‘ମୋ ପୁଅ ଅପରାଧ କରିଛି, ତାକୁ ବି ଏନକାଉଣ୍ଟରରେ ହତ୍ୟା କର’

କାନପୁର: ଉତ୍ତରପ୍ରଦେଶ କାନପୁର ଧୌବେପୁର ଥାନା ବେକରୁ ଗାଁ  ପାଖରେ କଖ୍ୟାତ ଅପରାଧୀ ବିକାଶ ଦୁବେ ଓ ତା‘ର ଗ୍ୟାଙ୍ଗକୁ ଧରିବାକୁ ଯାଇ ଗୁଳି ବିନିମୟ ଘଟିଥିଲା ଯେଉଥିରେ ୮ ଜଣ ପୋଲସ ସହିଦ ହୋଇଥିଲେ। ଗତକାଲି ମଧ୍ୟରାତ୍ରିରେ କାନପୁର ଚୌବେପୁର ଥାନା ଅଞ୍ଚଳରେ ବିକାଶ ଓ ତାଙ୍କ ଗ୍ୟାଙ୍ଗ ସଦସ୍ୟ ଲୁଚି ରହିଥିବା ନେଇ ଖବର ମିଳିଥିଲା। ତେବେ କିଏ ଏହି ବିକାଶ ଦୁବେ ? କେତେ ଭୟଙ୍କର ଅପରାଧୀ ସେ ! ୮ ପୋଲିସକୁ ଗୁଳି ଚଳାଇ ସେ ‍‍ଫେରାର ହୋଇଗଲା ! ୮ ସହିଦ ପୋଲିସ କର୍ମଚାରୀଙ୍କ ମଧ୍ୟରେ ଅଛନ୍ତି ଜଣେ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟଙ୍କ ସହ ୫ ଜଣ ପୋଲିସ କର୍ମଚାରୀ, ହୋମଗାର୍ଡ ଏବଂ ଜଣେ ସାଧାରଣ ନାଗରିକ । ଏହା ପରେ ଶୁକ୍ରବାର ସକାଳେ ଏକ ଏନକାଉଣ୍ଟରରେ ଦୁଇଜଣ ଦୁଷ୍କର୍ମକାରୀଙ୍କୁ ପୋଲିସ ହତ୍ୟା କରିଥିଲା।

ଏହା ପରେ କଠୋର ହୋଇଛି ୟୁପି ପୋଲିସ। କାନପୁର ଏନକାଉଣ୍ଟରର ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେଙ୍କ ଉପରେ ୟୁପି ପୋଲିସ ପଚାଶ ହଜାର ପୁରସ୍କାର ଘୋଷଣା କରିଛି। କାନପୁର ଆଇଜି ମୋହିତ ଅଗ୍ରୱାଲ ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ଦୁବେଙ୍କ ଉପରେ ଏହି ପୁରସ୍କାର ଘୋଷଣା କରିଛନ୍ତି ।  ଗୁରୁବାର ରାତିର ଘଟଣା  ପରେ ୟୁପିର ଯୋଗୀ ସରକାର ଆକ୍ସନ୍ ମୋଡରେ ଅଛନ୍ତି। ମିଳିଥିବା ଶେଷ ସୂଚନା ଅନୁଯାୟୀ ଅପରାଧୀ ବିକାଶ ଦୁବେ ଘରକୁ ପୋଲିସ ଜେସିବି ଲଗାଇ ଭାଙ୍ଗୁଛି।

ସିଏମ୍ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ସନ୍ଧ୍ୟାରେ କାନପୁରରେ ପହଞ୍ଚି ଆହତ ପୋଲିସ କର୍ମଚାରୀଙ୍କୁ ହସ୍ପିଟାଲରେ ଭେଟିଥିଲେ।

ଏହାପୂର୍ବରୁ ବିକାଶ ଦୁବେଙ୍କୁ ଗିରଫ କରିବା ପାଇଁ ପୋଲିସ କାନପୁର ଗ୍ରାମାଞ୍ଚଳରେ ତାଙ୍କ ପରିବାର ଲୋକ ରହୁଥିବା ଘର ଉପରେ ଚଢାଉ କରିଥିଲା। ଲକ୍ଷ୍ନୌର କୃଷ୍ଣନଗରସ୍ଥିତ ବିକାଶ ଦୁବେଙ୍କ ଘରେ ପୋଲିସ ମଧ୍ୟ ଚଢଉ କରିଥିଲା।

