Corona Vaccine Update: କରୋନାକୁ ମାତ୍‌ ଦେବ ଆମେରିକାର ନାଜାଲ ଭାକ୍ସିନ

ନୂଆଦିଲ୍ଲୀ: କରୋନା ଭ୍ୟାକ୍ସିନ୍ ପାଇଁ ବିଭିନ୍ନ ଦେଶ ପକ୍ଷରୁ ଟିକା ପ୍ରସ୍ତୁତ କରାଯାଉଥିବାବେଳେ ଆମେରିକାର ନାଜାଲ ଭ୍ୟାକସିନକୁ (Nasal Vaccine)  ନେଇ ଏବେ ସବୁଆଡେ ଚର୍ଚ୍ଚା । ପ୍ରାଥମିକ ପର୍ଯ୍ୟାୟରେ ମୂଷା ଠାରେ ଏହି ଟିକା ସଫଳତାର ସହ ପରୀକ୍ଷା ପରେ ଏହା ଶକ୍ତିଶାଳୀ କରୋନା ପ୍ରତିରୋଧୀ କ୍ଷମତା ସୃଷ୍ଟି କରୁଥିବା ସେଣ୍ଟ୍ ଲୁଇସ୍ ସ୍ଥିତ ଓ୍ୱାଶିଙ୍ଗଟନ ୟୁନିଭର୍ସିଟି ସ୍କୁଲ ଅଫ୍ ମେଡିସିନର ଗବେଷକ ମାନେ ଦାବି କରିଛନ୍ତି।

ଆଗାମୀ ଦିନରେ ଏହା ମାଙ୍କଡ଼ ଜାତୀୟ ଜୀବ ଶରୀରରେ ମଧ୍ୟ ପରୀକ୍ଷା କରାଯିବ। ସେଥିରେ ସଫଳ ହେଲେ ମଣିଷ ଠାରେ ଏହି ନାଜାଲ ଭ୍ୟାକସିନର କ୍ଲିନିକାଲ୍ ଟ୍ରାଏଲ୍ ହେବ ବୋଲି ଆଶା ରଖାଯାଇଛି।

ଆମେରିକା ଗବେଷକଙ୍କ ଦ୍ୱାରା  ପ୍ରସ୍ତୁତ ଏହି ନାଜାଲ୍ ଭ୍ୟାକ୍ସିନକୁ ନାକ ପୁଡ଼ାରେ ସ୍ପ୍ରେ କରିବାକୁ ପଡ଼ିବ। ପ୍ରସ୍ତୁତି ପଥରେ ଥିବା ଅନ୍ୟ ସବୁ ଟିକା ଇଞ୍ଜେକସନ ଆକାରରେ ଦିଆଯିବାକୁ ଥିବା ବେଳେ, ଆମେରିକାର ଏହି ନାଜାଲ ଭ୍ୟାକ୍ସିନକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେଣ୍ଟ୍ ଲୁଇସ୍ ସ୍ଥିତ ଓ୍ୱାଶିଙ୍ଗଟନ ୟୁନିଭର୍ସିଟି ସ୍କୁଲ ଅଫ୍ ମେଡିସିନ୍ରେ ଏହି ନୂଆ ଧରଣର କୋଭିଡ୍ ଟିକା ଉପରେ ପରୀକ୍ଷା ନିରୀକ୍ଷା ଚାଲିଛି । ପ୍ରାଥମିକ ପର୍ଯ୍ୟାୟରେ ମୂଷା ଠାରେ ଏହି ଟିକା ସଫଳତାର ସହ ଶକ୍ତିଶାଳୀ କରୋନା ପ୍ରତିରୋଧୀ କ୍ଷମତା ସୃଷ୍ଟି କରୁଥିବା ଗବେଷକ ମାନେ ଦାବି କରିଛନ୍ତି ।

ପରୀକ୍ଷାଗାରରେ ମୂଷା ମାନଙ୍କୁ ୨ଟି ଉପାୟରେ ଟିକା ଦିଆଯାଇଥିଲା। କିଛି ମୂଷାଙ୍କୁ ନାକ ପୁଡ଼ାରେ ସ୍ପ୍ରେ କରାଯାଇଥିଲା ଏବଂ ଆଉ କିଛି ମୂଷାକୁ ଇଞ୍ଜେକସନ ସାହାଯ୍ୟରେ ଟିକା ପ୍ରୟୋଗ କରାଯାଇଥିଲା । ଇଞ୍ଜେକସନ ଟିକା, ମୂଷା ଶରୀରରେ କରୋନା ପ୍ରତିରୋଧୀ ଶକ୍ତି ସୃଷ୍ଟି କରୁଥିଲେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଏହାକୁ ଶରୀରରେ ପ୍ରବେଶ କରିବାକୁ ରୋକିପାରୁ ନଥିବା ଦେଖିବାକୁ ମିଳିଛି।

ତେବେ ନାଜାଲ୍ ଭ୍ୟାକସିନ ନେଇଥିବା ମୂଷା ଠାରେ କରୋନା ଭୂତାଣୁ ଆଦୌ ନାକ କିମ୍ବା ଶ୍ୱାସନଳୀରେ ତିଷ୍ଠି ପାରିନଥିଲା ।କରୋନା ଭୂତାଣୁ ମଣିଷ ଶରୀରରେ ମୁଖ୍ୟତଃ ନାକ ପଟେ ପଶି ଶ୍ୱାସନଳୀ ଓ ଫୁସଫୁସରେ ଅଧିକ ସଂକ୍ରମଣ ସୃଷ୍ଟି କରୁଥିବାରୁ, ନାଜାଲ୍ ଭ୍ୟାକସିନ ହିଁ କରୋନାକୁ ରୋକିବାରେ ଅଧିକ ଉପାଦେୟ ହେବ ବୋଲି ଗବେଷକମାନେ ଦାବି କରିଛନ୍ତି । ଆଗାମୀ ଦିନରେ ଏହା ମାଙ୍କଡ଼ ଜାତୀୟ ଜୀବ ଶରୀରରେ ପରୀକ୍ଷା କରାଯିବ। ସେଥିରେ ସଫଳ ହେଲେ ମଣିଷ ଠାରେ ଏହି ନାଜାଲ ଭ୍ୟାକସିନର କ୍ଲିନିକାଲ୍ ଟ୍ରାଏଲ୍ ହେବ ବୋଲି ଆଶା ରଖାଯାଇଛି। ଆଉ କିଛି ଦିନ ପରେ ଶୀତଋତୁ ଆସୁଥିବାରୁ, ଆଗାମୀ ଦିନରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଆସିବ ଏବଂ ସ୍ଥିତି ଆହୁରି ଭୟାବହ ହେବ ବୋଲି ଆଶଙ୍କା କରାଯାଉଛି । ତେଣୁ ତା ପୂର୍ବରୁ କରୋନା ଟିକା (Corona Vaccine) ଉଦ୍ଭାବନ ପାଇଁ ଭାରତ ସମେତ ସାରା ବିଶ୍ୱରେ ଜୋରଦାର ଚେଷ୍ଟା ଚାଲିଛି

You might also like