ଆମେରିକା ଆଣିଲା ଅଭିଯୋଗ, ଭାରତ ସୀମାନ୍ତରେ ସ୍ଥିତି ବିଗାଡୁଛି ଚୀନ
ୱାଶିଂଟନ୍: ଭାରତ-ଚୀନ୍ ସୀମାନ୍ତରେ ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଛି। ଦୁଇ ଦେଶ ଏକ ପ୍ରକାର ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଏପରି ସମୟରେ ହ୍ୱାଇଟ୍ ହାଉସ ପକ୍ଷରୁ ଚୀନ ବିଦେଶ ମନ୍ତ୍ରାଳୟକୁ କଡା ଜବାବ ଦେଇଛି ଦିଆଯାଇଛି।
ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି, ଭାରତ ସୀମାରେ ଚୀନ ଉତ୍ତେଜନା ସୃଷ୍ଟି କଲା ଭଳି ପରିସ୍ଥିତି ସୃଷ୍ଟି କରୁଛି। ଚୀନ ବଳପୂର୍ବକ ଭାରତ ସୀମାରେ ସୈନ୍ୟ ତଥା ଅର୍ଦ୍ଧସୈନ୍ୟ କାର୍ଯ୍ୟକଳାପରେ ସଂପୃକ୍ତ ରହି ପଡ଼ୋଶୀ ରାଷ୍ଟ୍ର ସହ କରିଥିବା ପ୍ରତିବଦ୍ଧତାକୁ ଉଲ୍ଲଘଂନ କରୁଛି।
ଏହା ପୂର୍ବରୁ ଭାରତ ଚୀନର ଏପରି ଜବରଦଖଲ କାର୍ଯ୍ୟକୁ କଡା ବିରୋଧ କରିଥିଲା। ଭାରତର ଏପରି ପଦକ୍ଷେପକୁ ଆମେରିକା ସମର୍ଥନ କରିଥିଲା। ଏହା ପରେ ହ୍ୱାଇଟ ହାଉସ ପକ୍ଷରୁ ଏକ ମନ୍ତବ୍ୟରେ କୁହାଯାଇଛି, ବେଜିଂ ୟେଲୋ ସି ତଥା ଦକ୍ଷିଣ ଚୀନ ସାଗର, ତାଇବାନ୍ ଏବଂ ଚୀନ-ଭାରତ ସୀମାନ୍ତ ଇଲାକାରେ ଉତ୍ତେଜନା ସୃଷ୍ଟି କରୁଛି। ବଳପୂର୍ବକ ଏଠାରେ ସୈନ୍ୟ ତଥା ଅର୍ଦ୍ଧସାମରିକ ଗତିବିଧି ଜାରି ରଖୁଛି। ଏପରିକି ବିରୋଧାଭାସୀ ବୟାନ ଦେଉଛି।
ତେବେ ଚୀନ-ଭାରତ ମଧ୍ୟରେ ଲାଗିଥିବା ସୀମା ବିବାଦରେ ଆମେରିକା ଭାରତକୁ ସମର୍ଥନ କରିଛି । ଆମେରିକାର ଜଣେ ବରିଷ୍ଠ ନେତା ବେଜିଂ ଉପରେ ଆରୋପ ଲଗାଇ କହିଛନ୍ତି, ଚୀନ ଅନ୍ୟକୁ ଚିନ୍ତାରେ ପକାଇବା ଭଳି କାର୍ଯ୍ୟରୁ ତୁରନ୍ତ ନିବୃତ ହେବା ଆବଶ୍ୟକ । ନିକଟରେ ଏକ ସାମ୍ବାଦିକ ସମ୍ମିଳନୀରେ ଆମେରିକା ବୈଦେଶିକ ବିଭାଗର ଦକ୍ଷିଣ-ମଧ୍ୟ ଏସିଆ ବ୍ୟୁରୋ କହିଛନ୍ତି, “ମୋତେ ଲାଗୁଛି ସୀମାରେ ଯେଉଁପରି ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି ଏହା ସ୍ପଷ୍ଟ କରୁଛି ଯେ, ଚୀନର ଆକ୍ରମଣାତ୍ମକ ବ୍ୟବହାର ଜାରି ରହିଛି ।
ସେ ଆହୁରି କହିଛନ୍ତି ଦକ୍ଷିଣଚୀନ ସାଗର ହେଉ କିମ୍ବା ଭାରତକୁ ଲାଗିଥିବା ସୀମା ହେଉ, ଚୀନ ଉସ୍କାଇବା ପରି ବ୍ୟବହାର ତଥା ଅନ୍ୟକୁ ଚିନ୍ତାରେ ପକାଇବା ପରି ବ୍ୟବହାର ଦେଖ।ଉଥିବା ଆମେ ଦେଖିବାକୁ ପାଉଛୁ । ତେଣୁ ଚୀନ ତାର ବର୍ଦ୍ଧିତ ଶକ୍ତିକୁ କେମିତି ବ୍ୟବହାର କରିବାକୁ ଚାହୁଁଛି ଏଥିରୁ ସ୍ପଷ୍ଟ ହେଉଛି। ଅନ୍ୟପକ୍ଷେ ଚୀନ ଏହାକୁ ବିରୋଧ କରି ଆମେରିକାର ଏପରି ବୟାନ ବକବାସ ବୋଲି କହିଛି।
‘ଭାରତ-ଚୀନ୍ ସୀମାନ୍ତରେ ଗମ୍ଭୀର ପରିସ୍ଥିତି । ଦୁଇ ଦେଶ ଏକ ପ୍ରକାର ମୁହାଁମୁହିଁ ସ୍ଥିତିରେ ଅଛନ୍ତି । ଏଥିପାଇଁ ଚୀନକୁ ଦାୟୀ କରି ହ୍ୱାଇଟ୍ ହାଉସ ପକ୍ଷରୁ ଦିଆଯାଇଛି ଏମିତି ଜବାବ।