ଡିଜିପି ହିତେଶ ଚନ୍ଦ୍ର ଆୱାସୀ ବିଲହୋରସ୍ଥିତ ବିକାରୁ ଗାଁକୁ ଯାଞ୍ଚ କରିବା ପରେ କହିଛନ୍ତି, ପୋଲିସର ଏନକାଉଣ୍ଟରରେ ଦୁଇ ଅପରାଧୀଙ୍କର ମୃତ୍ୟୁ ଘଟିଛି। ସେଠାରେ ସୀମା ସିଲ୍ ଅଛି ଏବଂ ଯାଞ୍ଚ ଟିମ୍‌ ସେମାନଙ୍କର କାର୍ଯ୍ୟ କରୁଛନ୍ତି । କ୍ରମାଗତ ସର୍ଚ୍ଚ ଅପରେସନ୍ କରାଯାଉଛି, STF ଦଳ ମଧ୍ୟ ନିୟୋଜିତ ଅଛନ୍ତି ।

ଡିଜିପି ହିତେଶ ଚନ୍ଦ୍ର ଆୱାସୀଙ୍କ ସୂଚନା ଅନୁଯାୟୀ,  ବିକାଶ ଦୁବେ କାନପୁରର ଜଣେ ମୋଷ୍ଟ ୱାଣ୍ଟେଡ୍‌ ଅପରାଧୀ। ତାଙ୍କୁ ଧରିବା ପାଇଁ ପୋଲିସ ଟିମ୍‌ ବିକାରୁ ଗ୍ରାମରେ ପହଞ୍ଚିଥିଲା।  ହେଲେ ପୋଲିସକୁ ଅଟକାଇବା ପାଇଁ ସେମାନେ ଜେସିବି ଇତ୍ୟାଦି ଦେଇ ରାସ୍ତା ଅବରୋଧ କରିସାରିଥିଲେ। ପୋଲିସ ପାର୍ଟି ପହଞ୍ଚିବା ମାତ୍ରେ ଅପରାଧୀମାନେ ଛାତ ଉପରୁ ପୋଲିସ ଟିମ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ । ଏବେ ବିକାଶ ଦୁବେ କେଉଁଠି ଲୁଚିଛି ପତା ଲଗାଇବା ପାଇଁ ପୋଲିସ ଟିମ୍‌ ଇଲେକ୍ଟ୍ରୋନିକ୍‌ ସର୍ଭେଲାନ୍ସ କରଯାଉଛି।  ପୋଲିସ ଟିମ୍‌ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।

ପୋଲିସ ଦ୍ୱାରା ଜାରି ଏକ ବିବୃତିରେ କୁହାଯାଇଛି, ଅପରାଧୀ ଗୁରୁବାର ରାତିରେ ଏନକାଉଣ୍ଟର ପରେ AK 47 ରାଇଫଲ, INSAS ରାଇଫଲ, ଏକ ଗ୍ଲାସ ପିସ୍ତଲ ଏବଂ ଦୁଇଟି ନଅ ଏମ ପିସ୍ତଲ ସମେତ ପୋଲିସର ଅସ୍ତ୍ର ଛଡ଼ାଇ ନେଇଛନ୍ତି। ତେବେ   ଶୁକ୍ରବାର ସକାଳେ ହତ୍ୟା କରାଯାଇଥିବା ଦୁଇ ଅପରାଧୀଙ୍କଠାରୁ  ଚୋରି ହୋଇଥିବା ଅସ୍ତ୍ର ଉଦ୍ଧାର କରାଯାଇଛି। କିଛି ଅଭିଯୁକ୍ତ ତଥାପି ପୋଲିସ ଫେରାର ଅଛନ୍ତି।

ଅନ୍ୟପକ୍ଷରେ ଅପରାଧୀ ବିକାଶଙ୍କ ମା’ ସରଳା ଦେବୀ ପୁଅର ଏପରି କର୍ମକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ‘ବର୍ତ୍ତମାନ ପୁଅମାନେ (ପୋଲିସ୍) ଆସିଛନ୍ତି।  ସେମାନେ ଆମକୁ କହିଥିଲେ ଯେ ବିକାଶ ଏହି ସବୁ କରିଛନ୍ତି। ପୁଅର ଏପରି କାମକୁ ନେଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ମା’।  ପୁଅର ଅପରାଧକୁ କ୍ଷମା କରିପାରି ନାହାନ୍ତି । ଏପରିକି ସେ  ‘ବିକାଶକୁ ବର୍ତ୍ତମାନ ହତ୍ୟା କର’ ବୋଲି ପୋଲିସକୁ କହିଥିବା ଜଣାଯାଇଛି। ଅନ୍ୟର ଆତ୍ମାକୁ ଦୁଃଖ ଦେଇଛି।  ତାକୁ ମଧ୍ୟ ହତ୍ୟା କରାଯିବା ଆବଶ୍ୟକ ବୋଲି ମା’ ସରଳା ଦେବୀ କହିଥିଲେ।

