ଘରର ସମ୍ମାନ ପାଇଁ ଭାଇ, ଭଉଣୀ ତା ପ୍ରେମିକକୁ ହତ୍ୟାକଲା ବଡ଼ ଭାଇ

ଲକ୍ଷ୍ନୌ: ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ୮ ପୁଲିସ ଅଫିସରଙ୍କୁ ହତ୍ୟା କରିବା ପରେ ଚର୍ଚ୍ଚାରେ ରହୁଥିବା ୟୁପିରେ ଏବେ ପୁଣି ଏକ ହତ୍ୟା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ସମ୍ଭଲ ଜିଲ୍ଲାର ବିନୀତ ନାମରେ ଜଣେ ଚାଷୀ ନିଜ ସାନ ଭଉଣୀ, ଭାଇ ଓ ଭଉଣୀର ପ୍ରେମିକକୁ ହତ୍ୟା କରିଛି। ଘରର ସମ୍ମାନ ରଖିବାକୁ ଯାଇ ସେ ଏପରି କରିଥିବା କହିଛି।

ଘଟଣାନୁସାରେ, ବିନୀତଙ୍କ ସାନ ଭଉଣୀ ସୁଖୀଆ ତାଙ୍କର ଜଣେ ସମ୍ପର୍କୀୟ ଭାଇ ବଣ୍ଟିଙ୍କୁ ଭଲପାଉଥିଲେ। ବିବାହ କରିବା ଉଦ୍ଦେଶ୍ୟରେ ଉଭୟ ଘରୁ ଫେରାର୍ ମଧ୍ୟ ହୋଇଯାଇଥିଲେ। ଭଉଣୀର ଏପରି କାର୍ଯ୍ୟରେ କ୍ଷ୍ୟୁବ୍ଧ ହୋଇଯାଇଥିଲେ ବିନୀତ। ଉଭୟ ବିବାହ କଲେ ଘରର ସମ୍ମାନ ତଳେ ପଡ଼ିଯିବା ଭୟରେ ତିନିଜଣ ବନ୍ଧୁଙ୍କ ସହିତ ମିଶି ଉଭୟଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ।

ହଠାତ୍‌ ଏକ ପଡ଼ିଆରେ ପ୍ରେମିଯୁଗଳଙ୍କୁ ପାଇଁ ବନ୍ଧୁ ସହିତ ମିଶି ତାଙ୍କୁ ହତ୍ୟା କରିଥିଲେ ବିନୀତ। ହତ୍ୟା କରିବା ପରେ ଏହାକୁ ସୁଇସାଇଡ୍ ରୂପ ଦେବାକୁ ଉଭୟଙ୍କୁ ଗଛରେ ଟାଙ୍ଗି ଦେଇଥିଲେ। ଜୁଲାଇ ୧ ତାରିଖରେ ପୁଲିସ ଉଭୟଙ୍କ ଶବ ଉଦ୍ଧାର କରିଥିଲା। ଏହି ହତ୍ୟା ଘଟଣାକୁ ବିନୀତଙ୍କର ଆଉ ଜଣେ ଭାଇ କୁଲଦୀପ ଦେଖି ଦେବାରୁ ପ୍ରମାଣ ନଷ୍ଟ କରିବା ପାଇଁ ଏହାର ୬ ଦିନ ବିନୀତ ତାଙ୍କୁ ମଧ୍ୟ ହତ୍ୟା କରିଥିଲେ ବିନୀତ। ଆଉ ସମାନ ଢଙ୍ଗରେ ସେହି ଗୋଟିଏ ସ୍ଥାନରେ ଗଛରେ ଟାଙ୍ଗି ଦେଇଥିଲେ।

ସନ୍ଦେହ ହେବାରୁ ପୁଲିସ ପଚରାଉଚରା କରିବା ପରେ ବିନୀତ ସବୁ ସତକଥା ମାନିଯାଇଥିଲା। ଏହି ଘଟଣାରେ ପୁଲିସ ୪ଜଣଙ୍କୁ ଗିରଫ କରିବା ସହିତ ହତ୍ୟାରେ ବ୍ୟବହୃତ ହୋଇଥିବା ଦଉଡ଼ି ଓ ବିନୀତ ତାଙ୍କ ବନ୍ଧୁଙ୍କୁ ଦେଇଥିବା ଟଙ୍କା ମଧ୍ୟ ଜବତ କରିଛି ପୁଲିସ।

 

 

You might also like