ଭାରତର ଚାଷୀ ଆନ୍ଦୋଳନକୁ ସମର୍ଥନ କଲେ ଆମେରିକା ସାଂସଦ
ୱାଶିଂଟନ: ଭାରତରେ ଦେଖା ଦେଇଥିବା ଚାଷୀ ଆନ୍ଦୋଳକୁ ଆମେରିକାରେ ମିଳୁଛି ସମର୍ଥନ। ଏପରିକି ନୂଆ କୃଷି ନୀତିକୁ ବିରୋଧ କରି ଭାରତରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ଆମରିକାର କେତେକ ସାଂସଦ ସମର୍ଥନ କରୁଛନ୍ତି। ଏପରିକି ଶାନ୍ତପୂର୍ଣ୍ଣ ଉପାୟରେ ଆନ୍ଦୋଳନ କରିବା ପାଇଁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି।
ତେବେ ଚାଷୀ ଆନ୍ଦୋଳନକୁ ନେଇ ବିଦେଶୀ ନେତାଙ୍କ ଏପରି ବୟାନକୁ ଭାରତ ଭ୍ରମାତ୍ମକ ଏବଂ ଅନୁଚିତ ବୋଲି କହିଛି। ଏକ ଗଣତାନ୍ତ୍ରିକ ଦେଶର ଏହା ଆଭ୍ୟନ୍ତରୀଣ ମାମଲା ବୋଲି ସେ କହିଛି।
ଆମେରିକା କଂଗ୍ରେସର ସାଂସଦ ଡଗ୍ ଲାମାଳ୍ଫା ସୋମବାର କହିଛନ୍ତି, ‘ଭାରତରେ ସରକାରଙ୍କ ଭ୍ରମାତ୍ମକ ଏବଂ ଅସ୍ପଷ୍ଟ କୃଷି ନିୟମ ବିରୋଧରେ ପଞ୍ଜାବ ଚାଷୀ କରିଥିବା ଆନ୍ଦୋଳନକୁ ମୁଁ ବିରୋଧ କରୁଛି। ‘ ସେହିପରି କାଲିଫର୍ଣ୍ଣି୍ଆର ଜଣେ ରିପବ୍ଲିକାନ ସାଂସଦ କହିଛନ୍ତି, ‘ପଞ୍ଜାବ ଚାଷୀଙ୍କୁ ସରକାର ବିରୋଧରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ପାଇଁ ଅନୁମତି ଦିଆଯିବା ଉଚିତ୍।’
ସୂଚନାଥାଉ କି, ପଞ୍ଜାବ, ହରିଆଣା ଓ ଅନ୍ୟାନ୍ୟ ରାଜ୍ୟର ହଜାର ହଜାର ଚାଷୀ କେନ୍ଦ୍ର କୃଷିନୀତି ବିରୋଧରେ ନଭେମ୍ବର ୨୬ରୁ ଦିଲ୍ଲୀର ବିଭିନ୍ନ ସ୍ଥାନରେ ବିକ୍ଷୋଭ, ଆନ୍ଦୋଳନ କରି ଆସୁଛନ୍ତି। ଡେମୋକ୍ରାଟିକ ସାଂସଦ ଜୋଶ ହାର୍ଡର କହିଛନ୍ତି, ଭାରତ ପୃଥିବୀର ସବୁଠାରୁ ବଡ ଗଣତାନ୍ତ୍ରିକ ରାଷ୍ଟ୍ର । ତେଣୁ ନାଗରିକଙ୍କୁ ଶାନ୍ତପୂର୍ଣ୍ଣ ଉପାୟରେ ଆନ୍ଦୋଳନ କରିବା ପାଇଁ ଅନୁମତି ମିଳିବା ଉଚିତ୍। ଏ ପ୍ରସଙ୍ଗରେ ଚାଷୀ ଏବଂ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ସକାରାତ୍ମକ ଆଲୋଚନା ହେବା ଉଚିତ୍।