ମା’ କହିଥିଲେ, ବିକାଶ ପୂର୍ବରୁ ଏହିପରି ନଥିଲା। ଆମେ ତାକୁ  ପିପିଏନ୍ କଲେଜରେ ଶିକ୍ଷା ଦେଲୁ । ପାଠ ଶେଷ ପରେ ବାୟୁସେନା ଓ ପରେ ନାଭି ସେନାରେ ଚାକିରି କରିଥିଲା । ଗ୍ରାମବାସୀ ତଥା ରାଜନୀତି ଦ୍ୱାରା ସେ ପରେ ନଷ୍ଟ ହୋଇଯାଇଥିଲା। ଏହାପୂର୍ବରୁ ସେ  ଜନତା ପାର୍ଟିରେ ପାଞ୍ଚ ବର୍ଷ ରହିଥିଲେ। ତା’ପରେ ବହୁଜନ ସମାଜ ପାର୍ଟି (ବିଏସପି) ଓ ପରେ ସମାଜବାଦି ପାର୍ଟି (ଏସପି) ରେ ପାଞ୍ଚ ବର୍ଷ ଧରି ରହିଥିଲା।
ସେ ଆହୁରି ମଧ୍ୟ କହିଛନ୍ତି, ଯଦି ସେ ଆତ୍ମସମର୍ପଣ କରିବ ତେବେ ଭଲ ହେବ। ଯଦି ସେ ପ୍ରତାରଣା କରୁଛନ୍ତି, ତେବେ ପୋଲିସ ତାଙ୍କୁ  ମଧ୍ୟ ଏକ ଏନକାଉଣ୍ଟରରେ ହତ୍ୟା କରିବ। ମୁଁ କହୁଛି  ତାଙ୍କୁ  ଧର ଏବଂ ତା’ପରେ ଏନକାଉଣ୍ଟର କର । ସେ ବହୁତ ଖରାପ କାମ କରିଛନ୍ତି। ‘

ଆହୁରି ପଢ଼ନ୍ତୁ

ମୋଦି ସରକାରଙ୍କ EIA ଡ୍ରାଫ୍ଟକୁ ରାହୁଲ ଗାନ୍ଧିଙ୍କ ବିରୋଧ

ଆଣ୍ଡାମାନ ନିକୋବରକୁ ପ୍ରଧାନମନ୍ତ୍ରୀ ଦେଲେ ବଡ଼ ଉପହାର

୧୪ ବର୍ଷ ପରେ ମିଳିଲା ହଜି ଯାଇଥିବା ପର୍ସ, ଆଉ ସେଥିରୁ ବାହାରିଲା…

ସାବଧାନ ! ବିନା ଅର୍ଡରରେ ଘରେ ପହଞ୍ଚୁଛି କି ବିହନ ପ୍ୟାକେଟ ? ଭୁଲ୍‌ରେ ବି ଖୋଲନ୍ତୁନି

ଉଦ୍ଧାର ହେଲା ବିରଳ ପ୍ରଜାତିର ବିଷାକ୍ତ ସାପ

୨୪ ଘଣ୍ଟାରେ ଦେଶରେ ୬୨ ହଜାର ୬୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ପକ୍ଷୀମାନଙ୍କୁ ଦାନା ଖାଇବାକୁ ଦେଉଛି ଏକ ବର୍ଷର ଶିଶୁ, ଫଟୋ ଭାଇରାଲ

ବିଷ ଇଞ୍ଜେକ୍ସନ ଦେଇ ୧୧ ପାକିସ୍ତାନ ଶରଣାର୍ଥୀଙ୍କୁ ହତ୍ୟା କରାଯାଇଥିଲା

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ କରୋନା

ମାଟି ତଳୁ ଶୁଭିଲା କାନ୍ଦିବାର ଶବ୍ଦ, ଆଉ ତା’ପରେ…

ଏକ ମାସର ଶିଶୁ ଦେଲା କରୋନାକୁ ମାତ୍‌, ମା’ କ୍ଷୀରକୁ ଡାକ୍ତର କଲେ ଅସ୍ତ୍ର

ଆୟରଲ୍ୟାଣ୍ଡ୍‌ରୁ ଫୋନ୍‌ ଆସିଲା ଦିଲ୍ଲୀ, ଆତ୍ମହତ୍ୟା ଉଦ୍ୟମ କରିବାକୁ ଯାଉଛନ୍ତି ଜଣେ ବ୍ୟକ୍ତି, ତା’ପରେ…

You might also like