ଶେଷରେ ହାର ମାନିଲେ ଟ୍ରମ୍ପ; ଜାନୁଆରୀ ୨୦ରେ ରାଷ୍ଟ୍ରପତି ଭାବେ ଶପଥ ନେଇପାରନ୍ତି ବାଇଡେନ୍

ୱାଶିଂଟନ: ଶେଷରେ ହାର୍‌ ମାନିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ନିର୍ବାଚନ ହାରିବା ପରେ ପଦବୀ ନଛଡ଼ିବାକୁ ଜିଦ୍‌ ଧରିଥିବା ଟ୍ରମ୍ପ ଏବେ ରାଷ୍ଟ୍ରପତି ପଦବୀ ଛାଡ଼ିବା ନେଇ ସଂକେତ ଦେଇଛନ୍ତି। ଜାନୁଆରୀ ୨୦ ତାରିଖରେ ସ୍ୱ ଇଚ୍ଛାରେ ସେ ପଦ ଛାଡ଼ିଦେବେ ବୋଲି ସେ ସଂକେତ ଦେଇଛନ୍ତି। ଜୋ ବାଇଡେନ୍‌ଙ୍କର ରାଷ୍ଟ୍ରପତି ପଦ ପାଇଁ ବ୍ୟବସ୍ଥିତ ପରିବର୍ତ୍ତନ ହେବ ବୋଲି ଟ୍ରମ୍ପ କହିଛନ୍ତି।

ଏହା ପୂର୍ବରୁ ଗୁରୁବାର ଆମେରିକା କଂଗ୍ରେସ (ଆମେରିକା ସଂସଦ)ରେ ସଂସଦୀୟ ମିଳିତ ଅଧିବେସନ ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍‌ ଓ ଉପରାଷ୍ଟ୍ରପତି ଭାବେ କମଲା ହେରିଶଙ୍କର ବିଜୟ ହୋଇଥିବା ସ୍ପଷ୍ଟ କରିଦେଇଛି।

ନିର୍ବାଚିତ ରାଷ୍ଟ୍ରପତିଙ୍କ ସପକ୍ଷରେ ୩୦୬ ଇଲୋକ୍ଟୋରାଲ କଲେଜ୍‌ ଭୋଟ୍ ପଡ଼ିଛି। ତେଣୁ ଆମେରିକା ନିର୍ବାଚନରେ ଟ୍ରମ୍ପଙ୍କ ବିରୋଧରେ ଜୋ ବାଇଡେନଙ୍କୁ ବିଜେତା ଘୋଷଣା କରିବା ପାଇଁ ଏହା ଯଥେଷ୍ଟ ବୋଲି କଂଗ୍ରେସ କହିଛି। ଅନ୍ୟପଟେ ରିପବ୍ଲିକାନ ନେତମାନେ ମଧ୍ୟ ପରାଜୟ ସ୍ୱୀକାର କରିବା ସହିତ ଏବେ ସରକାର ପରିବର୍ତ୍ତନ ପାଇଁ ରାଜି ମଧ୍ୟ ହୋଇଛନ୍ତି।

ତେବେ ହୁଧବାର ଟ୍ରମ୍ପଙ୍କ ହଜାର ହଜାର ସମର୍ଥକ ହାଙ୍ଗାମା କରିବା ସହିତ କଂଗ୍ରେସର କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ। ଏଥିରେ୪ ଜଣଙ୍କର ମୃତ୍ୟୁ ହୋଇଥିଲା। ପରେ ସରକାର  ଏହାପରେ ବୁଧବାର ରାତିରେ ହିଁ କଂଗ୍ରେସର ମିଳିତ ଅଧିବେଶନର କାର୍ଯ୍ୟ ଆରମ୍ଭ କରିଥିଲା।

