ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଶେଷରେ ହ୍ୱାଇଟ ହାଉସ୍‌ ଛାଡ଼ିବା ପାଇଁ ସଙ୍କେତ ଦେଇଛନ୍ତି। ସରକାରୀ ଏଜେନ୍ସି ପକ୍ଷରୁ ସୋମବାର କୁହାଯାଇଛି, କ୍ଷମତା ହସ୍ତାନ୍ତର ପାଇଁ ଲଗାଯାଇଥିବା ପ୍ରତିବନ୍ଧକକୁ ସେ ହଟାଇଛନ୍ତି। ଜୋ ବାଇଡେନଙ୍କ ବିଜୟଙ୍କୁ ଧୀରେ ଧୀରେ ସ୍ୱୀକାର କରୁଛନ୍ତି ଟ୍ରମ୍ପ। ଜେନରାଲ ସର୍ବିସ ଆଡମିନିଷ୍ଟ୍ରେଶନକୁ ‘ଯାହା ଆବଶ୍ୟକ ତାହା କରିବା ଉଚିତ୍‌ ବୋଲି କହି ଟ୍ରମ୍ପ ହ୍ୱାଇଟ ହାଉସ୍ ଛାଡିବା ପାଇଁ ପ୍ରସ୍ତୁତ ଥିବା ସଙ୍କେତ ଦେଇଛନ୍ତି।

ଯେଉଁମାନେ ଟ୍ରମ୍ପଙ୍କ ପରାଜୟଙ୍କୁ ସ୍ୱୀକାର କରିବା ପାଇଁ ପ୍ରସ୍ତୁତ ନୁହଁନ୍ତି, ସେମାନଙ୍କୁ ଟ୍ୱିଟ କରି କହିଛନ୍ତି, ‘ଆମର କେସ ଚାଲିଛି। ଏହି ଲଢେଇ ଆମେ ଜାରି ରଖିବୁ ଏବଂ ମୋର ବିଶ୍ୱାସ, ଆମେ ଜିତିବୁ। ’

ସୂଚନାଥାଉ କି, ଗତ ତିନି ସପ୍ତାହ ଧରି ରାଷ୍ଟ୍ରପତି ଟ୍ରମ୍ପ ବିନା ପ୍ରମାଣରେ ଦାବି କରି ଆସୁଥିଲେ ଯେ, ତାଙ୍କ ଠାରୁ ଏହି ନିର୍ବାଚନ ଚୋରାଇ ନିଆଯାଇଛି।’

 

Other Stories