ବାହାରିଲା କରୋନା ଭାଇରସ୍‌ ଭ୍ୟାକ୍ସିନ !

ନୂଆଦିଲ୍ଲୀ: ସାରା ବିଶ୍ୱର ଚିନ୍ତା ବଢାଇଛି କରୋନା । କରୋନା ମୁକାବିଲା ପାଇଁ ଏ ଯାଏ  କୌଣସି ଭାକ୍ସିନ ବା ଔଷଧ ବାହାରି ନ ଥିବାରୁ କରୋନା ପ୍ରତି ଲୋକଙ୍କ ଭୟ ବଢିଯାଇଛି। ଏପରି ପରିସ୍ଥିତିରେ କରୋନା ଭ୍ୟାକ୍ସିନ ବାହାରିଛି ବୋଲି ଦାବି କରିଛି ଆମେରିକା।

ନିଜେ ଆମରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ  କରୋନା ଭାଇରସର ଚିକିତ୍ସା ପାଇଁ ଭ୍ୟାକସିନ ବାହାର କରିଥିବା ଦାବି କରିଛନ୍ତି। ସେ କହିଛନ୍ତି ଏହି ଭ୍ୟାକସିନର ପ୍ରଥମ ପର୍ଯ୍ୟାୟ  ପରୀକ୍ଷା ସରିଛି। ଏତେ ଶୀଘ୍ର କୌଣସି ରୋଗର ଭ୍ୟାକସିନ ବାହାରିବା ଇତିହାସରେ ପ୍ରଥମ ଘଟଣା। ଏହାଛଡ଼ା କୋଭିଡ ୧୯ରେ ଆକ୍ରାନ୍ତଙ୍କୁ ଭଲ କରିବା ପାଇଁ ଆଣ୍ଟି ଭାଇରାଲ ଥେରାପି ଓ ଅନ୍ୟ ଚିକିତ୍ସା ବ୍ୟବସ୍ଥା ବିକଶିତ କରାଯାଉଛି।  ବହୁ ଶୀଘ୍ର ଏହି ରୋଗର ଔଷଧ ମଳିଯିବ ବୋଲି ସେ କହିଛନ୍ତି।

ଟ୍ରମ୍ପ ସୂଚନା ଦେଇଛନ୍ତି, ଆମେରିକାରେ କରୋନା ବ୍ୟାପିବାର କେନ୍ଦ୍ରସ୍ଥଳ ହୋଇଥିବା ସିଟେଲ ଅଞ୍ଚଳରେ ଏହି ଭ୍ୟାକସିନର ପ୍ରଥମ ପରୀକ୍ଷଣ କରାଯାଇଛି। ଏବେ ତାଙ୍କୁ ସର୍ଭେଇଲାନ୍ସରେ ରଖାଯାଇଛି।  ଭ୍ୟାକସିନଟି ଠିକ୍ ଭାବେ କାମ କରୁଛି କି ନାହିଁ, ଏଥିଲାଗି ତାଙ୍କୁ ବଭିନ୍ନ ପର୍ଯ୍ୟାୟରେ ଚିକିତ୍ସା କରାଯିବ । ସେପଟେ ଆଉ ୪୫ ଜଣ ୧୮ରୁ ୫୫ ବର୍ଷିୟ ଲୋକଙ୍କ କ୍ଷେତ୍ରରେ ଏହି ଭ୍ୟାକସିନ ପରୀକ୍ଷା କରାଯିବାକୁ ପଦକ୍ଷେପ ନିଆଯାଇଛି ।

୬ ସପ୍ତାହ ପାଇଁ ପରୀକ୍ଷା କରାଯିବ ବୋଲି ଆମେରିକା ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ପକ୍ଷରୁ କୁହାଯାଇଛି ।ଯଦି ସବୁକିଛି ଠିକ୍ ହୁଏ, ସର୍ବସାଧାରଣଙ୍କ ପାଇଁ ମିଳିବା ଲାଗି ବର୍ଷେରୁ ଦେଢ଼ ବର୍ଷ ଲାଗିଯିବ ବୋଲି ଆମେରିକୀୟ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି। ଏହି ଭ୍ୟାକସିନର ନାଁ mRNA-1273 କୁହାଯାଉଛି॥ଆମେରିକାର ଏନ୍‌ଆଇଏଚ୍‌ ଓ ବାୟୋଟେକ୍ନୋଲୋଜି କଂପାନି ମୋଡେର୍ନାର ମିଳିତ ଉଦ୍ୟମରେ ଏହି ଭ୍ୟାକସିନ ପ୍ରସ୍ତୁତ ହୋଇଛି।

ଟ୍ରମ୍ପ ଏପରି ସୂଚନା ଦେବା ପରେ ଯେମିତି ଆଶ୍ୱାସନା ମିଳିଛି। ସୂଚନାଥାଉ କି, ଆମ ଦେଶରେ ବି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୫ରେ ପହଞ୍ଚିଛି। ଆଜି ସୁଦ୍ଧା ପୃଥିବୀରେ ୭ହଜାରରୁ ଅଧିକ ଲୋକଙ୍କ ମୁଣ୍ଡ ନେଲାଣି କୋଭିଡ ୧୯।  କେବଳ ଇଟାଲିରେ ୨୭ ହଜାର ୯୮୦ ଜଣ  ଆକ୍ରାନ୍ତ ହୋଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୩ ହଜାରରୁ ଅଧିକ ପଜିଟିଭ କେସ୍ ଚିହ୍ନଟ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଇଟାଲିରେ ୨ହଜାର ୧୫୮ଜଣଙ୍କ ମୃତ୍ୟୁ  ହୋଇସାରିଲାଣି । କେବଳ ଗତ ୨୪ ଘଣ୍ଟା ମଧ୍ୟରେ ୩୪୯ ଜଣଙ୍କ ମୃତ୍ୟୁ ହୋଇଛି ।

You might also like