କର୍ତ୍ତବ୍ୟ ଆଗ ଜୀବନ ପଛ । ନଦୀର ସ୍ରୋତରେ ବୁଡ଼ି ଯାଉଥିଲେ ଯୁବକ, ନିଜ ଜୀବନକୁ ଖାତିର ନକରି ନଦୀକୁ ଡେଇଁପଡ଼ିଥିଲେ ସାହସୀ ସବ୍‌-ଇନିସପେକ୍ଟର । ପିଲାବେଳେ ପହଁରା ଶିଖିଥିଲେ ସୁଦ୍ଧା ବଡ଼ ହେବା ପରେ ଅଭ୍ୟାସ ଛାଡ଼ି ଯାଇଥିଲା । ହେଲେ କର୍ତ୍ତବ୍ୟ କଥା ଚିନ୍ତା କରି ଅଥଳ ଜଳରାଶିକୁ ଲମ୍ଫ ପ୍ରଦାନ କରିବା ସହ ଯୁବକଙ୍କୁ ଉଦ୍ଧାର କରିଛନ୍ତି ପୋଲିସ୍ ବାବୁ । ୟୁପି ପୋଲିସର ସବ୍-ଇନସପେକ୍ଟର ଆଶିଷ କୁମାରଙ୍କ ଏଭଳି ସାହାସିକତା ଲୋକଙ୍କ ଜିଣି ନେଇଛି । ସାହସିକତା ପାଇଁ ତାଙ୍କୁ ୨୫୦୦୦ ଟଙ୍କା ପ୍ରୋତ୍ସାହନ ରାଶି ଦେଇ ତାଙ୍କୁ ସମ୍ମାନିତ କରାଯାଇଛି ।

ଗଙ୍ଗାନହର ସାଙ୍କାରାରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜୁନ୍ ୨୦ ରେ ଏସଆଇ ଆଶିଷ କୁମାର ନଦୀ ନିକଟରେ ଡ୍ୟୁଟି କରୁଥିଲେ । ପାଖାପାଖି ୧.୩୦ ସମୟରେ ହାରୁନପୁର ଖୁର୍ଦ୍ଦ ନିବାସୀ ତେଜ ସିଂ ଯାଦବ ନଦୀ ନିକଟରେ ଛିଡ଼ା ହୋଇଥିଲେ । ଅଚାନକ୍ ପାଣିର ସ୍ରୋତ୍ ମାଡ଼ି ଆସିବାରୁ ସେ ଭାସି ଯାଇଥିଲେ । ସେ ପାଣିରେ ଭାସି ଯିବା ପରେ ଲୋକ ଜୋରରେ ଚିତ୍କାର କରିଥିଲେ । ବଞ୍ଚାଅ ବଞ୍ଚାୟ ବୋଲି ପାଟି କରିଥିଲେ ସୁଦ୍ଧା ବଢ଼ି ପାଣିକୁ ଡେଇଁବାକୁ କେହିି ସାହସ କରିପାରିନଥିଲେ । ତେବେ ସେହି ସମୟରେ ସେଠାରେ ଉପସ୍ଥିତ ଏଏସଆଇ କାଳବିଳମ୍ବ ନକରି ଗଙ୍ଗା ନହରକୁ ଡେଇଁ ଯୁବକକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ସେହି ସମୟର ଦୃଶ୍ୟକୁ ମୋବାଇଲରେ କିଛି ଲୋକ କଏଦ୍ କରିନେଇଥିଲେ, ଯାହା ଏବେ ଭାଇରାଲ୍ ହେଉଛି ।

ଏହି ଘଟଣା ସମ୍ପର୍କରେ ଜାଣିବା ପରେ ଆଲିଗଡ ଏସଏସପି କାଲାନିଧି ନୈଥାନୀ ଟ୍ୱିଟ୍ କରି ଭିଡିଓ ସେୟାର କରିଛନ୍ତି । ଏସଏସପି ଟ୍ୱିଟରେ ଲେଖିଛନ୍ତି, ଆଲିଗଡ ପୋଲିସର ଜଣେ ସାହସୀ ସବ୍ ଇନ୍ସପେକ୍ଟର ଆଶିଷ, ପିଲାଦିନେ ପହଁରିବା ଶିଖିଥିଲେ, କିନ୍ତୁ କର୍ମବହୁଳ ଜୀବନରେ ପହଁରା ଅଭ୍ୟାସ ଛାଡ଼ି ଯାଇଥିଲା । ଅନେକ ବର୍ଷ ହେବ ସେ ପହଁରି ନଥିଲେ । କିନ୍ତୁ ବୁଡ଼ି ଯାଉଥିବା ଲୋକର ଜୀବନ ବଞ୍ଚାଇବାକୁ ଯାଇ ସେ ନଦୀକୁ ଡେଇଁ ପଡ଼ିଥିଲେ । ଖାକି ବର୍ଦ୍ଦିରେ ଥିବା ସମର୍ପଣ ଭାବ ଏଥିରେ ସ୍ପଷ୍ଟ ଦେଖିବାକୁ ମିଳିଛି । ଅନ୍ୟପଟେ ସବ୍ ଇନ୍ସପେକ୍ଟର ଆଶିଷଙ୍କ ମଣିଷପଣିଆ ପାଇଁ ତାଙ୍କୁ ୨୫୦୦୦ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି ।

Other Stories