୍ଞମାନେ ଭାରତ ପରି ଆମେରିକାରେ ମଧ୍ୟ ଟିକ୍‌ଟିକ୍‌ ଆପ୍‌କୁ ବ୍ୟାନ କରିବା ପାଇଁ ପରାମର୍ଶ ଦେଇଥିଲେ।

ଟ୍ରମ୍ପ ସୂଚନା ଦେଇ କହିଛନ୍ତି, ଟିକ୍‌ଟକ୍‌ ମାଧ୍ୟମରେ ଆମର ତଥ୍ୟ ଚୀନ୍‌ର ଗୋଇନ୍ଦା ସଂସ୍ଥା ପାଖରେ ପହଞ୍ଚି ଯାଉଛି। ଏଠି କହିରଖିବୁ, ଆମେରିକାରେ ଗତବର୍ଷ ଡିସମ୍ବରରେ ସୈନିକମାନଙ୍କର ଟିକ୍‌ଟିକ୍‌ ବ୍ୟାନ ବ୍ୟବହା ଉପରେ ଟ୍ରମ୍ପ ସରକାର ପ୍ରତିବନ୍ଧକ ଲଗାଇଥିଲେ।ସୁରକ୍ଷା ବ୍ୟବସ୍ଥା ପ୍ରତି ଏହା ବିପଦ ବୋଲି ସେତେବେଳେ କୁହାଯାଇଥିଲା। ଆମେରିକା ନୌସେନା ମଧ୍ୟ ଏହି ପ୍ରତିବନ୍ଧକ ଲଗାଇଛି। ତେବେ ଫେବ୍ରୁଆରୀରେ ଟିକ୍‌ଟକ୍‌ ଏକ ମାମଲାରେ ଆମେରିକା ସଂଘୀୟ ବ୍ୟାପାର ଅୟୋଗକୁ ୫୭ ଲକ୍ଷ ଡଲାର ଦେବାକୁ ରାଜି ହୋଇଥିଲା।

 

ଆହୁରି ପଢ଼ନ୍ତୁ

କେରଳ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଲେ ଏହି ଗୋଲ୍ଡ ମେଡାଲିଷ୍ଟ ପାଇଲଟ

ଏୟାର ଇଣ୍ଡିଆ ଫ୍ଲାଇଟ୍ କ୍ରାସ ଲ୍ୟାଣ୍ଡିଂ; ଦୁଇ ପାଇଲଟଙ୍କ ସମେତ ୧୫ ମୃତ

ବିଶ୍ୱ ପାଇଁ ସତର୍କ ଘଣ୍ଟି; ଚୀନ୍‌ରେ ମାତୁଛି ଆଉ ଏକ ଭୟଙ୍କର ଭୂତାଣୁ, ଗଲାଣି ୭ ଜୀବନ ୬୦ ଆକ୍ରାନ୍ତ

ଲୁଟେରୀ ଦୁଲହନ! ଫସେଇକି ଲୁଟିନେଲା କୋଟି କୋଟି ଟଙ୍କା

ଲକଡାଉନ୍‌ରେ ନିଆରା କାମ କରି ପ୍ରେରଣା ସାଜିଲେ ରାଜ୍ୟପାଳ

ସରିଲା ଅପେକ୍ଷା, ସେପ୍ଟେମ୍ବରରେ ଆସିବ କରୋନା ଭ୍ୟାକସିନ୍!

ଇଡିରେ ହାଜର ହେଲେ ରିୟା ଚକ୍ରବର୍ତ୍ତୀ

ସାବଧାନ! ଏହି ୬ଟି କାର୍ଯ୍ୟ କଲେ ହୋଇଯିବେ କାଙ୍ଗାଳ

ଚାଷୀଙ୍କ ପାଇଁ ଖୁସି ଖବର, ପ୍ରଥମଥର ପାଇଁ ଗଡ଼ିଲା ସ୍ୱତନ୍ତ୍ର ଟ୍ରେନ୍‌

ଭୂସ୍ଖଳନରେ ଚାଲିଗଲା ୫ ଜୀବନ

ଟ୍ରାକ୍ଟର ସାହାଯ୍ୟରେ ବାହାରିଲା ଗାଈ ଦୁଗ୍ଧ, ଭିଡିଓ ଶେୟାର କଲେ ମହିନ୍ଦ୍ରା ଗ୍ରୁପ୍‌ର ଚେୟାରମ୍ୟାନ୍‌

ଏବେ ‘ହ୍ୱାଟ୍ ଟୁ ଥିଙ୍କ୍’ ନୁହେଁ, ‘ହାଓ ଟୁ ଥିଙ୍କ୍’ ଉପରେ ଫୋକସ୍

You might also like