ଲକଡାଉନ୍ କଟକଣା ଭାଙ୍ଗିଲେ ବର୍ଷେ ଯାଏ ଜେଲ୍

ନୂଆଦିଲ୍ଲୀ: ଲକଡାଉନ୍ କଟକଣା ଭାଙ୍ଗିଲେ ବର୍ଷେ ଯାଏ ଜେଲ୍ ଦଣ୍ଡ। କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ମେ ୩୧ ଯାଏ ଲକଡାଉନ୍ ଅବଧିକୁ ବୃଦ୍ଧି କରାଯିବା ପରେ କେଉଁ କେଉଁ ନିୟମ ପାଳନ ହେବ ସେ ସମ୍ପର୍କରେ ଆଜି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଗାଇଡଲାଇନ୍ସ ଜାରି ହୋଇଛି।

ଗାଇଡଲାଇନ୍ସ  ଅନୁସାରେ, ଲକଡାଉନ୍ ନିୟମ ଭାଙ୍ଗିଲେ ଉଲ୍ଲଂଘନକାରୀଙ୍କୁ ବର୍ଷେ ପର୍ଯ୍ୟନ୍ତ ଜେଲ୍ ହେବ। ଏହାସହ ସରକାରୀ କର୍ମଚାରୀ କିମ୍ବା ସ୍ଥିରୀକୃତ ବ୍ୟକ୍ତିଙ୍କୁ ବାଧା ଦେବା ମଧ୍ୟ ଦଣ୍ଡନୀୟ ଅପରାଧ। ଏପରି ଅପରାଧରେ ଦୋଷ ପ୍ରମାଣିତ ହେଲେ ବର୍ଷେ ଯାଏ ଜେଲ୍ ଓ ଜରିମାନା କରାଯିବ।

ସେହିପରି ଗୁଜବ ପ୍ରଚାରକାରୀଙ୍କୁ ମଧ୍ୟ ଜରିମାନା ସହ ବର୍ଷେ ଜେଲ୍ ଦଣ୍ଡ ମିଳିବ ବୋଲି ଗାଇଡଲାଇନ୍ସରେ ଉଲ୍ଲେଖ ରହିଛି।

ଆହୁରି ପଢ଼ନ୍ତୁ- ଲକ୍‌ଡାଉନ୍ ୪.୦: ଜାଣନ୍ତୁ କ’ଣ ଖୋଲା ରହିବ, କ’ଣ ବନ୍ଦ ରହିବ…

ଆହୁରି ପଢ଼ନ୍ତୁ

You might also like