ବାଇଡେନ୍ ଜିତିବା ନେଇ କଂଗ୍ରେସ ଶୁନିଶ୍ଚିତ କରିବା ପରେ ଟ୍ରମ୍ପ କହିଛନ୍ତି ଯେ ଆଉ ମାତ୍ର ଦୁଇ ସପ୍ତାହ ପରେ ଡେମେକ୍ରାଟିକ୍‌ ନେତା ପଦବୀ ସମ୍ଭାଳିବେ। ଏଥିପାଇଁ କିଛି ବ୍ୟବସ୍ଥିତି ପରିବର୍ତ୍ତନ ହେବ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ” ଯଦିଓ ମୁଁ ନିର୍ବାଚନର ଫଳାଫଳ ସହିତ ସମ୍ପୂର୍ଣ୍ଣ ଭାବେ ସହମତ ନୁହେଁ, କିନ୍ତୁ ତଥାପି ଜାନୁଆରୀ ୨୦ ତାରିଖରେ ବ୍ୟବସ୍ଥାର ପରିବର୍ତ୍ତନ ହେବ।” ଟ୍ରମ୍ପଙ୍କ ପକ୍ଷରୁ ହ୍ୱାଇଟ୍‌ ହାଉସ୍‌ ପ୍ରବକ୍ତା ଡାନ କାନଭୋଙ୍କ ଦ୍ୱାରା ଟ୍ୱିଟ୍ କରି ଏପରି ସୂଚନା ଦିଆଯାଇଛି। ତେବେ ଜାନୁଆରୀ ୨୦ ତାରିଖରେ ବାଇଡେନ୍ ଆମେରିକା ରାଷ୍ଟ୍ରପତି ଓ କମଲା ଉପରାଷ୍ଟ୍ରପତି ଭାବେ ଶପଥ ନେବାର ପଥ ପରିଷ୍କାର ହୋଇଛି।

ସୂଚନା ଥାଉକି ଏଥର ଆମେରିକା ନିର୍ବାଚନକୁ ଘୋର ବିରୋଧ କରୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟମ୍ପ। ତା ସହିତ ଭୋଟିଂରେ ଚଞ୍ଚକତା କରାଯାଇଥିବା ସେ ସୂଚନା ଦେଇଛନ୍ତି। ଆମେରିକାର ବାଇଡେନ ସରକାର ଗଠନ କରିବା ଦିଗରେ ଟ୍ରମ୍ପ ଏପର୍ଯ୍ୟନ୍ତ ବି ଠିକ୍ ଭାବରେ ସହଯୋଗ କରୁନଥିବା ସୂଚନା ମିଳିଛି।

ଟ୍ରମ୍ପ ଓ ତାଙ୍କ ସମର୍ଥକଙ୍କ ଏପରି ଆଚରଣକୁ ଦେଖି ଟୁଇଟର, ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍ କମ୍ପାନୀ‌ ବଡ ପଦକ୍ଷେପ ନେଇଛନ୍ତି। ଟ୍ରମ୍ପଙ୍କ ଆକାଉଣ୍ଟକୁ ୧୨ ଘଣ୍ଟା  ପାଇଁ ସସ୍‌ପେଣ୍ଡ କରିଛି ଟ୍ୱିଟର। ସେହିପରି ୨୪ ଟ୍ରମ୍ପଙ୍କ ଫେସ୍‌ବୁକ ପେଡ୍ ବ୍ଲକ ହୋଇଥିବା ବେଳେ ଇନ୍‌ଷ୍ଟ୍ରାଗ୍ରାମ ମଧ୍ୟ ୨୪ ଘଣ୍ଟା ପାଇଁ ଟ୍ରମ୍ପଙ୍କ ଆକାଉଣ୍ଟକୁ ବନ୍ଦ କରି ଦେଇଛି।

ଅନ୍ୟପକ୍ଷେ ଟୁଇଟର ଚେତାବନୀ ଦେଇଛି, ଯଦି ଆଗକୁ ନିର୍ବାଚନକୁ ନେଇ ଟ୍ରମ୍ପ ଉତ୍ତେଜନା ଜାରି ରଖନ୍ତି ତେବେ ତାଙ୍କ ଆକାଉଣ୍ଟ ସବୁଦିନ ପାଇଁ ବ୍ଲକ କରି ଦିଆଯିବ।

ଅନ୍ୟପକ୍ଷେ ଫେସବୁକ୍‌ ୨ଟି ନିୟମ ଉଲ୍ଲଘଂନ କରିବା ଅଭିଯୋଗରେ ଟ୍ରମ୍ପଙ୍କ ପେଜ୍‌କୁ ୨୪ ଘଣ୍ଟା ପାଇଁ ପ୍ରତିବନ୍ଧକ ଲଗାଇଛି। ତାଙ୍କର ଏକ ଭିଡିଓକୁ ମଧ୍ୟ ହଟାଇ ଦିଆଯାଇଛି। ଏହାର ଅର୍ଥ ଏବେ ଟ୍ରମ୍ପ ତାଙ୍କର ଆକାଉଣ୍ଟରେ କିଛି ପୋଷ୍ଟ କରିପାରିବେ ନାହିଁ।

 

You might also like