ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଛାତ୍ରୀ ରାଜସ୍ଥାନରୁ ଉଦ୍ଧାର

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ଛାତ୍ରୀଙ୍କୁ ଉତ୍ତର ପ୍ରଦେଶ ପୁଲିସ୍ ଉଦ୍ଧାର କରିଛି। ରାଜସ୍ଥାନରେ ଛାତ୍ରୀ ଜଣଙ୍କ ତାଙ୍କ ସାଙ୍ଗଙ୍କ ସହ ବୁଲୁଥିବା ବେଳେ ଆଜି ୟୁପି ପୁଲିସ ତାଙ୍କୁ ଉଦ୍ଧାର କରିଛି।

ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶର ଶାହଜହାଁପୁରରେ ଥିବା ଚିନ୍ମୟାନନ୍ଦ ଲ’ କଲେଜରେ ଏଲ୍‌ଏଲ୍‌ବି ପଢ଼ୁଥିବା ଉକ୍ତ ଛାତ୍ରୀ ଜଣଙ୍କ ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏହାପରେ ନାଟକୀୟ ଭାବରେ ଛାତ୍ରୀ ଜଣଙ୍କ କେଉଁଆଡ଼େ ନିଖୋଜ ହୋଇ ଯାଇଥିଲେ। ଏହାପରେ ଚିନ୍ମୟାନନ୍ଦଙ୍କ ବିରୋଧରେ ଅପହରଣ ମାମଲା ରୁଜୁ କରି ପୁଲିସ୍ ତଦନ୍ତ ଚଳାଇଥିଲା।
ଛାତ୍ରୀ ଜଣଙ୍କୁ ଠାବ କରିବାରେ ବିଳମ୍ବ ହେବାରୁ ପୁଲିସର ତଦନ୍ତ ଉପରେ ମଧ୍ୟ ପ୍ରଶ୍ନ ଉଠିଥିଲା। ଶେଷରେ ୬ ଦିନ ପରେ ଉକ୍ତ ଯୁବତୀଙ୍କୁ ଉଦ୍ଧାର କରିବାରେ ପୁଲିସ୍ ସଫଳ ହୋଇଛି।

 

ୟୁପିର ବିଭିନ୍ନ ସ୍ଥାନରେ ଉପନିର୍ବାଚନ ହେବାକୁ ଥିବା ବେଳେ ଚିନ୍ମୟାନନ୍ଦଙ୍କ ବିରୋଧରେ ଅପହରଣ ଅଭିଯୋଗକୁ ନେଇ ରାଜନୀତି ମଧ୍ୟ ସରଗରମ ହୋଇଛି।

ଆହୁରି ପଢ଼ନ୍ତୁ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ରୁ କେମିତି ଶେୟାର୍ ହେଲା ପର୍ଣ୍ଣୋଗ୍ରାଫିକ୍ ଭିଡିଓ ?‌

୨ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା; ଦୁଇ ଦିନରେ ୪ ମୃତ

ଡ୍ରଗ୍ସ କାରବାର ମାମଲାରେ ବିଚାର କରୁଥିବା NDPSର ସ୍ୱତନ୍ତ୍ର ବିଚାରପତିଙ୍କୁ ବୋମାମାଡ଼ ଧମକ: ଦୁଇ ଅଟକ

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ ହ୍ୟାକ୍

ଚୀନ୍‌ର କରୋନା ଭ୍ୟାକ୍ସିନ ସମ୍ପୂର୍ଣ୍ଣ ସୁରକ୍ଷିତ: ବ୍ରାଜିଲ୍‌

ସନ୍ଧ୍ୟା ୬ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

୮୩ ଦିନ ପରେ ଆଶ୍ୱସ୍ତି; ଦିନକରେ ଚିହ୍ନଟ ହେଲେ ୫୦ ହଜାରରୁ କମ କରୋନା ଆକ୍ରାନ୍ତ

ଫେବ୍ରୁଆରି ସୁଦ୍ଧା ଦେଶର ଅଧା ଲୋକ କରୋନା ଆକ୍ରାନ୍ତ ହୋଇ ପାରନ୍ତି !

କଥା ଦେଇ କଥା ରଖିଲେ ରାହୁଲ, ଦୁଇ ଭଉଣୀଙ୍କୁ ଉପହାର ଦେଲେ ଘରର ଚାବି

କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

You might also like