ଲଭ୍‌ଷ୍ଟୋରୀ ଶୁଣି ତରଳିଗଲା ପୋଲିସ୍‌ ବାବୁଙ୍କ ମନ, ଥାନା ପରିସରରେ କଲେ ବାହାଘର

କାନପୁର;ଅଭିଯୋଗ ପାଇବା ପରେ ପୋଲିସ ଦୁହିଁଙ୍କୁ ଗିରଫ କଲା। ହେଲେ ସେମାନଙ୍କ ପ୍ରେମ କାହାଣୀ ଶୁଣିବା ପରେ ପୋଲିସବାବୁଙ୍କ ମନ ବି ତରଳିଗଲା। ଗିରଫ କରିବେ କ’ଣ ଦୁଇ ଯୁବକ-ଯୁବତୀଙ୍କ ବିବାହ ସେହିଠାରେ କରିଦେବା ପାଇଁ ନିଷ୍ପତ୍ତି ନେଲେ। ଘଟଣା ଘଟିଛି ଉତ୍ତରପ୍ରଦେଶର କାନପୁରର ଜୁହି ପୋଲିସ ଷ୍ଟେଶନରେ।

ପୂରା ଘଟଣାଟି ଏହିପରି। କାନପୁର ଜୁହୀ ଥାନା ଅଧୀନ କେଣ୍ଟ  ଅଞ୍ଚଳରେ ରୁହନ୍ତି ରାହୁଲ ଓ ନୈନା। ଦୁହେଁ ପଡୋଶୀ। ଦୁଇ ବର୍ଷ ତଳେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ହେଲେ ପରିବାର ଲୋକେ ଏହି ବିବାହରେ ରାଜି ନ ଥିଲେ। ତେଣୁ ରାହୁଲ ଏବଂ ନୈନା କୋର୍ଟ ମ୍ୟାରେଜ କରିନେଲେ। ହେଲେ ବିବାହ ପରେ ଉଭୟେ ନିଜ ନିଜ ଘରେ ରହିଲେ।

କିଛି ଦିନ ପରେ ନୈନାଙ୍କ ପରିବାର ଲୋକେ ତାଙ୍କର ବାହାଘର ଅନ୍ୟ ଜଣେ ଯୁବକଙ୍କ ସହ ଠିକ୍‌ କରିଦେଲେ। ଏହି ଖବର ନୈନା ଜାଣିବା ପରେ ଦୁଇ ଦିନ ତଳେ ରାହୁଲ୍‌ଙ୍କ ସହ ଘରୁ ପଳାଇଗଲେ। ନୈନାଙ୍କ ପରିବାର ଲୋକେ ଏ ନେଇ ପୋଲିସରେ ଖବର ଦେଲେ। ପୋଲିସ ଖୋଜାଖୋଜି କରି ପାଇବା ପରେ ସେମାନଙ୍କୁ ଥାନାକୁ ଆଣିଲେ। ଉଭୟେ ସେମାନଙ୍କ ପ୍ରେମ କାହାଣୀ ପୋଲିସ କର୍ମଚାରୀଙ୍କୁ କହିଥିଲେ।

ସମସ୍ତ ବିଷୟ ଜାଣିବା ପରେ ପୋଲିସ ବାବୁ ବି ପ୍ରଭାବିତ ହୋଇଗଲେ। ଦୁଇ ପରିବାରକୁ ଡାକି ବୁଝାଶୁଝା କଲେ। ପରେ ଦୁଇ ପରିବାର ରାଜି ହୋଇଥିଲେ। କିନ୍ତୁ ପୋଲିସ କର୍ମଚାରୀଜଣେ ପୂଜାରୀକୁ ଡାକି ସେମାନଙ୍କ ବିବାହ ଥାନା ପରିସରରେ ଥିବା ମନ୍ଦିରରେ ଆୟୋଜନ କଲେ। ବିବାହ ଉତ୍ସବରେ ତାଙ୍କ କଲୋନୀର ଲୋକଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇଥିଲା।

 

You might also like