UPSCର ସମସ୍ତ ପରୀକ୍ଷାର ହେବା ନେଇ ସବୁଜ ସଂକେତ

ନୂଆଦିଲ୍ଲୀ: ଜୁନ ୫ରେ UPSCର ସମସ୍ତ ପରୀକ୍ଷାର ହେବା ନେଇ ନିଷ୍ପତ୍ତି ନିଆଯାଇପାରେ। ଏନେଇ ଆଜି କମିଶନଙ୍କର ଏକ ବୈଠକ ହୋଇଥିଲା।

କରୋନା ପାଇଁ UPSC ପରୀକ୍ଷା ସ୍ଥଗିତ ରଖାଯାଇଥିଲା। ତେବେ ବିଭିନ୍ନ କ୍ଷେତ୍ରରେ ସରକାର କଟକଣା କୋହଳ କରିବା ପରେ  ପରୀକ୍ଷା ହେବା ନେଇ କମିଶନଙ୍କ ବୈଠକରେ ଆଲୋଚନ ହୋଇଛି। ତେବେ ବର୍ତ୍ତମାନ ସ୍ଥିତିରେ ପରୀକ୍ଷା କରିହେବନାହିଁ ବୋଲି ନିଷ୍ପତ୍ତି ହୋଇଛି।

ଏନେଇ ପୁଣି ଥରେ ଆସନ୍ତା ଜୁନ ୫ରେ ବୈଠକ ହେବ। ଏହି ବୈଠକରେ UPSC ପରୀକ୍ଷାର ଏକ ପରିବର୍ତ୍ତିତ କାର୍ଯ୍ୟସୂଚୀ ପ୍ରକାଶ ପାଇବ ବୋଲି କମିଶନଙ୍କ ପକ୍ଷରୁ କୁହାଯାଇଛି।

ଜୁନ ୫ ବୈଠକ ପରେ UPSC ୱେବସାଇଟରେ ପରୀକ୍ଷା ସମ୍ପର୍କିତ ସମସ୍ତ ତଥ୍ୟ ଉପଲବଧ ହେବ ବୋଲି କୁହାଯାଇଛି।

You might also like