ଆମେରିକା ନିର୍ବାଚନ: ହ୍ୱାଇଟ୍‌ ହାଉସ୍‌ରୁ ଗୋଟିଏ ପାଦ ଦୂରରେ ବାଇଡେନ୍‌

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ପଦ ପାଇଁ ଡେମୋକ୍ରାଟିକ ପାର୍ଟି ପ୍ରାର୍ଥୀ ଜୋ ବାଇଡେନ ଶୁକ୍ରବାର ମହତ୍ୱପୂର୍ଣ୍ଣ ଆସନ ଜର୍ଜିଆ ଏବଂ ଫିଲିପାଇନ୍ସରେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ଡୋନାଲ୍ଡ ଟ୍ରମ୍ପଙ୍କଠାରୁ ଆଗରେ ଅଛନ୍ତି। ଏହା ପରେ ବାଇଡେନ ଏକପ୍ରକାର ବିଜୟର ଦ୍ୱାରଦେଶରେ ପହଞ୍ଚିଯାଇଛନ୍ତି। ବାଇଡେନ ଜର୍ଜିଆରେ ଟ୍ରମ୍ପଙ୍କଠାରୁ ୧,୦୯୬ ଭାଟର ଆଗୁଆ ଅଛନ୍ତି।

ସେହିପରି ପେନ୍‌ସିଲଭାନିଆରେ ବାଇଡେନ ଟ୍ରମ୍ପଙ୍କଠାରୁ ୫, ୫୮୭ ଭାଟରେ ଆଗରେ ଅଛନ୍ତି।  ବୁଧବାର ରାତିରେ ଏହି ରାଜ୍ୟରେ ଟ୍ରମ୍ପ ୭୦, ୦୦୦ ଭୋଟରେ ଆଗରେ ଥିଲେ। ଏଠି କହିରଖିବୁ, ହ୍ୱାଇଟ ହାଉସକୁ ଯିବାକୁ ହେଲେ ୫୩୮ ଇଲେକ୍ଟୋରାଲ କଲେଜ ଭୋଟରରୁ ୨୭୦ ଭୋଟ ହାସଲ କରିବାକୁ ପଡ଼ିବ।

ଶେଷ ଖବର ଅନୁଯାୟୀ, ବାଇଡେନ୍‌ ୨୬୪ ଇଲେକ୍ଟୋରାଲ ଭୋଟ ପାଇଥିବାବେଳେ ଟ୍ରମ୍ପଙ୍କ ମିଳିଛି ୨୧୪ ଭୋଟ। ଅନ୍ୟପକ୍ଷେ ଟ୍ରମ୍ପ ହ୍ୱାଇଟ ହାଉସ୍‌ରେଏକ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ ବିରୋଧରେ ଅଦାଲତ ଯିବେ ବୋଲି କହିଛନ୍ତି। ଟ୍ରମ୍ପଙ୍କ ଦଳ ପୂର୍ବରୁ ପେନ୍‌ସିଲଭାନିଆ, ମିଶିଗନ, ଜର୍ଜିଆ ଏବଂ ନବାଦାରେ ମାମଲା ଦାଏର କରି ସାରିଛନ୍ତି। ସେହିପରି ଭିକ୍ସାନସିନରେ ଭୋଟ ଦ୍ୱିତୀୟ ଗଣତି ପାଇଁ ଦାବି କରିଛନ୍ତି। ତେବେ ବାଇଡେନ ଦଳ ଏହାକୁ ବିରୋଧ କରିଛନ୍ତି।

ତେବେ ନିର୍ବାଚନ ବିଶେଷଜ୍ଞ ନେଟୱର୍କ DDHQ ଘୋଷଣା କରିଛି, ବାଇଡେନ ଫିଲିପାଇନ୍ସରେ ବିଜୟୀ ହୋଇଛନ୍ତି। ଏହି ବିଜୟ ତାଙ୍କର ରାଷ୍ଟପତି ହେବା ପାଇଁ ନିର୍ଣ୍ଣାୟକ ହେବ। ଆମେରିକା ରାଷ୍ଟ୍ରପତି ହେବା ଲାଗି ତାଙ୍କ ପାଇଁ ଆଉ ଗୋଟିଏ ପାଦ ବାକି ଅଛି।

 

You might also like