ଜୈଶ୍‌ ମୁଖ୍ୟ ମସୁଦ୍‌ ଆଝାର୍‌କୁ ବ୍ୟାନ୍‌ ଲାଗି ଜାତିସଂଘରେ ଆମେରିକା, ବ୍ରିଟେନ୍‌ ଓ ଫ୍ରାନ୍ସର ପ୍ରସ୍ତାବ

ନୂଆଦିଲ୍ଲୀ: ଧୀରେ ଧୀରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ତୀବ୍ର ହେବାରେ ଲାଗିଛି। ପାକ୍‌ ଅଧିକୃତ କଶ୍ମୀର(ପିଓକେ)ର ବାଲାକୋଟ୍‌ରେ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ଶିବିର ଉପରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍‌ ପରେ ଉଭୟ ଦେଶ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି।

ସେପଟେ, ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ମୁଖ୍ୟ ମସୁଦ୍‌ ଆଝାର୍‌କୁ ଗ୍ଲୋବାଲ୍‌ ଟେରୋରିଷ୍ଟ୍‌ ଭାବେ ନାମିତ କରିବା ଲାଗି ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବା ୟୁନାଇଟେଡ୍‌ ନେସନ୍‌ସ୍‌ ସିକ୍ୟୁରିଟି କାଉନ୍‌ସିଲ୍‌ (ୟୁଏନ୍‌ଏସ୍‌ସି)କୁ ଏନେଇ ଗତକାଲି ପ୍ରସ୍ତାବ ଦିଆଯାଇଛି। ଏହି ପ୍ରସ୍ତାବକୁ ମିଳିତ ଭାବେ ଆମେରିକା, ବ୍ରିଟେନ୍ ଓ ଫ୍ରାନ୍ସ ଦେଇଛନ୍ତି।

ଯଦି ଏହି ପ୍ରସ୍ତାବ ପାରିତ ହୁଏ ତେବେ ପାକିସ୍ତାନରେ ଥିବା ଏହି ଆତଙ୍କବାଦୀ ସଂଗଠନର ମୁଖ୍ୟ ମାସୁଦ୍‌ ଆଝାର୍‌କୁ ‘ୟୁଏନ୍‌-ଡେଜିଗ୍‌ନେଟେଡ୍‌ ଗ୍ଲୋବାଲ୍‌ ଟେରୋରିଷ୍ଟ୍‌’ ଭାବେ ଘୋଷଣା କରାଯିବ। ଫଳରେ ମସୁଦ୍‌ ଆଝାର୍‌ର ଗ୍ଲୋବାଲ୍‌ ଟ୍ରାଭେଲ୍‌ ବ୍ୟାନ୍‌ ହେବାସହ ସମ୍ପତ୍ତି ଆଦି ଜବତ ହୋଇପାରେ।

ଅନ୍ୟପଟେ, ପାକିସ୍ତାନୀ ମାଟିରେ ଜୈଶ୍‌ ଆତଙ୍କବାଦୀ ଶିବିର ଉପରେ ଭାରତର କାର୍ଯ୍ୟାନୁଷ୍ଠାନକୁ ଆମେରିକା ସମର୍ଥନ ଜଣାଇଛି। ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲ୍‌ ଓ ଆମେରିକାର ରାଷ୍ଟ୍ର ସଚିବ ମାଇକ୍‌ ପୋମ୍ପିଓଙ୍କ ମଧ୍ୟରେ ଗତକାଲି ଫୋନ୍‌ରେ ଏକ ବାର୍ତ୍ତାଳାପ ହୋଇଥିଲା। ଏହି ବାର୍ତ୍ତାଳାପରେ ମାଇକ୍‌ ପୋମ୍ପିଓ ଏହି ସମର୍ଥନ ଜଣାଇଥିଲେ।

ଆମେରିକା, ବ୍ରିଟେନ୍, ଫ୍ରାନ୍ସ, ଚୀନ୍‌ ଓ ଋଷିଆ ୟୁଏନ୍‌ ସିକ୍ୟୁରିଟି କାଉନସିଲ୍‌ର ସ୍ଥାୟୀ ସଦସ୍ୟ। ଜୈଶ୍‌ ମୁଖ୍ୟ ମାସୁଦ୍‌ ଆଝାର୍‌କୁ ବ୍ୟାନ୍‌ କରିବା ପାଇଁ ହୋଇଥିବା ପ୍ରସ୍ତାବରେ ଆମେରିକା, ବ୍ରିଟେନ୍ ଓ ଫ୍ରାନ୍ସ ସମର୍ଥନ ଜଣାଇଛନ୍ତି। ଏହାକୁ ଋଷିଆ ମଧ୍ୟ ସମର୍ଥନ କରିବ। କାରଣ ପୂର୍ବରୁ ମସୁଦ୍‌ ଆଝାର୍‌କୁ ବ୍ୟାନ୍‌ କରିବା ଲାଗି ଋଷିଆ ସମର୍ଥନ ଦେଇ ଆସୁଛି। ତେବେ ଏହି ପ୍ରସ୍ତାବକୁ ଚୀନ୍‌ ସମର୍ଥନ କରିବ କି ନା ନାହିଁ ତା’ ଉପରେ ସମସ୍ତଙ୍କ ନଜର ରହିଛି। କାହିଁକି ନା ପୂର୍ବରୁ ଏଭଳି ସମାନ ପ୍ରସ୍ତାବକୁ ନେଇ ଚୀନ୍‌ ବାରମ୍ବାର ବିରୋଧ କରି ଆସୁଛି।

ଆହୁରି ପଢ଼ନ୍ତୁ

କମିଲା ସୁନା ଓ ରୂପା ଦର

ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କହିଲେ- ଯଦି ଝୁଲନ୍ତା ଅବସ୍ଥାରେ ମୋ ମୃତଦେହ ମିଳେ…

ଶିବାଙ୍ଗୀ ସିଂ ହେବେ ଲଢୁଆ ବିମାନ ରାଫେଲ୍‌ର ପ୍ରଥମ ମହିଳା ପାଇଲଟ୍‌

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓ୍ୱାର୍କିଂ ଜର୍ଣ୍ଣାଲିଷ୍ଟ ସଂଜ୍ଞାରେ ଡିଜିଟାଲ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆ ସାମ୍ବାଦିକ ସାମିଲ

ବିସ୍ଫୋରଣ ପରେ ONGC ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

You might also like