ଚୀନ୍‌କୁ ଚାରିପଟୁ ଘେରିବା ପାଇଁ ଯୋଜନା କରୁଛି ଆମେରିକା

ୱାଶିଂଟନ:ଆମେରିକା ଏବଂ ଚୀନ ମଧ୍ୟରେ ବଢୁଥିବା ବିବାଦ ଦିନକୁ ଦିନ ବିସ୍ଫୋରକ ରୂପ ନେଉଥିବାବେଳେ ଆମେରିକାର ପରରାଷ୍ଟ୍ର ସଚିବ ମାଇକ ପୋମ୍ପେଓ ଗୁରୁବାର କହିଛନ୍ତି, ଆମେରିକା ଏସିଆରେ ତାହାର ସୈନ୍ୟ ମୁତୟନ ସଂଖ୍ୟା ବଢାଇବ। ଏଥିପାଇଁ ଆମେରିକା ପ୍ରସ୍ତୁତି ଆରମ୍ଭ କରି ଦେଇଛି।

ଚୀନର ଆକ୍ରମଣାତ୍ମକ ମନୋଭାବ ଉପରେ ଆଲୋଚନା କରି ପୋମ୍ପେଓ କହିଛନ୍ତି, ଭାରତ ଏବଂ ଅନ୍ୟ ମିତ୍ର ରାଷ୍ଟ୍ର ପ୍ରତି ଚୀନର ବିପଦ ରହିଛି। ଏହାକୁ ଦୃଷ୍ଟିରେ ରଖି ଆମେରିକା ସେଠାରେ ସେନା ମୁତୟନ କରିବା ନେଇ ଚିନ୍ତା କରୁଛନ୍ତି। ସେ ଚୀନ୍‌କୁ ସିଧାସଳଖ ଚେତାବନୀ ଦେଇ ଆବଶ୍ୟକ ପଡ଼ିଲେ ଆମେରିକା ସେନା ଚୀନ୍‌ର ପିପୁଲ୍‌ସ ଲିବରେସନ୍‌ ଆର୍ମି ସହ ମୁକାବିଲା କରିବାକୁ ପ୍ରସ୍ତୁତ ଅଛି ବୋଲି କହିଛନ୍ତି।

ଆମେରିକା ଏଥିପାଇଁ ଜର୍ମାନୀରେ ସୈନ୍ୟସଂଖ୍ୟା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି । ସେଠାରେ ଥିବା ସୈନ୍ୟମାନଙ୍କୁ ଠିକଣା ସ୍ଥାନରେ ମୁତୟନ କରି ଚୀନ ପିପୁଲସ ଲିବରେସନ ଆର୍ମିକୁ ଶକ୍ତ ଜବାବ ଦିଆଯିବ ବୋଲି ସେ କହିଛନ୍ତି।

ସୂଚନାଥାଉ କି, ଆମେରିକା ପୂର୍ବରୁ ତାଇବାନରେ ତିନୋଟି ନ୍ୟୁକ୍ଲିୟର ଏୟାରକ୍ରାଫ୍ଟ ମୁତୟନ କରିଛି। ଏଥିରୁ ୨ଟି ତାଇବାନ ଏବଂ ଅନ୍ୟ  ମିତ୍ର ରାଜ୍ୟ ସ଼ହ ଯୁଦ୍ଧାଭ୍ୟାସ କରୁଛି। ଆଉ ଗୋଟିଏ ଏୟାରକ୍ରାଫ୍ଟ ଜାପାନ ନିକଟବର୍ତ୍ତୀ ଅଞ୍ଚଳରେ ତାହାର ଅଭ୍ୟାସ ଜାରି ରଖିଛି ।

ଆମେରିକାର ପରରାଷ୍ଟ୍ର ସଚିବ ମାଇକ ପୋମ୍ପେଓ କହିଛନ୍ତି, ଚୀନର କାର୍ଯ୍ୟକଳାପ ଭାରତ ପ୍ରତି ବିପଦ ସୃଷ୍ଟ କରିପାରେ। ଏଥିସହ ଦକ୍ଷିଣ ଚୀନ ସାଗର, ଭିଏତନାମ, ଇଣ୍ଡୋନେସିଆ, ମାଲେସିଆ, ଫିଲିପାଇନ୍ସ ପ୍ରତି ବିପଦ ରହିଛି ।

ସୂଚନାଥାଉ କି, ଆମେରିକା ପାଖରେ ରହିଛି ପୃଥିବୀର ସବୁଠାରୁ ଅତ୍ୟାଧୁନିକ ସେନା ଏବଂ ଅସ୍ତ୍ରଶସ୍ତ୍ର ରହିଛି। ଆର୍ମି, ନାଭି ଏବଂ ଏୟାରଫୋର୍ସ ମାମଲାରେ ଆମେରିକା ଦୁନିଆରେ ଅନ୍ୟ ସବୁଦେଶଠାରୁ ଆଗରେ ରହିଛି।

 

ଆହୁରି ପଢ଼ନ୍ତୁ

ପତ୍ନୀଙ୍କୁ ନିର୍ଦ୍ଦୟ ଭାବେ ପିଟିଲେ ପୋଲିସ ଡିଜି, ଭିଡିଓ ଭାଇରାଲ

EPFO Recruitment 2020: ଖାଲି ପଡ଼ିଥିବା ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ବଡ ଧରଣର ବିସ୍ଫୋରଣରୁ ଯବାନଙ୍କ ଜୀବନ ବଞ୍ଚାଇଲା ‘ସୋଫିଆ’

ଆକାଶରେ ଉଡୁଥିବାବେଳେ ହଠାତ୍‌ ବିମାନର ଇଞ୍ଜିନ୍‌ ବନ୍ଦ ହୋଇଗଲା; ରତନ ଟାଟା ବଞ୍ଚାଇଲେ ସମସ୍ତଙ୍କ ଜୀବନ

କୃଷି ବିଲକୁ ବିରୋଧ ଜାରି, ଇଣ୍ଡିଆ ଗେଟ୍ ସମ୍ମୁଖରେ ଟ୍ରାକ୍ଟର ପୋଡ଼ିଦେଲେ ଆନ୍ଦୋଳନକାରୀ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

‘କୃଷକ ଆତ୍ମନିର୍ଭର ଭାରତର ଆଧାର’

You might also like