କରୋନା ମୁକାବିଲା ପାଇଁ ଆଶାର କିରଣ ‘ରେମେଡ୍‌ସିଭିର୍’-ମଞ୍ଜୁରୀ ଦେଲା FDA

ୱାଶିଂଟନ: ଆମେରିକାରେ କରୋନା ଆକ୍ରାନ୍ତଙ୍କୁ ଦିଆଯିବ ରେମଡ୍‌ସିଭିର୍। ଆମେରିକା ଫୁଡ୍ ଆଣ୍ଡ ଡ୍ରଗ୍ସ ଆଡମିନଷ୍ଟ୍ରେସନ୍-FDA ଗତକାଲି ଏହାକୁ ମଞ୍ଜୁରୀ ଦେଇଛି ଏହାକୁ ଲାଗୁ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ବିଧିବଦ୍ଧ ଭାବେ  ଘୋଷଣା କରିଛନ୍ତି।

ପରୀକ୍ଷା ପରେ ଜଣାଯାଇଛି, କମ୍‌ ସମୟରେ କରୋନା ରୋଗୀଙ୍କୁ ଭଲ କରିବାରେ ଏହି ଔଷଧ ଫଳପ୍ରଦ ହୋଇ ପାରିଛି। ପ୍ରଥମ ଥର ପାଇଁ କୌଣସି ଔଷଧ ଫଳପ୍ରଦ ହୋଇଥିବାରୁ କରୋନା ବିରୋଧରେ ଲଢିବା ପାଇଁ ଏହା ଚିକିତ୍ସକମାନଙ୍କୁ ସାହସ ଯୋଗାଇଛି। ବୈଜ୍ଞାନିକଙ୍କ କହିବା ଅନୁଯାୟୀ, କୋଭିଡ୧୯ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀ ଯେଉଁମାନେ କି ଶ୍ୱାସଜନିତ କଷ୍ଟ ପାଉଥିଲେ ସେମାନେ ଏହି ରେମଡ୍‌ସିଭିର୍ ଦ୍ୱାରା ଶୀଘ୍ର ଆରୋଗ୍ୟ ଲାଭ କରୁଛନ୍ତି।

ଯଦିଓ ରେମଡ୍‌ସିଭିର୍ ଦ୍ୱାରା କୌଣସି ଚମତ୍କାର ହେଲା ପରି ଫଳ ମିଳିନି, ତଥାପି କରୋନା ମୁକାବିଲା କ୍ଷେତ୍ରରେ ଏକ ଆଶାର କିରଣ ଦେଖାଇଛି।

ଏଣିକି ଆମେରିକାର ସମସ୍ତ କୋଭିଡ୍ ହସ୍ପିଟାଲ୍‌ରେ ରେମଡ୍‌ସିଭିର୍ ମେଡିସିନ୍ ଉପଲବ୍ଧ କରାଯିବ।  ଆମେରିକାର FDA ପକ୍ଷରୁ ରେମଡ୍‌ସିଭିରକୁ  ବର୍ତ୍ତମାନ ପାଇଁ କରୋନା ଚିକିତ୍ସା କ୍ଷେତ୍ରରେ ପ୍ରୟୋଗ କରିବାକୁ କୁହାଯାଇଛି। କରୋନା ଚିକିତ୍ସା କ୍ଷେତ୍ରରେ ଏହାର ପ୍ରୟୋଗ ଦ୍ୱାରା ୩୧ ପ୍ରତିଶତ ସଫଳତା ମିଳିଥିବା ଜିଲିଡ୍ ସାଇନ୍ସ ପକ୍ଷରୁ ରିସର୍ଚ୍ଚ ରିପୋର୍ଟରେ ପ୍ରକାଶ ପାଇଛି।

ପୂର୍ବରୁ ଏହି କମ୍ପାନୀ ୧.୫ ମିଲିଅନ ଡୋଜ୍‌ ମାଗଣାରେ ଯୋଗାଇ ଦେବ ବୋଲି ଘୋଷଣା କରିଥିଲା । ରେମଡ୍‌ସିଭିର୍ ଏକ ଇଞ୍ଜେକ୍ସନ ଯାହାକୁ ଆମେରିକା  କିଛି ରୋଗୀଙ୍କ ପାଖରେ ପୂର୍ବରୁ ଉପଯୋଗ ହୋଇ ସାରିଛି। ପରୀକ୍ଷା  ପରେ ଏହାକୁ ବହୁଳ ଭାବେ ବ୍ୟବହାର କରାଯିବ ବୋଲି ଅନୁମତି ମିଳିଛି। ଛୋଟ ପିଲା ଏବଂ ବୟସ୍କ ସମସ୍ତ କରୋନା ଆକ୍ରାନ୍ତଙ୍କ ପାଖରେ ଏହାର ଉପଯୋଗ କରିହେବ।

ଏଠି କହିରଖିବୁ ରେମଡ୍‌ସିଭିର୍ ଟାବ୍ଲେଟ୍ ଇବୋଲା ରୋଗୀଙ୍କୁ ସୁସ୍ଥ କରାଇବା ସହ ଇବୋଲାକୁ ହରାଇବାରେ ଫଳପ୍ରଦ ହୋଇଥିଲା। ICMR ପକ୍ଷରୁ ଭାରତରେ ରେମଡେସିଭିର୍ ଲାଗୁ ନେଇ ପରୀକ୍ଷା ଚାଲିଥିବା କିଛି ଦିନ ପୂର୍ବରୁ କୁହାଯାଇଥିଲା ।

You might also like