ମୋଦି-ଟ୍ରମ୍ପ ଭେଟ, ୨୭ରେ ହୋଇପାରେ ବଡ଼ ଘୋଷଣା

ନ୍ୟୁୟର୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଦ୍ୱିତୀୟ ଥର ଭେଟିଛନ୍ତି। ଏହି ଅବସରରେ ଟ୍ରମ୍ପ ‘ହାଓଡି ମୋଦି’ କାର୍ଯ୍ୟକ୍ରମକୁ ଆସିଥିବାରୁ ମୋଦି ଧନ୍ୟବାଦ ଜଣାଇଥିଲେ। ଆସନ୍ତା ୨୭ ତାରିଖରେ ମଧ୍ୟ ମୋଦି , ଟ୍ରମ୍ପଙ୍କ ମଧ୍ୟରେ ପୁଣି ଏକ ସାକ୍ଷାତ ହେବ। ଏହି ଅବସରରେ ବହୁ ବଡ଼ ଘୋଷଣା ହୋଇପାରେ ବୋଲି କୁହାଯାଉଛି।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ପୂର୍ବରୁ ସ୍ୱୀକାର କରିଥିଲେ ଆଇଏସ୍‌ଆଇ ଅଲ୍‌ କାଏଦାକୁ ତାଲିମ ଦେଇଛି। ଏହାର ପ୍ରତିକ୍ରିୟାରେ ଟ୍ରମ୍ପ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କ କଥା ବୁଝିବେ। ସେ ମୋଦିଙ୍କୁ ଇସ୍‌ଲାମିକ୍‌ ଆତଙ୍କବାଦର ମୂଳୋତ୍ପାଟନ କରିବାରେ ରକ୍‌ଷ୍ଟାର ଏଲ୍‌ଭିସ୍‌ ପ୍ରେସ୍‌ଲୀଙ୍କ ସହ ତୁଳନା କରିଥିଲେ। ଟ୍ରମ୍ପ ଏହି ଅବସରରେ କହିଥିଲେ, ମୋଦି ଏବଂ ଇମ୍ରାନ୍‌ ଖାନ୍‌ ପରସ୍ପରକୁ ଯେତେ ଜାଣିବାକୁ ଆରମ୍ଭ କରିବେ ଉଭୟ ରାଷ୍ଟ୍ର ମଧ୍ୟରେ ସମସ୍ୟାର ସମାଧାନ ହୋଇପାରିବ ବୋଲି ସେ ଆଶାବାଦୀ ଅଛନ୍ତି।

ମୋଦିଙ୍କ ଆମେରିକା ଗସ୍ତରେ ଟ୍ରମ୍ପଙ୍କ ସହ ୩ ଥର ଭେଟ ହେବାର ଥିଲା। ଥରେ ୨୨ରେ, ଗତକାଲି ନ୍ୟୁୟର୍କର ଜାତିସଂଘ ମୁଖ୍ୟାଳୟରେ ଏବଂ ଆସନ୍ତା ୨୭ରେ ତୃତୀୟ ଥର ପାଇଁ ଦ୍ୱିପାକ୍ଷିକ ଆଲୋଚନା ହେବ। ଆସନ୍ତା ୨୭ ତାରିଖରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ଚୁକ୍ତି ହେବାର ସମ୍ଭାବନା ରହିଛି। ନିଜେ ଟ୍ରମ୍ପ ଏହି ବିଷୟରେ ସୂଚନା ଦେଇ କହିଛନ୍ତି, ଆମେ ଖୁବ୍‌ ଶୀଘ୍ର ବାଣିଜ୍ୟିକ ଚୁକ୍ତି କରିବୁ।

ଆହୁରି ପଢ଼ନ୍ତୁ

ରାୟୁଡୁଙ୍କ ଧମାକା: ମୁମ୍ବାଇକୁ ଚକମା ଦେଲା ଚେନ୍ନାଇ

ଅନ୍ତିମ ଯାତ୍ରାରେ ବାହାରିଲା INS ବିରାଟ

କରୋନା ଆରୋଗ୍ୟ ହାର: ଆମେରିକାକୁ ପଛରେ ପକାଇ ଭାରତ ଆଗରେ

ଲକ୍‌‌ଡାଉନ ସମୟରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌‌ରେ ୯୭ ଶ୍ରମିକଙ୍କ ମୃତ୍ୟୁ ଘଟିଛି

ସାମ୍ବାଦିକଙ୍କ ସମେତ ଚୀନ ଓ ନେପାଳ ନାଗିରକ ଗିରଫ; ଚୀନ ଗୁଇନ୍ଦା ସଂସ୍ଥାକୁ ଦେଉଥିଲେ ଗୁପ୍ତ ଖବର

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ରେଡ୍‌ ବେଳେ ୯ ଆତଙ୍କବାଦୀ ଗିରଫ, ଦେଶରେ ବଡ଼ ଧରଣର ହମ୍‌ଲା ପାଇଁ କରିଥିଲେ ଯୋଜନା

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

You might also like