ଆମେରିକା ନିର୍ବାଚନ: ତୃତୀୟ ଥର ପାଇଁ ଜିତିବାକୁ ଯାଉଛନ୍ତି ଭାରତୀୟ ମୂଳ ରାଜା କ୍ରିଷ୍ଣମୂର୍ତ୍ତି

ୱାଶଂଟନ: ଆମେରିକା କଂଗ୍ରେସର ହାଉସ୍‌ ଅ‍ଫ ରିପ୍ରେଜଣ୍ଟେଟିଭ ପାଇଁ  ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଭାରତୀୟ ମୂଳ ଡେମୋକ୍ରାଟିକ ସାଂସଦ ରାଜା କ୍ରିଷ୍ଣମୂର୍ତ୍ତି ଲଗାତାର ତୃତୀୟ ଥର ପାଇଁ  ଜିତିଛନ୍ତି। ନୂଆଦିଲ୍ଲୀରେ ଜନ୍ମିତ ୪୭ ବର୍ଷୀୟ କୃଷ୍ଣମୂର୍ତ୍ତି ଲିବରଟେରିଆନ ପାର୍ଟିର ପ୍ରତିନ୍ଦ୍ୱନ୍ଦ୍ୱୀ ପ୍ରେଷ୍ଟନ ନେଲସନ୍‌ଙ୍କ ଅତି ସହଜରେ ହରାଇଛନ୍ତି।

ମିଳିଥିବା ଶେଷ ଖବର ଅନୁଯାୟୀ, ଗଣା ସରିଥିବା ଭୋଟର ୭୧ ପ୍ରତିଶତ ଭୋଟ ତାଙ୍କୁ ମିଳିଛି। କୃଷ୍ଣମୂର୍ତ୍ତିଙ୍କ ମାତା-ପିତା ତାମିଲନାଡୁ  ବାସିନ୍ଦା। କୃଷ୍ଣମୂର୍ତ୍ତି ୨୦୧୬ରୁ ଆମେରିକା ସଂସଦର ନିମ୍ନ ସଦନ ସଦସ୍ୟ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି।

ସୂଚନାଥାଉ କି, ଗତକାଲି ଆମେରିକା ରାଷ୍ଟ୍ରପତି ନିର୍ବାଚନ ସରିବା ପରେ ଆଜି ଭୋଟ ଗଣତି ହେଉଛି। ଆଉ କିଛି ସମୟ ଫଳାଫଳ ଜଣାପଡି ଯିବ। ଉଭୟେ ବାଇଡେନ-ଟ୍ରମ୍ପଙ୍କ ମଧ୍ୟରେ କଡା ଟକ୍କର ଚାଲିଛି।  ଭୋଟ ଗଣତି ଜାରି ରହିଥିବାବେଳେ ନିଜ ବିଜୟ ନେଇ ପୁଣି ଦୃଢ଼ୋକ୍ତି କଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ତେବେ କିଛି କୁଚକ୍ରୀ ଭୋଟ ଚୋରି କରିଥିବା  ଅଭିଯୋଗ କରିଛନ୍ତି ଟ୍ରମ୍ପ। ଯଦି କିଛି ଗଡ଼ବଡ଼ ଜଣାପଡ଼େ, ସୁପ୍ରିମକୋର୍ଟ ଯିବୁ ବୋଲି ସେ କହିଛନ୍ତି।

 

ଆହୁରି ପଢ଼ନ୍ତୁ

ପରଲୋକରେ ଭାରତର ସଫ୍ଟୱେୟର ଇଣ୍ଡଷ୍ଟ୍ରୀ ଜନକ ଏଫ୍‌ସି କୋହଲି

କେବିସିର ୩ କୋଟିପତି ମହିଳା, ଜାଣନ୍ତୁ ଏମାନଙ୍କ ସଂଘର୍ଷମୟ ଜୀବନର କାହାଣୀ

ୱାନ୍ ନେସନ୍‌ ୱାନ୍‌ ଇଲେକ୍ସନ୍‌ ଦେଶ ପାଇଁ ଆବଶ୍ୟକ; ପ୍ରଧାନମନ୍ତ୍ରୀ

ମରୁଭୂମିରୁ ମିଳିଲା ରହସ୍ୟମୟ ଜିନିଷ; ଲୋକେ କହିଲେ ଅଶୁଭ ସଙ୍କେତ

ଚାଷୀଙ୍କ ପାଇଁ ଦିଲ୍ଲୀ ସୀମା ସିଲ୍‌ ହେଲା; ତଥାପି ଗର୍ଜିଲେ

ଡିସେମ୍ବର ୩୧ ଯାଏ ବିଦେଶକୁ ଉଡ଼ି ପାରିବ ନାହିଁ ବିମାନ

ମନେ ପଡିଲା ୨୬/୧୧ର ସେଇ ଭୟଙ୍କର ସ୍ମୃତି

ଗ୍ରାହକଙ୍କୁ ଆଶ୍ୱସ୍ତି; ଡିବିଏସ୍‌ ଇଣ୍ଡିଆ ସହିତ ମିଶିବ ଲକ୍ଷ୍ମୀ ବିଳାସ ବ୍ୟାଙ୍କ

ଅଫିସରୁ ବିଳମ୍ବରେ ଫେରୁଥିଲେ ସ୍ୱାମୀ; ଅତିଷ୍ଠ ହୋଇ FIR ଦାଏର କଲେ ମହିଳା

ଗୋଲ୍ଡ‌ ମର୍ସିଡିଜ୍‌ କାର୍‌ ଧରି ବୁଲିଲେ ଚାଷୀ

ବିଳମ୍ବିତ ରାତିରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ‘ନିଭାର’, ପ୍ରବଳ ବର୍ଷା

ଆଜି ଭାରତ ବନ୍ଦ: ସକାଳୁ ସକାଳୁ ପିକେଟିଂ, ରାସ୍ତାରୋକ

You might also like